ବାଂଲାଦେଶର ବିଶାଳ ବିଜୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 15, 2018

ବାଂଲାଦେଶର ବିଶାଳ ବିଜୟ

MushfiqurRahim

ଦୁବାଇ: ଏସିଆ କପ୍‌ ଆରମ୍ଭରୁ ଶକ୍ତିଶାଳୀ ଶ୍ରୀଲଙ୍କାକୁ ଜବରଦସ୍ତ ଝଟକା ଦେଇଛି ଗତଥରର ରନର୍ସ ଅପ୍‌ ବାଂଲାଦେଶ। ଶ୍ରୀଲଙ୍କାକୁ ୧୩୭ ରନ୍‌ରେ ପରାସ୍ତ କରି ଏସିଆ କପ୍‌ ଅଭିଯାନ ଆରମ୍ଭ କରିଛି ଦଳ।

ଗତକାଲି ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୱିକେଟ୍ କିପର୍‌ ମୁଶ୍‌ଫିକର ରହିମ୍‌ଙ୍କ ଜବରଦସ୍ତ ଶତକ ବଳରେ ଦଳ ୪୯.୩ ଓଭରରେ ୨୬୧ ରନ୍ କରିଥିଲା। ମୁଶ୍‌ଫିକର ୧୫୦ଟି ବଲ୍‌ରୁ ୧୪୪ ରନ୍ କରିଥିବା ବେଳେ ମହମ୍ମଦ ମିଥୁନ୍ ୬୩ ରନ୍ କରିଥିଲେ।

ଶ୍ରୀଲଙ୍କା ପକ୍ଷରୁ ୪ ବର୍ଷ ପରେ ଦଳକୁ କମ୍‌ବ୍ୟାକ୍ କରିଥିବା ଲସିଥି ମାଲିଙ୍ଗା ସର୍ବାଧିକ ୪ଟି ୱିକେଟ୍ ନେଇ ଥିବାବେଳେ ଡିସିଲ୍‌ଭା ୨ଟି ଓ ଲକ୍‌ମାଲ୍‌, ଅପ୍‌ନସ୍‌ ଏବଂ ପେରେରା ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ବିଜୟ ଲକ୍ଷ୍ୟ ୨୬୨ ଥିବା ବେଳେ ଶ୍ରୀଲଙ୍କା ଟିମ୍‌ ୩୫.୨ ଓଭରରେ  ମାତ୍ର ୧୨୪ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ଡି ପେରେରା ସର୍ବାଧିକ ୨୯ ରନ୍ କରିଥିବା ବେଳେ ଓପନର୍ ଉପୁଲ ଥରଙ୍ଗା ୨୭ ରନ୍ କରିଥିଲେ।

ବାଂଲାଦେଶ ପକ୍ଷରୁ ମସ୍‌ରାଫ୍ ମର୍ତାଜ୍ ୨ଟି ୱିକେଟ୍ ନେଇଥିବା ବେଳେ ମୁସ୍ତାଫିଜୁର ରହ୍‌ମାନ୍ ୨ଟି, ମେହିଦି ହାସନ ୨ଟି ଏବଂ ଶକିବ୍ ଅଲ୍ ହାସନ୍, ରୁବେଲ୍ ‌ଓ ମୋସାଡେକ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ମୁଶ୍‌ଫିକରଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପ୍ରଦାନ କରାଯାଇଥିଲା।



from Odisha Reporter https://ift.tt/2pcjILU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages