ପ୍ରତ୍ୟର୍ପଣ ନିର୍ଦ୍ଦେଶ ପରେ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତିର ମଧ୍ୟସ୍ଥି ଫେରାର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 19, 2018

ପ୍ରତ୍ୟର୍ପଣ ନିର୍ଦ୍ଦେଶ ପରେ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତିର ମଧ୍ୟସ୍ଥି ଫେରାର!

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର୍ କିଣା ଦୁର୍ନୀତିରେ ମଧ୍ୟସ୍ଥି ସାଜିଥିବା ଖ୍ରୀଷ୍ଟିଆନ ମିସେଲଙ୍କୁ ଭାରତକୁ ପ୍ରତ୍ୟର୍ପଣ ପାଇଁ ଦୁବାଇ କୋର୍ଟ ନିର୍ଦ୍ଦେଶ ଦେବା ପରଠାରୁ ସେ କେଉଁଆଡ଼େ ଫେରାର୍‌ ହୋଇଯାଇଛନ୍ତି।

ମିସେଲଙ୍କ ଓକିଲ ଏନ୍‌ଡିଟିଭିକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମିସେଲଙ୍କୁ ଭାରତରେ ରାଜନୀତିକ ଫାଇଦା ହାସଲ ନିମନ୍ତେ ବ୍ୟବହାର କରାଯାଉଛି। ତାଙ୍କୁ ଜାଣିଶୁଣି ଏଥିରେ ଫସାଇ ଦିଆଯାଇଛି। ଏକଥା ସେ ଦୁବାଇ କୋର୍ଟଙ୍କୁ ଜଣାଇବା ସହ ମିସେଲଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଗଲେ ସେଠାରେ ସେ ନିର୍ଯାତନାର ଶିକାର ହେବାକୁ ପଡ଼ିପାରେ ବୋଲି ଯୁକ୍ତି ବାଢ଼ିଥିଲେ। କିନ୍ତୁ ଦୁବାଇ କୋର୍ଟ ଏହାକୁ ଖାରଜ କରିଦେଇଥିଲେ।

ଗତବର୍ଷ ଫେବୃଆରୀରେ ମିସେଲଙ୍କୁ ଗିରଫ କରାଯାଇଥିଲେ ହେଁ ସେ ଜାମିନ୍‌ରେ ରହିଥିଲେ। ତାଙ୍କୁ ଜେରା ପାଇଁ ଭାରତକୁ ଆଣିବାକୁ ନୂଆଦିଲ୍ଲୀର ତଦନ୍ତକାରୀ ସଂସ୍ଥା ପକ୍ଷରୁ ବାରମ୍ବାର ନିବେଦନ କରାଯିବାରୁ ଦୁବାଇ କୋର୍ଟ ଏଭଳି ପ୍ରତ୍ୟର୍ପଣ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ତେବେ ମିସେଲଙ୍କ ଓକିଲ ଅମଲ ଅଲସୁବେବି ଏହି ନର୍ଦ୍ଦେଶ ପରେ ମିସେଲଙ୍କୁ ସେ ଖୋଜି ପାଉନଥିବା କହିଛନ୍ତି। ସେ କହିଛନ୍ତି, ତାଙ୍କ ଠିକଣା ମିଳିବା ପରେ ତାଙ୍କୁ ଗିରଫ କରାଯିବ। ସେ ଦୁବାଇ କୋର୍ଟର ରାୟ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିପାରିବେ।

ୟୁପିଏ ସରକାର ଅମଳରେ ୧୨ଟି ଭିଭିଆଇପି ହେଲିକପ୍ଟର୍ କିଣିବା ପାଇଁ ଇଟାଲୀର ଏକ କମ୍ପାନୀ ସହ ଚୁକ୍ତି ହୋଇଥିଲା। ତେବେ ଏଥିପାଇଁ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହୋଇଥିଲା।



from Odisha Reporter https://ift.tt/2DdpCGF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages