
ଜଳେଶ୍ୱର (ଅଜିତ କୁମାର ଦାସ): ବିଲକାମ କରିବା ପାଇଁ ଘରୁ ଡାକି ନେଇଥିଲେ। ହେଲେ ତାକୁ କାମ ଦେବା ପରିବର୍ତ୍ତେ ଗଣ ଦୁଷ୍କର୍ମ କଲେ। ପରେ ତାକୁ ବେଶ୍ୟାଳୟରେ ବିକ୍ରି କରିଦେଲେ। ତଥାପି ଯୌନ ରାକ୍ଷସଙ୍କ ମନ ବୁଝିନଥିଲା। ସେମାନେ ଆଉଥରେ ବେଶ୍ୟାଳୟ ଯାଇ ନାବାଳିକାକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଅମାନବୀୟ ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି।
ପୂରା ଘଟଣା ଏମିତି। ପଶ୍ଚିମବଙ୍ଗରେ ବିଲ କାମ କରିବା ପାଇଁ ଚିନ୍ମୟ (ଛଦ୍ମନାମ) ନାମକ ଜଣେ ଯୁବକ ୧୫ ବର୍ଷୀୟ ନାବାଳିକାଙ୍କୁ ସାଥୀରେ ନେଇଯାଇଥିଲେ। ସେଠାରେ ଚିନ୍ମୟ ଓ ତାଙ୍କ ସାଥୀ ମିଶି ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ପରେ ସେମାନେ ୩୦୦୦ ଟଙ୍କାରେ ବେଶ୍ୟାଳୟ ଚଳାଉଥିବା ପଶ୍ଚିମବଙ୍ଗର ଜଣେ ହୋଟେଲ ମାଲିକଙ୍କୁ ନାବାଳିକାକୁ ବିକ୍ରି କରିଦେଉଥିଲେ। ୧୦ରୁ ୧୨ ଦିନ ତଳେ ଏମାନେ ପଶ୍ଚିମବଙ୍ଗ ଯାଇ ଆଉଥରେ ସେହି ନାବାଳିକାକୁ ଦୁଷ୍କର୍ମ କରିଥିଲେ। ଏପରିକି ହୋଟେଲ ମାଲିକଙ୍କଠାରୁ ଆଉ ୪୦୦୦ ଟଙ୍କା ଆଣିଥିଲେ।
୨ରୁ ୩ ଦିନ ତଳେ ସେମାନେ ଆଉଥରେ ପଶ୍ଚିମବଙ୍ଗ ଯାଇ ନାବାଳିକାକୁ ଦୁଷ୍କର୍ମ କରିଥିଲେ। ଏହି ସମୟରେ ନାବାଳିକା ଜଣକ ସେମାନଙ୍କ ଗୋଡ଼ ଧରି କାନ୍ଦିଥିଲେ। ଏହା ପରେ ସେମାନେ ନାବାଳିକାଙ୍କୁ ଟ୍ରେନ୍ରେ ଆଣି ଜଳେଶ୍ୱର ଷ୍ଟେସନ୍ରେ ଛାଡ଼ି ପଳାଇ ଯାଇଥିଲେ।
ଆଜି ନାବାଳିକା ଏନେଇ ଜଳେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
from Odisha Reporter https://ift.tt/2x7uh7F
No comments:
Post a Comment