ଫସଲ ନଷ୍ଟ କରୁଛନ୍ତି ହାତୀ ପଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 23, 2018

ଫସଲ ନଷ୍ଟ କରୁଛନ୍ତି ହାତୀ ପଲ

koraput

ନାରାୟଣପାଟଣା (ପି.ଗୋବିନ୍ଦ ରାଜୁ ସୁବୁଦ୍ଧି): କୋରାପୁଟ ଫରେଷ୍ଟ୍‌ ଡିଭିଜନ୍‌ର ନାରାୟଣପାଟଣା ଫରେଷ୍ଟ୍‌ ରେଞ୍ଜ୍ ଅନ୍ତର୍ଗତ ଆଲମଣ୍ଡା ସେକ୍ସନ୍‌ରେ ଏକ ହାତୀ ପଲ ରହି ଆଖପାଖ ଗାଁରେ ଆତଙ୍କ ଚଳାଇଛନ୍ତି।

କାପାଲଡ଼ା ପଞ୍ଚାୟତର ଦିଗୁ ଭତରାପଲି, ଆମ୍ୱଗୁଡ଼ା ଓ ଏଗୁ ଭଚରାପଲ୍ଲୀ ଅଞ୍ଚଳରେ ଏହି ୭ ଜଣିଆ ହାତୀପଲ ଆତଙ୍କ ସୃଷ୍ଟି କରିଛନ୍ତି। ସେମାନେ ବ୍ୟାପକମାତ୍ରାରେ ଧାନ ଓ ମକା ଫସଲ ନଷ୍ଟ କରିଛନ୍ତି। ଏଥିସହ କେତେକଙ୍କ ଚାଳ ଘର ଭାଙ୍ଗି ଦେଇଥିବା ଜଣାପଡ଼ିଛି।

ଏହି ଗାଁଗୁଡ଼ିକ ଆନ୍ଧ୍ର ପ୍ରଦେଶ ସୀମାନ୍ତକୁ ଲାଗି ରହିଛି।  ୫ ଦିନ ତଳେ ଏହି ହାତୀ ପଲ ଆନ୍ଧ୍ର ପ୍ରଦେଶରେ ପ୍ରବେଶ କରିଥିଲେ। ହେଲେ ସେଠାକାର ବନ କର୍ମଚାରୀମାନେ ସେମାନଙ୍କୁ ଘଉଡ଼ାଇ ଦେଇଥିଲେ। ଏବେ ଏହି ହାତୀ ପଲ ଓଡ଼ିଶା ମୁହାଁ ହୋଇ ଗାଁଗୁଡ଼ିକରେ ଆତଙ୍କ ଖେଳାଇଛନ୍ତି।

ଅନ୍ୟପଟେ ବନବିଭାଗ ୨୦ ଜଣିଆ ଟିମ୍‌ ଗଠନ କରି ହାତୀ ଘୋଉଡ଼ାଇବା ପାଇଁ ଉଦ୍ୟମ କରୁଛନ୍ତି।



from Odisha Reporter https://ift.tt/2px1y7U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages