ପ୍ରେମିକ ଆତ୍ମହତ୍ୟାର ଦୁଃଖ: ଶପିଂ ମଲ୍‌ରେ ଝୁଲି ପଡ଼ିଲେ ପ୍ରେମିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 7, 2018

ପ୍ରେମିକ ଆତ୍ମହତ୍ୟାର ଦୁଃଖ: ଶପିଂ ମଲ୍‌ରେ ଝୁଲି ପଡ଼ିଲେ ପ୍ରେମିକା

କଟକ (ଓଡ଼ିଶା ରିପୋର୍ଟର): ୪ ଦିନ ତଳେ ପ୍ରେମିକ ଆତ୍ମହତ୍ୟା କରିଥିଲେ। ଆଜି ଶପିଂ ମଲ୍‌ରେ ଝୁଲି ପଡ଼ିଲେ ପ୍ରେମିକା।

ଆଜି ଏମିତି ଏକ ହୃଦୟବିଦାରକ ଘଟଣା କଟକରେ ଘଟିଛି। କମିଶନରେଟ୍‌ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଭଗତପୁର ଯୁବତୀ ଜଣକ କଟକ ବଜ୍ରକବାଟି ରୋଡ ସ୍ଥିତ ଏକ ଶପିଂ ମଲ୍‌ରେ କାମ କରନ୍ତି। ଆଜି ଅପରାହ୍ନ ୩ଟା ବେଳେ ମଲ୍‌କୁ ଆସିଥିଲେ। ସମସ୍ତଙ୍କ ସହିତ କଥାବାର୍ତ୍ତା ମଧ୍ୟ ହୋଇଥିଲେ।

ପରେ ଶପିଂ ମଲ୍‌ରେ ଥିବା ଷ୍ଟୋର ରୁମରେ କେହି ନଥିବାର ସୁଯୋଗ ନେଇ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ମୃତ ଯୁବତୀଙ୍କ ପ୍ରେମିକ ୪ ଦିନ ତଳେ ଆତ୍ମହତ୍ୟା କରିଥିଲେ। ପ୍ରେମିକଙ୍କ ମୃତ୍ୟୁ ପରେ ଯୁବତୀ ଜଣକ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଏଥିପାଇଁ ସେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି।

ଘଟଣାସ୍ଥଳରେ ମଙ୍ଗଳାବଗ ପୁଲିସ ପହଞ୍ଚି ଯୁବତୀଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।



from Odisha Reporter https://ift.tt/2Ma9CV0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages