ନିର୍ବାଚନ ପାଇଁ ବିଜେଡି ରଣନୀତିି, ଆଗୁଆ ଭାଙ୍ଗିପାରେ ବିଧାନସଭା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 7, 2018

ନିର୍ବାଚନ ପାଇଁ ବିଜେଡି ରଣନୀତିି, ଆଗୁଆ ଭାଙ୍ଗିପାରେ ବିଧାନସଭା

ରାଜନୀତିକ ବିଶ୍ଲେଷକଙ୍କ ମତରେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୨୦୧୪ ମେ’ ୨୧ ତାରିଖରେ ୪ର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମଧ୍ୟ ତାଙ୍କ ସରକାରର କାର୍ଯ୍ୟକାଳ ୨୦୧୯ ଜୁନ୍ ୧୧ ତାରିଖରେ ଶେଷ ହେବ। ପ୍ରାୟ ୮ମାସ ପୂର୍ବରୁ ନିଜର ସରକାରକୁ ଭାଙ୍ଗି ବିଜେଡି ଡିସେମ୍ବର-ଜାନୁୟାରୀରେ ନିର୍ବାଚନ କରିବାକୁ ଚାହୁଁଛି। ଏନଡିଏ ସରକାର ସହ ଥିବା ଭିତରି ସମ୍ପର୍କର ଫାଇଦା ଉଠାଇ ବିଜେଡି ଏବେ ତେଲେଙ୍ଗାନା ରାଷ୍ଟ୍ର ସମିତି ଶୈଳୀରେ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତି କରୁଥିବା ଚର୍ଚ୍ଚା।

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ବିଜେଡି ଏବେ ପୁରା ଜୋସରେ। ନିର୍ଦ୍ଧାରିତ ଅବଧି ପୂର୍ବରୁ ତେଲେଙ୍ଗାନାରେ ଟିଆରଏସ୍ ବିଧାନସଭା ଭାଙ୍ଗିଦେବାରୁ ଓଡ଼ିଶାରେ ତା’ର ସାଇଡ୍ ଏଫେକ୍ଟ ଅନୁଭୂତ ହୋଇଛି। ଏଠାରେ ମଧ୍ୟ ବିଧାନସଭାକୁ ଭାଙ୍ଗିଦେଇ ଆଗୁଆ ନିର୍ବାଚନକୁ ଯିବା ପାଇଁ ବିଜେଡି ପ୍ରସ୍ତୁତ କରିଥିବା ବ୍ଲୁ-ପ୍ରିଂଟ୍ ଉପରେ ସମସ୍ତଙ୍କ ନଜର ରହିଥିବାବେଳେ ରାଜ୍ୟ ପ୍ରଶାସନକୁ ସମସ୍ତ କାର୍ଯ୍ୟ ଅକ୍ଟୋବର ୨ ତାରିଖ ସୁଦ୍ଧା ଶେଷ କରିବା ନିମନ୍ତେ ଅଲିଖିତ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

ରାଜ୍ୟର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, ଶାସକ ବିଜେଡି ଡିସେମ୍ବର-ଜାନୁୟାରୀ ମାସରେ ନିର୍ବାଚନ ଚାହୁଁଛି। ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ନିମନ୍ତେ ବିଭିନ୍ନ ବିଭାଗର ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେକ ଲୋକକଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିବେ।

ଏହା ପରେ ଯେକୌଣସି ସମୟରେ ମନ୍ତ୍ରିପରିଷଦ ବୈଠକ ବସି ସରକାରକୁ ନିର୍ଦ୍ଧାରିତ ଅବଧି ପୂର୍ବରୁ ଭଙ୍ଗ କରିବାର ଆନୁଷ୍ଠାନିକ ନିଷ୍ପତ୍ତି ନିଆଯିବ।

ପୂର୍ବ ଘୋଷଣା ଅନୁସାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅକ୍ଟୋବର ୨ ତାରିଖରେ ରାଜ୍ୟର ‘ନିଜସ୍ୱ ଖାଦ୍ୟ ଯୋଜନା’ ଓ ସ୍କୁଲ ଛାତ୍ରୀଙ୍କ ପାଇଁ ‘ଖୁସି’ ଯୋଜନାର ଶୁଭାରମ୍ଭ କରିବେ। ନିଜସ୍ୱ ଖାଦ୍ୟ ଯୋଜନାରେ ୨୫ ଲକ୍ଷ ଲୋକଙ୍କୁ ସାମିଲ କରାଯିବାକୁ ଥିବାବେଳେ ଖୁସି ଯୋଜନାରେ ୧୭ଲକ୍ଷ ଝିଅଙ୍କୁ ମାଗଣାରେ ‘ନ୍ୟାପକିନ୍’ ଦିଆଯିବ।

ଏହା ବ୍ୟତୀତ ‘ବିଜୁ ଗ୍ରାମ ଯୋଜନା’ ଭଳି ନୂଆ ଯୋଜନାର ଶୁଭାରମ୍ଭ ଏବଂ ସରକାରର ସଫଳତା ଭାବେ ସମସ୍ତ ପରିବାରକୁ ବିଦ୍ୟୁତ ସଂଯୋଗର ଧାର୍ଯ୍ୟଲକ୍ଷ୍ୟକୁ ହାସଲ ଓ ରାଜ୍ୟରୁ ପ୍ଲାଷ୍ଟିକ ଉପରେ ସମ୍ପୂର୍ଣ୍ଣ କଟକଣା ଭଳି ଘୋଷଣା ମଧ୍ୟ ଏହି ଦିନ ବିଜେଡି ସରକାରଙ୍କ ତରଫରୁ ହେବ।

ବିଜେଡି ସାଧାରଣ ସମ୍ପାଦକ ଅରୁଣ ସାହୁଙ୍କ କହିବା ଅନୁସାରେ ଗଣମାଧ୍ୟମ ଓ ବୁଦ୍ଧିଜୀବୀ ଭାବୁଛନ୍ତି ଯେ କେନ୍ଦ୍ର ସରକାର ଆଗୁଆ ନିର୍ବାଚନକୁ ଯିବେ। ଯଦି କେନ୍ଦ୍ର ଆଗୁଆ ନିର୍ବାଚନକୁ ଯାଏ, ତା’ହେଲେ ଓଡ଼ିଶାରେ ବିଜେଡି ମଧ୍ୟ ଅନୁରୂପ ଭାବେ ନିର୍ବାଚନକୁ ଯିବ। ବିଜେଡି ଏକାଠି ଲୋକସଭା ଓ ବିଧାନସଭା ନିର୍ବାଚନ କରିବା ସପକ୍ଷରେ ସର୍ବଦା ରହିଛି। ନିର୍ବାଚନ ପାଇଁ ବିଜେଡି ପୁରା ତୟାର ବୋଲି ସେ କହିଛନ୍ତି।

କେନ୍ଦ୍ର ସରକାରଙ୍କ ପୁରସ୍କାର ଅର୍ଥରେ ନବନିର୍ମିତ କୃଷି ଭବନକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ପରେ ସଚିବାଳୟର ଅନ୍ୟ ଏକ ନୂଆ କୋଠାକୁ ମଧ୍ୟ ଖୁବଶୀଘ୍ର ଉଦଘାଟନ କରିବେ।ଏସବୁ ବ୍ୟତୀତ ସମସ୍ତ ପ୍ରକାରର ପ୍ରଶାସନିକ କାର୍ଯ୍ୟକୁ ଚଳିତମାସ ସୁଦ୍ଧା ସାରିବା ପାଇଁ ସଚିବମାନଙ୍କୁ କଡ଼ା ତାଗିଦ୍ କରାଯାଇଛି। ବିଜେଡି ସରକାରର ଏଭଳି ତରବରିଆ ଭାବେ ସମସ୍ତ କାର୍ଯ୍ୟ ସାରିବାକୁ ଦଳର ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତି ଭାବେ ବିବେଚନା କରାଯାଉଛି।

ଅପରପକ୍ଷରେ ବିଜେଡି ସାଧାରଣ ସମ୍ପାଦକ ଅରୁଣ ସାହୁଙ୍କ କହିବା ଅନୁସାରେ ଗଣମାଧ୍ୟମ ଓ ବୁଦ୍ଧିଜୀବୀ ଭାବୁଛନ୍ତି ଯେ କେନ୍ଦ୍ର ସରକାର ଆଗୁଆ ନିର୍ବାଚନକୁ ଯିବେ। ଯଦି କେନ୍ଦ୍ର ଆଗୁଆ ନିର୍ବାଚନକୁ ଯାଏ, ତା’ହେଲେ ଓଡ଼ିଶାରେ ବିଜେଡି ମଧ୍ୟ ଅନୁରୂପ ଭାବେ ନିର୍ବାଚନକୁ ଯିବ। ବିଜେଡି ଏକାଠି ଲୋକସଭା ଓ ବିଧାନସଭା ନିର୍ବାଚନ କରିବା ସପକ୍ଷରେ ସର୍ବଦା ରହିଛି। ନିର୍ବାଚନ ପାଇଁ ବିଜେଡି ପୁରା ତୟାର ବୋଲି ସେ କହିଛନ୍ତି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୨୦୧୪ ମେ’ ୨୧ ତାରିଖରେ ୪ର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମଧ୍ୟ ତାଙ୍କ ସରକାରର କାର୍ଯ୍ୟକାଳ ୨୦୧୯ ଜୁନ୍ ୧୧ ତାରିଖରେ ଶେଷ ହେବ। ପ୍ରାୟ ୮ମାସ ପୂର୍ବରୁ ନିଜର ସରକାରକୁ ଭାଙ୍ଗି ବିଜେଡି ଡିସେମ୍ବର-ଜାନୁୟାରୀରେ ନିର୍ବାଚନ କରିବାକୁ ଚାହୁଁଛି।

ଏନଡିଏ ସରକାର ସହ ଥିବା ଭିତରି ସମ୍ପର୍କର ଫାଇଦା ଉଠାଇ ବିଜେଡି ଏବେ ତେଲେଙ୍ଗାନା ରାଷ୍ଟ୍ର ସମିତି ଶୈଳୀରେ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତି କରୁଥିବା ଚର୍ଚ୍ଚା।

ମୁଖ୍ୟ ନିର୍ବାଚନ କମିଶନର ପି.ରାୱତ୍ ଆଜି ବିଜେଡିର ଆଗୁଆ ନିର୍ବାଚନ ପାଇଁ ଅନୁରୋଧ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କେନ୍ଦ୍ର ସରକାର ଯଦି ଆଗୁଆ ନିର୍ବାଚନକୁ ଯାଆନ୍ତି ତା’ହେଲେ ସେହି ସମୟରେ ଏକାଠି ଓଡ଼ିଶା ବିଧାନସଭା ନିର୍ବାଚନ କରାଯାଉ ବୋଲି ବିଜେଡି ଚାହୁଁଛି। ଯେହେତୁ କେନ୍ଦ୍ର ସରକାରଙ୍କ କାର୍ଯ୍ୟକାଳ ୨୦୧୯ ଜୁନରେ ଶେଷ ହେବ ଓ ଆଗୁଆ ନିର୍ବାଚନର କୌଣସି ସଙ୍କେତ ନାହିଁ, ତେଣୁ ବିଜେଡିର ଅନୁରୋଧର କୌଣସି ଯଥାର୍ଥତା ନାହିଁ।

ସୂତ୍ର ଅନୁସାରେ କେନ୍ଦ୍ର ସରକାର ମଧ୍ୟ ଆଗୁଆ ନିର୍ବାଚନ ସପକ୍ଷରେ ଅଛନ୍ତି।ଯଦିଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଭୟ ନିର୍ଦ୍ଧାରିତ ସମୟରେ ସାଧାରଣ ନିର୍ବାଚନ ହେବ ବୋଲି ମତ ଦେଇଛନ୍ତି ତଥାପି ବିଜେଡି ସରକାର ଯେଉଁ ଢଙ୍ଗରେ ଯୋଜନା ଓ କାର୍ଯ୍ୟକ୍ରମମାନ ହାତକୁ ନେଉଛି ତାହା ବିଧାନସଭାକୁ ଆଗୁଆ ଭାଙ୍ଗି ନିର୍ବାଚନକୁ ଯିବାର ସମ୍ଭାବନାକୁ ବଢ଼ାଇ ଦେଇଛି।ଅବଶ୍ୟ ବିଜେଡି ଏକସଙ୍ଗେ ଲୋକସଭା ଓ ବିଧାନସଭା ନିର୍ବାଚନ ସପକ୍ଷରେ ଯୁକ୍ତି ବାଢ଼ୁଛି।

ଏପଟେ ମୁଖ୍ୟ ନିର୍ବାଚନ କମିଶନର ପି.ରାୱତ୍ ଆଜି ବିଜେଡିର ଆଗୁଆ ନିର୍ବାଚନ ପାଇଁ ଅନୁରୋଧ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କେନ୍ଦ୍ର ସରକାର ଯଦି ଆଗୁଆ ନିର୍ବାଚନକୁ ଯାଆନ୍ତି ତା’ହେଲେ ସେହି ସମୟରେ ଏକାଠି ଓଡ଼ିଶା ବିଧାନସଭା ନିର୍ବାଚନ କରାଯାଉ ବୋଲି ବିଜେଡି ଚାହୁଁଛି। ଯେହେତୁ କେନ୍ଦ୍ର ସରକାରଙ୍କ କାର୍ଯ୍ୟକାଳ ୨୦୧୯ ଜୁନରେ ଶେଷ ହେବ ଓ ଆଗୁଆ ନିର୍ବାଚନର କୌଣସି ସଙ୍କେତ ନାହିଁ, ତେଣୁ ବିଜେଡିର ଅନୁରୋଧର କୌଣସି ଯଥାର୍ଥତା ନାହିଁ।

ଉଲ୍ଲେଖଯୋଗ୍ୟ, ୪ଟି ରାଜ୍ୟ ଯଥା-ମିଜୋରାମ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନର ବିଧାନସଭା ନିର୍ବାଚନ ସହ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି।



from Odisha Reporter https://ift.tt/2wRy7l7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages