ବିଜେଡି ସୂତ୍ର ଅନୁସାରେ, କଟକ ଜିଲ୍ଲା ସଭାପତି ପ୍ରତାପ ଜେନାଙ୍କ ମଧ୍ୟସ୍ଥତାରେ ବିଜୟଙ୍କୁ ବିଜେଡିକୁ ଆଣିବା ପାଇଁ ଉଦ୍ୟମ ଚାଲିଥିଲା। କିନ୍ତୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ ଭାବେ ବିଜୟଙ୍କ ସାମିଲ ସମ୍ଭାବନା ଉପରେ ନାସ୍ତିବାଣୀ ଶୁଣାଇ ଦେଇଛନ୍ତି। ଯାହାଫଳରେ ବିଜୟ ଏବେ ବିଜେପିରେ ରହିବେ ନା ଆଗାମୀ ଦିନରେ ଅନ୍ୟ କେଉଁ ଦଳକୁ ଡ଼ିଆଁ ମାରିବେ ତାକୁ ନେଇ ସଂଶୟ ଲାଗି ରହିଛି।
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପିର ଦୁଇ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଦଳର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ହୋଇ ମଧ୍ୟ ନୂଆଦିଲ୍ଲୀ ବୈଠକରେ ସାମିଲ ନହେବାକୁ ନେଇ ଚର୍ଚ୍ଚା ଲାଗି ରହିଛି।
ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଆଗାମୀ ନିର୍ବାଚନରେ ଲଢ଼ିବେ ନାହିଁ। ବିଜେପିରେ ବଢ଼ୁଥିବା ଗୋଷ୍ଠୀକନ୍ଦଳ ତାଙ୍କୁ ଭୋଟ୍ ରାଜନୀତିରୁ ଦୂରେଇ ରଖିବାକୁ ବାଧ୍ୟ କରୁଥିବା ଜଣାପଡ଼ିଛି।
ତେବେ ସେ ଆଗାମୀ ନିର୍ବାଚନ ନଲଢ଼ିଲେ ମଧ୍ୟ ବିଜେଡିକୁ ପରୋକ୍ଷରେ ସହଯୋଗ କରିବା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି। ଏପରିକି ବିଜେଡି ମଧ୍ୟ ତାଙ୍କୁ ନିଜ ସହ ରଖିବା ପାଇଁ ଏକପ୍ରକାର ଗ୍ରୀନ୍ ସିଗନାଲ ଦେଇଥିବା ସୂଚନା ମିଳିଛି। ଦିଲ୍ଲୀପ ମଧ୍ୟ ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ ବୋଲି ନିଜର ଅନୁଗତମାନଙ୍କୁ କହିଛନ୍ତି।
ଅନ୍ୟପକ୍ଷରେ ଦିଲ୍ଲୀପଙ୍କ ଖାସ୍ ବନ୍ଧୁ ବିଜୟ ମହାପାତ୍ର କିନ୍ତୁ ନିଜର ରାଜନୀତିକ ଭବିଷ୍ୟତକୁ ନେଇ ଏବେ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି। ବିଜୟଙ୍କୁ ବିଜେଡିରେ ସାମିଲ କରିବା ପାଇଁ ଚାଲିଥିବା ଉଦ୍ୟମରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି।
ବିଜେଡି ସୂତ୍ର ଅନୁସାରେ, କଟକ ଜିଲ୍ଲା ସଭାପତି ପ୍ରତାପ ଜେନାଙ୍କ ମଧ୍ୟସ୍ଥତାରେ ବିଜୟଙ୍କୁ ବିଜେଡିକୁ ଆଣିବା ପାଇଁ ଉଦ୍ୟମ ଚାଲିଥିଲା। କିନ୍ତୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ ଭାବେ ବିଜୟଙ୍କ ସାମିଲ ସମ୍ଭାବନା ଉପରେ ନାସ୍ତିବାଣୀ ଶୁଣାଇ ଦେଇଛନ୍ତି। ଯାହାଫଳରେ ବିଜୟ ଏବେ ବିଜେପିରେ ରହିବେ ନା ଆଗାମୀ ଦିନରେ ଅନ୍ୟ କେଉଁ ଦଳକୁ ଡ଼ିଆଁ ମାରିବେ ତାକୁ ନେଇ ସଂଶୟ ଲାଗି ରହିଛି।
ଦିଲ୍ଲୀପଙ୍କୁ ହଁ କହି ବିଜୟଙ୍କୁ ନା’ କହିଥିବା ବିଜେଡି ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ରଣନୀତି ପ୍ରସ୍ତୁତ କରିଛି। ବିଜୟ ଓ ଦିଲ୍ଲୀପଙ୍କ ମଧ୍ୟରେ ଥିବା ଦୀର୍ଘଦିନର ବନ୍ଧୁତ୍ୱରେ ଫାଟ ସୃଷ୍ଟି କରି ପରସ୍ପରକୁ ଅଲଗା କରିବା ସହ ବିଜୟଙ୍କ ରାଜନୀତିକ କ୍ୟାରିୟରର ସବୁଦିନ ପାଇଁ ଅନ୍ତ ଘଟାଇବାର ମଧ୍ୟ ଯୋଜନା କରିଥିବା ସୂଚନା ମିଳିଛି।
from Odisha Reporter https://ift.tt/2oTsSge
No comments:
Post a Comment