ଆଇଏଏସ୍‌ଙ୍କ ପ୍ରେମରେ ନେତା ବାୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 10, 2018

ଆଇଏଏସ୍‌ଙ୍କ ପ୍ରେମରେ ନେତା ବାୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ଜଣେ ଆଇଏଏସ୍‌ ଅଫିସରଙ୍କ ପ୍ରେମରେ ଏବେ ଜଣେ ନେତା କୁଆଡ଼େ ପାଗଳପ୍ରାୟ ହୋଇପଡ଼ିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳୁଛି, ଜଣେ ମହିଳା ଆଇଏଏସ୍‌ଙ୍କ ପ୍ରେମରେ କୁଆଡ଼େ କ୍ଷମତାସୀନ ବିଜେଡିର ଜଣେ ପ୍ରଭାବଶାଳୀ ନେତା ଏବେ ପୁରା ଦିୱାନା ହୋଇପଡ଼ିଛନ୍ତି। ଏହି ମହିଳାଙ୍କୁ ଦେଖା କରିବା ପାଇଁ କୁଆଡ଼େ ଏବେ ବିଭିନ୍ନ ବାହାନା ଖୋଜୁଛନ୍ତି। କାମ ନଥାଇ ମଧ୍ୟ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ଆଣି ତାଙ୍କ ଆଗରେ ରଖି ତା’ର ସମାଧାନ ପାଇଁ କୁଆଡ଼େ ଅଡ଼ି ବସୁଛନ୍ତି।

ଚର୍ଚ୍ଚା ହେଉଛି, ନେତା ଜଣକ ନିଜର ମନକଥା ନ ଜଣାଇଲେ ମଧ୍ୟ ତାଙ୍କର ଏଭଳି ବାରମ୍ବାର ଆସିବା ପଛରେ ମନ୍ଦ ଉଦ୍ଦେଶ୍ୟ ରହିଥିବା ସେହି ମହିଳା ଆଇଏଏସ୍‌ କୁଆଡ଼େ ଅନୁଭବ କରି ସାରିଲେଣି। ତେଣୁ ଖାସ୍ ଏଇଥିପାଇଁ ଗତ କିଛିଦିନ ହେଲା ସମ୍ପୃକ୍ତ ନେତାଙ୍କୁ ବିଭିନ୍ନ ଆଳ ଦେଖାଇ ମହିଳା ଆଇଏଏସ୍‌ ଜଣକ କୁଆଡ଼େ ସମୟ ଦେଉନାହାନ୍ତି।

ଚର୍ଚ୍ଚା ହେଉଛି, ଏହି ମହିଳା ଆଇଏଏସ୍‌ ଏବେ ଏଭଳି ଏକ ବିଭାଗ ଦାୟିତ୍ୱରେ ଅଛନ୍ତି ଯାହା ପ୍ରାୟତଃ ନେତାମାନଙ୍କ କାମରେ ଆସେନି। ତେବେ ଉପକୂଳ ଓଡ଼ିଶାର ଏହି ପ୍ରଭାବଶାଳୀ ନେତା କୁଆଡ଼େ ସମ୍ପୃକ୍ତ ମହିଳା ଆଇଏଏସ୍‌ଙ୍କୁ କେବଳ ଦେଖା କରିବା ପାଇଁ ତାଙ୍କ ଅଫିସ୍ ଚାମ୍ବରରେ ବହୁ ସମୟ ବିତାଉଛନ୍ତି। ସମ୍ପୃକ୍ତ ନେତା ଜଣକ ପ୍ରଭାବଶାଳୀ ଓ ଥାର୍ଡଫ୍ଲୋର୍‌ର ଖାସ୍ ଅନୁଗତ ହୋଇଥିବାରୁ, ମହିଳା ଆଇଏଏସ୍‌ ଜଣକ ମୁହଁ ଖୋଲିପାରୁ ନାହାନ୍ତି କିମ୍ବା ତାଙ୍କୁ କୁଆଡ଼େ ବିରୋଧ କରିପାରୁନାହାନ୍ତି।

ଚର୍ଚ୍ଚା ହେଉଛି, ନେତା ଜଣକ ନିଜର ମନକଥା ନ ଜଣାଇଲେ ମଧ୍ୟ ତାଙ୍କର ଏଭଳି ବାରମ୍ବାର ଆସିବା ପଛରେ ମନ୍ଦ ଉଦ୍ଦେଶ୍ୟ ରହିଥିବା ସେହି ମହିଳା ଆଇଏଏସ୍‌ କୁଆଡ଼େ ଅନୁଭବ କରି ସାରିଲେଣି। ତେଣୁ ଖାସ୍ ଏଇଥିପାଇଁ ଗତ କିଛିଦିନ ହେଲା ସମ୍ପୃକ୍ତ ନେତାଙ୍କୁ ବିଭିନ୍ନ ଆଳ ଦେଖାଇ ମହିଳା ଆଇଏଏସ୍‌ ଜଣକ କୁଆଡ଼େ ସମୟ ଦେଉନାହାନ୍ତି।

ଏପରିକି ସେ ମିଟିଂରେ ବ୍ୟସ୍ତ ଅଛନ୍ତି ବୋଲି କୁଆଡ଼େ ତାଙ୍କର ଅଫିସ୍‌ କର୍ମଚାରୀମାନେ ଏବେ ନେତା ଜଣଙ୍କୁ କହିବା ଆରମ୍ଭ କଲେଣି। କିନ୍ତୁ ଏହା ସତ୍ତ୍ୱେ ବି ନେତାଜଣକ କୁଆଡ଼େ ମହିଳା ଆଇଏଏସ୍‌ଙ୍କ ଚାମ୍ବରରେ ହାଜିରା ପକାଇବା ଛାଡ଼ୁନାହାନ୍ତି ବୋଲି ଚର୍ଚ୍ଚା ହେଉଛି।



from Odisha Reporter https://ift.tt/2x1PRcM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages