
ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲି ଆଜି ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ରାଷ୍ଟ୍ରପତି ରାମନାଥ କୋବିନ୍ଦଠାରୁ ଗ୍ରହଣ କରିଛନ୍ତି। ଚଳିତ ବର୍ଷ କୋହଲିଙ୍କ ସହ ଭାରୋତ୍ତଳନକାରୀ ମୀରାବାଈ ଚାନୁଙ୍କୁ ମଧ୍ୟ ଖେଳରତ୍ନ ପୁରସ୍କାର ମିଳିଛି।

ସର୍ବଦା ଅଗଷ୍ଟ ୨୯ରେ ମନୋନୀତ କ୍ରୀଡ଼ାବିତ୍ଙ୍କୁ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଏ। କିନ୍ତୁ ଚଳିତ ବର୍ଷ ଏସିଆନ୍ ଗେମ୍ସ ଯୋଗୁ ଏହି ପୁରସ୍କାର ପ୍ରଦାନ ଉତ୍ସବକୁ ସେପ୍ଟେମ୍ବର ୨୫ ଯାଏ ଘୁଞ୍ଚାଇ ଦିଆଯାଇ ଥିଲା।
ଉଭୟ କୋହଲି ଓ ମୀରାବାଈଙ୍କୁ ଖେଳରତ୍ନ ପୁରସ୍କାର ବାବଦକୁ ମେଡାଲ୍, ପ୍ରମାଣପତ୍ର ସହ ନଗଦ ସାଢ଼େ ୭ ଲକ୍ଷ ଟଙ୍କା ଲେଖାଏ ଦିଆଯାଇଛି।
ସଚିନ୍ ତେନ୍ଦୁଲକର ଓ ମହେନ୍ଦ୍ର ସିଂହ ଧୋନିଙ୍କ ପରେ ବିରାଟ୍ ତୃତୀୟ କ୍ରିକେଟର୍ ଭାବେ ଖେଳରତ୍ନ ପୁରସ୍କାର ପାଇଛନ୍ତି।
ବିରାଟ୍ଙ୍କୁ ପୁରସ୍କାର ପ୍ରଦାନ ସମୟରେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା, ମା’ ସରୋଜ କୋହଲି ଓ ବଡ଼ଭାଇ ବିକାଶ ଉପସ୍ଥିତ ରହିଥିଲେ।
କୋହଲି ଓ ମୀରାବାଈଙ୍କୁ ‘ଖେଳରତ୍ନ’ ମିଳିଥିବା ବେଳେ ଜାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରା, ଆଥଲେଟ୍ ହୀମା ଦାସ ଓ ଟେବୁଲ ଟେନିସ୍ ଷ୍ଟାର ମନିକା ବାତ୍ରାଙ୍କ ସମେତ ସମୁଦାୟ ୨୦ ଜଣ ଖେଳାଳିଙ୍କୁ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି।

ସେମାନେ ହେଲେ, ଜିଙ୍କସନ୍ ଜନସନ (ଆଥ୍ଲେଟିକ୍ସ), ଏନ୍ ସିକ୍କି ରେଡ୍ଡୀ(ବ୍ୟାଡ୍ମିଣ୍ଟନ୍), ସତୀଶ କୁମାର (ବକ୍ସିଂ), ସ୍ମୃତି ମନ୍ଧାନା(କ୍ରିକେଟ),ଶୁଭଙ୍କର ଶର୍ମା(ଗଲ୍ଫ),ମନପ୍ରୀତ ସିଂହ ଓ ସବିତା(ହକି), ରବି ରାଠୋର(ପୋଲୋ),ରାହି ସର୍ଣ୍ଣୋବତ, ଅଙ୍କୁର ମିତ୍ତଲ, ଶ୍ରେୟାସି ସିଂହ(ଶୁଟିଂ), ଜି ସଥିୟାନ୍(ଟେବୁଲ ଟେନିସ୍), ରୋହନ ବୋପାନ୍ନା(ଟେନିସ୍),ସୁମିତ(ରେସଲିଂ), ପୂଜା କାଡିଆନ୍(ଉଶୁ), ଅଙ୍କୁର ଧାମା(ପାରା ଆଥଲେଟିକ୍ସ) ଏବଂ ମନୋଜ ସରକାର(ପାରା ବ୍ୟାଡ୍ମିଣ୍ଟନ୍)। ଏମାନଙ୍କୁ ମୂର୍ତ୍ତି, ପ୍ରମାଣପତ୍ର ଓ ୫ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯାଇଛି।
ସତ୍ୟଦେବ ପ୍ରସାଦ(ତୀରନ୍ଦାଜୀ), ଭାରତ କୁମାର ଛେତ୍ରୀ(ହକି), ବବି ଆଲୋୟସିଉସ୍(ଆଥଲେଟିକ୍ସ) ଓ ଚୌଗାଲେ ଦାଡୁ ଦତ୍ତାତ୍ରୟ(ରେସଲିଂ)ଙ୍କୁ ଚଳିତ ବର୍ଷର ଧ୍ୟାନଚାନ୍ଦ ପୁରସ୍କାରରେ ମଧ୍ୟ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।

#NationalSportsAwards2018 : Indian cricket captain @imVkohli receives #RajivGandhiKhelRatnaAward , 2018 pic.twitter.com/94DuI18MwV
— Doordarshan News (@DDNewsLive) September 25, 2018
#NationalSportsAwards2018 : World Champion Weightlifter @mirabai_chanu receives #RajivGandhiKhelRatnaAward , 2018 pic.twitter.com/AMpfHlTshh
— Doordarshan News (@DDNewsLive) September 25, 2018
from Odisha Reporter https://ift.tt/2OQkHNg
No comments:
Post a Comment