ଏବେ ସାରିଡନ୍‌ ବିକ୍ରି ହୋଇପାରିବ: ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 17, 2018

ଏବେ ସାରିଡନ୍‌ ବିକ୍ରି ହୋଇପାରିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପେନ୍‌କିଲର୍‌ ସାରିଡନ୍‌ ସମେତ ୩୨୮ ପ୍ରକାରର ଫିକ୍ସଡ୍‌ ଡୋଜ୍‌ କମ୍ବିନେସନ୍‌ ବା ଏଫ୍‌ଡିସି ଔଷଧକୁ ବ୍ୟାନ୍‌ କରିଥିଲେ। ହେଲେ ଆଜି ସୁପ୍ରିମକୋର୍ଟ ସାରିଡନ୍‌ ଓ ଅନ୍ୟ ଦୁଇଟି ଏଫ୍‌ଡିସିକୁ ବର୍ତ୍ତମାନ ବିକ୍ରି କରାଯାଇ ପାରିବ ବୋଲି ରୁଲିଂ ଦେଇଛନ୍ତି। ଡ୍ରଗ୍ସ ମାର୍କେଟ ପକ୍ଷରୁ ଆଗତ ଏକ ପିଟିସନ୍‌ର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି।

୧୯୮୮ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଏଫ୍‌ଡିସି ଉପରେ କେନ୍ଦ୍ର ସରକାର ବ୍ୟାନ୍‌ ଲଗାଇଥିବାରୁ ଆଜି ସର୍ବୋଚ୍ଚ ଅଦାଲତ ଏହା ଉପରେ ସ୍ପଷ୍ଟୀକରଣ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ୩୨୮ ପ୍ରକାରର ଔଷଧ ମଧ୍ୟରେ ସାରିଡନ୍‌ ଓ ସ୍କିନ କ୍ରିମ୍‌ ପାନ୍‌ଡ୍ରେମ୍‌ ମଧ୍ୟ ରହିଥିଲା। ତେବେ ସରକାରଙ୍କ ଏହି ବ୍ୟାନ୍‌ ନିର୍ଦ୍ଦେଶକୁ ବିଭିନ୍ନ ଔଷଧ କମ୍ପାନୀଙ୍କ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଥିଲା।

ଆଜି ଆବେଦନକାରୀ ଓକିଲ କୋର୍ଟଙ୍କୁ ଜଣାଇଥିଲେ ଯେ ୧୯୮୮ ପୂର୍ବରୁ ନିର୍ମାଣ ହୋଇଥିବା ଏହି ଔଷଧ ଗୁଡ଼ିକୁ ସରକାର ଅସିଦ୍ଧ ଘୋଷଣା କରିଛନ୍ତି। କିନ୍ତୁ ପୂର୍ବରୁ ସୁପ୍ରିମକୋର୍ଟ ୧୫ ପ୍ରକାରର ଏଫ୍‌ଡିସି ଔଷଧକୁ ସରକାରଙ୍କ ବ୍ୟାନ୍‌ରୁ ଅନେକ ଥର ବାହାରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଏ କ୍ଷେତ୍ରରେ ମଧ୍ୟ ସମାନ ନୀତି ଆପଣାଯାଉ ବୋଲି କହିଥିଲେ।

ସୁପ୍ରିମକୋର୍ଟ ଏହି ଯୁକ୍ତିକୁ ଶୁଣିବା ପରେ Saridon, Piriton Expectorant and Dart ଭଳି ଏଫ୍‌ଡିସି ଔଷଧକୁ ଏହି ବ୍ୟାନ୍‌ ତାଲିକାରୁ ବର୍ତ୍ତମାନ ପାଇଁ ବାଦ୍‌ ଦିଆଯିବ ବୋଲି କହିଥିଲେ। କେନ୍ଦ୍ର ସରକାର କାରଣ ନ ଦର୍ଶାଇଲା ଯାଏ, ଏହି ୩ ପ୍ରକାରର ଔଷଧ ବିକ୍ରି ହୋଇପାରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଏହି ରାୟ Glaxo, Smith Kline ଓ Piramal ଭଳି କମ୍ପାନୀକୁ ଆଶ୍ୱସ୍ତି ଦେଇଛି। କାରଣ ଏହି କମ୍ପାନୀମାନେ ଏହି ୩ ପ୍ରକାରର ଏଫ୍‌ଡିସି ଔଷଧ ବିକ୍ରି କରି ପ୍ରସିଦ୍ଧି ଲାଭ କରିଥିଲେ।



from Odisha Reporter https://ift.tt/2NPYXUh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages