କଂଗ୍ରେସର ବିଜେପି ଉପରେ ‘ଏ ଟୁ ଜେଡ୍‌’ ହମ୍‌ଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 25, 2018

କଂଗ୍ରେସର ବିଜେପି ଉପରେ ‘ଏ ଟୁ ଜେଡ୍‌’ ହମ୍‌ଲା

ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଜେପି ବିରୋଧରେ କଂଗ୍ରେସର ସ୍ୱର ସେତିକି ଶାଣିତ ହେବାରେ ଲାଗିଛି। କଂଗ୍ରେସ ଏବେ ରାଫେଲ୍‌ ଯୁଦ୍ଧ ବିମାନ୍‌ ଡିଲ୍‌କୁ ନେଇ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିବାର ସୁଯୋଗ ପାଇଥିବା ବେଳେ ଆଜି ଏଥିରେ ‘ଏ ଟୁ ଜେଡ୍’ ଦୁର୍ନୀତିର ତଡ଼କା ଲଗାଇଛି।

ବିଜେପି କ୍ଷମତାରେ ଥିବା ବେଳେ କେଉଁଭଳି ଭାବେ ଏ ଟୁ ଜେଡ୍‌ ସ୍କାମ୍‌ରେ ସାମିଲ ଥିବା ଅଭିଯୋଗ ଉଠିଛି, ତା’ର ଏକ ଫଟୋ ସମ୍ବଳିତ ପୋଷ୍ଟ କଂଗ୍ରେସ ପକ୍ଷରୁ ଟ୍ୱିଟ୍‌ କରାଯାଇଛି। ରାଫେଲ୍‌ଠାରୁ ଆରମ୍ଭ କରି ବିଜୟ ମାଲ୍ୟା, ଲଳିତ ମୋଦି, ବିମୁଦ୍ରାକରଣ, ଗବର ସିଂହ ଟିକସ(ଜିଏସ୍‌ଟି) ଇତ୍ୟାଦିକୁ କଂଗ୍ରେସ ପ୍ରସଙ୍ଗ କରିଛି।

ଆଜି ଦଳ ପକ୍ଷରୁ ଦିବ୍ୟାସ୍ପଦନ ଟ୍ୱିଟ୍‌ କରି ସମସ୍ତ ସ୍କାମର ତାଲିକା ଏଟୁ ଜେଡ୍‌ ଆଲଫାବେଟ୍‌ ଅନୁସାରେ ପ୍ରକାଶ କରିବା ସହ ମୋଦି ଓ ତାଙ୍କ ସରକାରଙ୍କୁ ସମାଲୋଚନା କରିଛନ୍ତି। ଏଥିସହ ସେ ବିଜେପିକୁ ଭ୍ରଷ୍ଟାଚାର ଜନତା ପାର୍ଟି ବୋଲି ମଧ୍ୟ ନାମିତ କରିଛନ୍ତି।

ଏହି ତାଲିକା ‘ଏ’ ଅର୍ଥାତ ଆଦାନି ପାୱାର ସ୍କାମରୁ ଆରମ୍ଭ ହୋଇଛି। ଏଥିରେ ଶିଳ୍ପପତି ଗୌତମ ଆଦାନିଙ୍କ ନାଁ ରହିଛି। ଏଥିରେ ଗୁଜରାଟ ଷ୍ଟେଟ୍‌ ପେଟ୍ରୋଲିୟମ କର୍ପୋରେସନ୍‌ (ଜିଏନ୍‌ପିସି) ସ୍କାମ ସମ୍ପର୍କରେ କୁହାଯାଇଛି। ଏହି ତାଲିକାରେ ସ୍ମୃତି ଇରାନୀ, ଆନନ୍ଦୀ ବେନ୍‌ ପଟେଲ୍‌, ଶିବରାଜ ସିଂହ ଚୌହାନ, ପ୍ରକାଶ ଜାଭଡେକର, ଜୟ ଶାହ, ଲଳିତ ମୋଦି, ନୀରବ ମୋଦି ଓ ବିଏସ୍‌ ୟେଦ୍ଦୁରପ୍ପାଙ୍କ ଭଳି ବ୍ୟକ୍ତିଙ୍କ ନାଁରେ ଆସିଥିବା ଦୁର୍ନୀତି ଅଭିଯୋଗକୁ ସାମିଲ କରିଛି କଂଗ୍ରେସ।



from Odisha Reporter https://ift.tt/2Q4pgDA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages