
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ନୀତି ପେଡ଼ି ଖୋଲି ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇଛନ୍ତି ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ। ଏଥିପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଏହା ପରେ ଡାକ୍ତର ରାଉତ ସ୍ୱରକୁ ଶାଣିତ କରିଛନ୍ତି। ସିଧାସଳଖ ଦଳ ସୁପ୍ରିମୋଙ୍କୁ ଟାର୍ଗେଟ କରୁଛନ୍ତି।
ତେବେ ପୂର୍ବରୁ ବିଜୁ ପ୍ରେମୀଙ୍କୁ ଏକତ୍ର କରିବା ପାଇଁ ଡାକ୍ତର ରାଉତ ସଙ୍କେତ ଦେଇଥିଲେ। ମାତ୍ର ନୂଆ ଦଳ ଗଢ଼ିବା ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ ବୋଲି କହିଥିଲେ। କିନ୍ତୁ ଆଜି ଡାକ୍ତର ରାଉତ ଓଡ଼ିଶାରେ ବିଜୁ ଆଦର୍ଶକୁ ନେଇ ନୂଆ ଦଳ ଗଠନର ସଙ୍କେତ ଦେଇଛନ୍ତି।
ସେ କହିଛନ୍ତି-“ବିଜୁଙ୍କ ନୀତି ଆଦର୍ଶକୁ ମାନୁଥିବା ଲୋକଙ୍କୁ ନେଇ ନୂଆଦଳ ଗଠନ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ଯେଉଁ ବିଜେଡି ରହିଛି, ସେଥିରେ ବିଜୁ ପଟ୍ଟନାୟକଙ୍କ ସହିତ କାମ କରିଥିବା ଓ ଦେଖିଥିବା କିମ୍ବା ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା କୌଣସି ଲୋକ ପ୍ରାୟ ଆଉ ନାହାନ୍ତି। କେତେଜଣ ଲୋକ ବିଜୁବାବୁଙ୍କ ନାଁକୁ ବିକି କ୍ଷମତାରେ ରହିବା ପାଇଁ ନବୀନଙ୍କ ନେତୃତ୍ୱରେ ପ୍ରୟାସ କରୁଛନ୍ତି।”
ଦାମଙ୍କ ନୂଆ ଦଳ ଗଠନ ସଙ୍କେତକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର।
ସେ କହିଛନ୍ତି-“ବିଜୁବାବୁଙ୍କ ଅନୁଗତ ଓ ତାଙ୍କ ଚିନ୍ତାଧାରାକୁ ନେଇ ବିଜେଡି ଗଠନ କରାଯାଇଛି। ବର୍ତ୍ତମାନ ତାଙ୍କ ନାଁରେ ଏବେ ଗୋଟିଏ ଦଳ ବିଜେଡି ରହିଛି। ଆଉ ଗୋଟିଏ ଦଳ ଗଠନ କଲେ କଣ ହେବ? ଲୋକେ ତାକୁ କ’ଣ ଗ୍ରହଣ କରିବେ?”
from Odisha Reporter https://ift.tt/2NHsvEi
No comments:
Post a Comment