
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ଜଗତସିଂହପୁର ଜିଲ୍ଲା ସଭାପତି ବିଷ୍ଣୁ ଦାସ ଓ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କ ମଧ୍ୟରେ ଥିବା ଅହୀନକୁଳ ସମ୍ପର୍କ ବିଷୟରେ ସମସ୍ତେ ଜାଣିଛନ୍ତି। ସେମାନଙ୍କ ସମ୍ପର୍କ ସାପ ଓ ନେଉଳ ପରି। କେହି କାହାକୁ ଛାଡ଼ିବାର ନାହାନ୍ତି। ଉଭୟ ପରସ୍ପରର ଗୋହି ଖୋଳିବାକୁ ପଛାଉ ନାହାନ୍ତି।
ତେବେ ଦାମ ବିଜେଡିରୁ ବହିଷ୍କାର ହେବା ପରେ ଏ ଦୁହିଁଙ୍କ କଳି ଚରମ ସୀମାରେ ପହଞ୍ଚିଛି। ପ୍ରତିଦିନ କୌଣସି ନା କୌଣସି କାରଣରୁ ଦୁହେଁ ମୁହାଁମୁହିଁ ହେଉଛନ୍ତି। ଲାଗୁଛି ଯେମିତି, ଦୁହେଁ କଣ୍ଟାବାଡ଼ରେ ଲୁଗା ପକେଇ କଳି କରୁଛନ୍ତି। ଆଜି ସେମାନଙ୍କ କଳି ବ୍ୟକ୍ତିଗତ ସ୍ତରକୁ ଚାଲି ଯାଇଛି। ଦୁହେଁ ପରସ୍ପରକୁ କଡା ଭାଷାରେ ସମାଲୋଚନା କରିଛନ୍ତି।
ଶୁଣନ୍ତୁ ଆଜି ପୁଣି ଦୁହେଁ ଦୁହିଁଙ୍କ ବିରୋଧରେ କ’ଣ କହୁଛନ୍ତି… ।
from Odisha Reporter https://ift.tt/2Dc2Qiv
No comments:
Post a Comment