ବାଂଲାଦେଶର ନିଦ ହଜାଇ ଦେଲା ଆଫ୍‌ଗାନିସ୍ତାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 20, 2018

ବାଂଲାଦେଶର ନିଦ ହଜାଇ ଦେଲା ଆଫ୍‌ଗାନିସ୍ତାନ୍

afghanistan

ଦୁବାଇ: ଏସିଆ କପ୍‌ରେ ବାଂଲାଦେଶକୁ ବଡ଼ ଝଟକା ଦେଇଛି ଆଫ୍‌ଗାନିସ୍ତାନ୍। ଗୁରୁବାର ଖେଳା ଯାଇଥିବା ଏକ ମ୍ୟାଚ୍‌ରେ ଆଫ୍‌ଗାନିସ୍ତାନ୍ ୧୩୬ ରନ୍‌ରେ ବାଂଲାଦେଶକୁ ହରାଇଥିଲା।

ଦୁଇ ଦେଶ ସୁପର୍-୪ରେ ପ୍ରବେଶ କରି ସାରିଥିବାରୁ ଏହି ମ୍ୟାଚ୍ ଏତେ ଗୁରୁତ୍ୱ ବହନ କରୁ ନଥିଲା। ତଥାପି ଆଫ୍‌ଗାନିସ୍ତାନ୍ ଏତେ ରନ୍‌ରେ ବିଜୟୀ ହେବା ଦଳର ଉତ୍‌ଥାନକୁ ଦର୍ଶାଉଛି।

ଆଫ୍‌ଗାନିସ୍ତାନ୍‌ର ଏହା ଦ୍ୱିତୀୟ ବିଜୟ ଥିଲା। ତା’ପୂର୍ବରୁ ଦଳ ଶ୍ରୀଲଙ୍କାକୁ ହରାଇଥିଲା।

ଗତକାଲି ଆଫ୍‌ଗାନିସ୍ତାନ୍‌ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୭ ୱିକେଟ୍ ହରାଇ ୨୫୫ ରନ୍ କରିଥିଲା। ଦଳ ପକ୍ଷରୁ ରଶିଦ ଖାନ୍ ଅପରାଜିତ ରହି ୫୭ ରନ୍ କରିଥିବା ବେଳେ ଶାହିଦୀ ୫୮ ରନ୍ କରିଥିଲେ।

ଏହାର ଜବାବରେ ବାଂଲାଦେଶ ଟିମ୍ ୪୨.୧ ଓଭରରେ ମାତ୍ର ୧୧୯ ରନ୍ କରି ଅଲ୍‌ ଆଉଟ୍ ହୋଇଯାଇଥିଲା। ଦଳର ପ୍ରାରମ୍ଭ ବହୁତ ଖରାପ ଥିଲା। ମାତ୍ର ୪୩ ରନ୍‌ରେ ୪ଟି ୱିକେଟ୍ ପଳାଇଥିଲା।

୫୭ ରନ୍ କରିବା ସହିତ ୨ଟି ୱିକେଟ୍ ନେଇଥିବା ଆଫ୍‌ଗାନିସ୍ତାନ୍‌ର ରଶିଦ ଖାନ୍‌ଙ୍କୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ପ୍ରଦାନ କରାଯାଇଥିଲା।

ସୁପର୍-୪ରେ ପହଞ୍ଚିଥିବା ଆଫ୍‌ଗାନିସ୍ତାନ୍‌ ଆଜି ତା’ର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ୍‌କୁ ଭେଟିବ। ଏହି ମ୍ୟାଚ୍‌ ଆବୁଧାବିରେ ଖେଳା ଯିବ।

ସେହିପରି ସୁପର୍-୪ର ଆଉ ଏକ ମ୍ୟାଚ୍ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଦୁବାଇରେ ଖେଳାଯିବ।

ଦୁଇଟି ଯାକ ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୫ଟାରୁ ଆରମ୍ଭ ହେବ।



from Odisha Reporter https://ift.tt/2xGNSem

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages