
ଭୁବନେଶ୍ୱର (ବିଶ୍ୱବନ୍ଦିତା/ପ୍ରଦୀପ): ଦିନର ଆରମ୍ଭ କରେ ଚା, କେବେ ଖାଲି ସମୟର ସାଥୀ ତ ଆଉ କେବେ ଥକ୍କ୍କା ମେଣ୍ଟାଇ ଦେଉଥାଏ ଚା’। ସେଥିପାଇଁ ତ ଚା’ କୁ କେହି କେହି ସୁସ୍ଥ ଜୀବନର ସାଥୀ କୁହନ୍ତି। ଆଉ ସେ ଚା’ ବି ଭିନ୍ନ ଭିନ୍ନ ସ୍ୱାଦର ରହିଛି। ଯେଉଁଥିରେ ତନ୍ଦୁରୀ ଚା’ ଅନ୍ୟତମ। ଆଜ୍ଞା ହଁ, ଆପଣ ତନ୍ଦୁରୀ ରୁଟି, ଚନ୍ଦୁରୀ , ଚିକେନ୍ ଏବଂ ତନ୍ଦୁରୀ ମୋମୋ ମଧ୍ୟ ଖାଇଥିବେ କିନ୍ତୁ କେବେ ତନ୍ଦୁରୀ ଚା’ ପିଇଛନ୍ତି କି, ପୁଣେରୁ ଆରମ୍ଭ ହୋଇଥିବା ଏହି ତନ୍ଦୁରୀ ଚା’ ଏବେ ରାଜଧୀନୀ ଭୁବନେଶ୍ୱରରେ। ରସୁଲ୍ଗଡରେ ମିଳୁଛି ଏହି ସ୍ପେଶାଲ୍ ଚା’।
ପ୍ରଥମ ଥର ପାଇଁ ଓଡ଼ିଶାରେ ଏହି ଚାର ମଜା ନେଉଛନ୍ତି ଲୋକମାନେ।
ପ୍ରସ୍ତୁତି ପ୍ରଣାଳା- ଏହି ଚା’ ପ୍ରସ୍ତୁତ କରିବା ପାଇଁ ତନ୍ଦୁର ଭିତରେ ପ୍ରଥମେ ରଡ ନିଆଁରେ ମଟକା ବା ଛୋଟ ମାଠିଆ ତତା ଯାଏ। ତା’ପରେ ଏହି ମାଠିଆକୁ ଏକ ପିତଳ ପାତ୍ରରେ ରଖାଯାଏ। ପସ୍ତୁତ ରହିଥିବା ଚା’କୁ ସେହି ଗରମ ମଟକା ଭିତରେ ଢଳାଯାଏ। ଚା’ ମଟ୍କାରୁ ବାହାରି ପିତଳ ବାସନକୁ ଆସିଯିବା ପରେ ପ୍ରସ୍ତୁତ ହୋଇଯାଏ ତନ୍ଦୁରୀ ଚା’।
ଦାମ୍- ପ୍ରତି କପ୍ର ମୂଲ୍ୟ ୨୦ଟଙ୍କା ରହିଛି।
ଏଥିସହ ଆଗକୁ ତନ୍ଦୁରୀ ଚା’ ସହ, ତନ୍ଦୁରୀ କଫି ମଧ୍ୟ ପ୍ରସ୍ତୁତ କରିବାର ଯୋଜନା ରଖାଯାଇଥିବାର କହିଛନ୍ତି ଚା’ ଦୋକାନ ପ୍ରତିଷ୍ଠାତା କୁମାର ରଞ୍ଜନ ଦାସ।
ତେବେ ଏହି ନିଆରା ତନ୍ଦୁରୀ ଚା’ର ସ୍ୱାଦ ଚାଖି ଲୋକମାନେ ବେଶ୍ ଖୁସି ଅଛନ୍ତି। ଦୂର ଦୁରାନ୍ତରରୁ ଲୋକମାନେ କେବଳ ଏହି ଚା’ ପିଇବାକୁ ଆସିବା ସହ ତନ୍ଦୁରୀ ଚା’ର ସେମାନ ଫ୍ୟାନ୍ ହେଇଯାଇଥିବାର କହିଛନ୍ତି।
from Odisha Reporter https://ift.tt/2IkbcTX
No comments:
Post a Comment