ନିତ୍ୟାନନ୍ଦଙ୍କ ଅଜବ ମନ୍ତବ୍ୟ, ଗାଈ ବି ତାମିଲ ଓ ସଂସ୍କୃତ ଭାଷାରେ କଥା କହିପାରିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 20, 2018

ନିତ୍ୟାନନ୍ଦଙ୍କ ଅଜବ ମନ୍ତବ୍ୟ, ଗାଈ ବି ତାମିଲ ଓ ସଂସ୍କୃତ ଭାଷାରେ କଥା କହିପାରିବ

ନୂଆଦିଲ୍ଲୀ: ପୂର୍ବରୁ ସେକ୍ସ ସ୍କାଣ୍ଡାଲ୍‌ରେ ଜଡ଼ିତ ହୋଇ ଚର୍ଚ୍ଚାରେ ରହିଥିବା ଆତ୍ମଘୋଷିତ ଗଡମ୍ୟାନ୍ ସ୍ୱାମୀ ନିତ୍ୟାନନ୍ଦ ଏବେ ଏକ ଅଜବ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଫେରିଛନ୍ତି। ନତ୍ୟାନନ୍ଦ କହିଛନ୍ତି, ସେ ଚାହିଁଲେ ଗାଈ, ମାଙ୍କଡ଼ ଓ ସିଂହ ମଧ୍ୟ ତାମିଲ ଓ ସଂସ୍କୃତ ଭାଷାରେ କଥା କହିପାରିବେ।

ନିତ୍ୟାନନ୍ଦ ଏଭଳି ଅଜବ ମନ୍ତବ୍ୟ ଦେଉଥିବା ବେଳର ଭିଡିଓ ଏବେ ସୋଶାଲ୍‌ ମଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓରେ ନିତ୍ୟାନନ୍ଦ ଏଭଳି ମନ୍ତବ୍ୟ ଦେଉଥିବା ବେଳେ ଉପସ୍ଥିତ ଶ୍ରୋତା ଏହାକୁ ସମର୍ଥନ କରି ତାଳି ମାରୁଥିବା ଦେଖିବାକୁ ମିଳୁଛି।

ସେ କହିଛନ୍ତି,“ ଆମ ପାଖରେ ଏଭଳି କିଛି ଅଙ୍ଗପ୍ରତ୍ୟଙ୍ଗ ରହିଛି, ଯାହା ମାଙ୍କଡ଼ କିମ୍ବା ଅନ୍ୟ ପଶୁମାନଙ୍କ ପାଖରେ ନାହିଁ। ସେମାନଙ୍କୁ ଏକ ସ୍ୱତନ୍ତ୍ର ପଦ୍ଧତି ଜରିଆରେ ଆମମାନଙ୍କ ପାଖରେ ଥିବା ଅଙ୍ଗପ୍ରତ୍ୟଙ୍ଗକୁ ଯଥା ଭୋକାଲ କର୍ଡ ସେମାନଙ୍କ ଶରୀରରେ ସୃଷ୍ଟି କରିବାକୁ ପଡ଼ିବ। ବୈଜ୍ଞାନିକ ଗବେଷଣା ଦ୍ୱାରା ମୁଁ ଏପରି କରିବାକୁ ଚାହୁଁଛି।

“ଗତକାଲି ଏ ସମ୍ପର୍କରେ ଏକ ସଫ୍ଟୱେର୍‌କୁ ମୁଁ ପରୀକ୍ଷା କରିଛି। ଏହା ଖୁବ୍‌ଭଲ ଭାବେ କାର୍ଯ୍ୟ ମଧ୍ୟ କରୁଛି। ଏବେ ଆପଣ ମାନେ ଲେଖିକି ରଖନ୍ତୁ, ମୁଁ ବର୍ଷକ ମଧ୍ୟରେ ଆଜି ଯେଉଁ କଥା କହୁଛି, ତାକୁ ପ୍ରମାଣ କରି ଦେଖାଇବି।”

ଏହି ସମୟରେ ସେଠାରେ ଥିବା ନିତ୍ୟାନନ୍ଦଙ୍କ ଅନୁଗାମୀମାନେ ତାଳି ମାରିବା ସହ ବାଜା ବଜାଇ ଏହାକୁ ସ୍ୱାଗତ କରିଥିଲେ।

ନିତ୍ୟାନନ୍ଦ ଭିଡିଓରେ ଆହୁରି କହିଛନ୍ତି, “ମୁଁ ମାଙ୍କଡ଼ ପାଇଁ ଉପଯୁକ୍ତ ଫୋନେଟିକ୍‌ କୋଡ୍‌ ବାହାର କରିବି। ସେହିପରି କୋଡ୍‌ ବାଘ ଏବଂ ସିଂହ ପାଇଁ ମଧ୍ୟ ତିଆରି କରାଯିବ। ଏହାପରେ ଗାଈ,ଷଣ୍ଢ ଏବଂ ଅନ୍ୟାନ୍ୟ ପଶୁମାନେ ବେଶ ଆରାମ୍‌ରେ ଆପଣମାନଙ୍କ ସହ ଉଭୟ ସଂସ୍କୃତ ଏବଂ ତାମିଲ ଭାଷାରେ କଥା ହୋଇପାରିବେ।”

ନିତ୍ୟାନନ୍ଦ ତାମିଲନାଡୁର ମଦୁରାଇ ଅଧିନମ୍ ମଠର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। କିନ୍ତୁ ତାଙ୍କର ଏହି ପଦ ମଧ୍ୟ ବିବାଦୀୟ ହୋଇ ରହିଛି।

୨୦୧୦ରେ ନିତ୍ୟାନନ୍ଦଙ୍କୁ ଏକ ଦୁଷ୍କର୍ମ ମାମଲାରେ ହିମାଚଳରୁ ଗିରଫ କରାଯାଇଥିଲା।



from Odisha Reporter https://ift.tt/2NQDCdB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages