
ଯାଜପୁର(ଗୁଲାମଗସ୍): ଜଣେ ବ୍ୟକ୍ତିଙ୍କ ଗୋଇଠା ମାଡ଼ରେ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଯାଜପୁର ଜିଲ୍ଲାରେ। ମୃତକ ହେଲେ ଜାରକା ଟିକର ସାହିର ସନାତନ ସାମଲ।
ଅଭିଯୋଗ ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଶଙ୍ଖାରିଢ଼ିହ ବଜାରରେ କୌଣସି କାରଣକୁ ନେଇ ସନାତନଙ୍କ ସହିତ ଜେଲ୍ରୁ ଫେରିଥିବା ଧର୍ମଶାଳା ଅଞ୍ଚଳର ଗିରି ମଣ୍ଡଳଙ୍କର ବଚସା ହୋଇଥିଲା। ଏହି ସମୟରେ ଗିରି ତାଙ୍କ ତଳିପେଟକୁ ଗୋଇଠା ମାରିଥିଲା। ଏହାପରେ ସନାତନ ଘରକୁ ପଳାଇ ଆସିଥିଲେ। ତେବେ ଘରେ ତାଙ୍କର ରକ୍ତ ବାନ୍ତି ହୋଇଥିଲା। ଧର୍ମଶାଳା ଡାକ୍ତରଖାନାକୁ ନିଆଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏହାକୁ ନେଇ ଆଜି ତାଙ୍କ ପରିବାର ଲୋକେ ଓ ସ୍ଥାନୀୟ ଲୋକେ ଶଙ୍ଖାରିଢ଼ିହଠାରେ ୧୬ ନମ୍ୱର ଜାତୀୟ ରାଜପଥରେ ଅବରୋଧ କରିଥିଲେ। ସେମାନେ ସନାତନଙ୍କ ମୃତଦେହ ରଖି ଓ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।
ଅଭିଯୁକ୍ତକୁ ଗିରଫ ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ସେମାନେ ପ୍ରାୟ ଏକ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ। ପୁଲିସ୍ ଆସି ବୁଝାଇବା ପରେ ରାସ୍ତାରୋକ ହଟିଥିଲା।
ଧର୍ମଶାଳା ପୁଲିସ୍ ଗିରି ମଣ୍ଡଳକୁ ଥାନାରେ ଅଟକ ରଖିଛି।
ସୂଚନାଯୋଗ୍ୟ, ଗିରି ମଣ୍ଡଳ ତା’ ସ୍ତ୍ରୀକୁ ହତ୍ୟା କରିଥିଲା। ଏହି ମାମଲାରେ ସେ ସଜା କାଟି ୨ ବର୍ଷ ହେବ ଜେଲ୍ରୁ ଖଲାସ ହୋଇଛି।
from Odisha Reporter https://ift.tt/2MGM7TE
No comments:
Post a Comment