ହୋଟେଲ୍‌ରୁ ମିଳିଲା ଅଭିନେତ୍ରୀଙ୍କ ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 6, 2018

ହୋଟେଲ୍‌ରୁ ମିଳିଲା ଅଭିନେତ୍ରୀଙ୍କ ମୃତଦେହ

payal

କୋଲକାତା: ବେଙ୍ଗଲୀ ଅଭିନେତ୍ରୀ ପାୟଲ ଚକ୍ରବର୍ତ୍ତୀଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି।  ବୁଧବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ସିଲିଗୁଡ଼ିର ଏକ ହୋଟେଲ୍‌ ରୁମ୍‌ରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ପ୍ରକୃତରେ ତାଙ୍କର କେମିତି ମୃତ୍ୟୁ ଘଟିଛି, ତାହା ଜଣାପଡ଼ିନି।

ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ପାୟଲ ହୋଟେଲ୍‌ରେ ରୁମ୍‌ ବୁକ୍‌ କରିଥିଲେ। ଗତକାଲି ତାଙ୍କୁ ଗ୍ୟାଙ୍ଗଟକ୍‌ ଯିବାର ଥିଲା। କିନ୍ତୁ ସେ ଚେକ୍‌ ଆଉଟ୍‌ କରି ନଥିଲେ। ଫଳରେ ହୋଟେଲ୍‌ ଷ୍ଟାଫ୍‌ ତାଙ୍କୁ ଡାକ ପକାଇଥିଲେ ଓ ତାଙ୍କ ରୁମ୍‌ କବାଟକୁ ବାରମ୍ବାର ବାଡ଼େଇଥିଲେ। କିନ୍ତୁ  ଭିତରୁ କୌଣସି ଉତ୍ତର ନମିଳିବାରୁ ସେମାନେ ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ୍‌ ତାଙ୍କ ମୃତଦେହକୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନି। ତେବେ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି କୁହାଯାଉଛି।

ପାୟଲ ଉଭୟ ଫିଲ୍ମ ଓ ଟେଲିଭିଜନ୍‌ ଶୋ’ରେ କାମ କରୁଥିଲେ।  ସେ ତାଙ୍କର ନୂଆ ଶୋ’ “Chokher Tara Tui” and “Goenda Ginni”ରେ କାମ ଆରମ୍ଭ କରିଥିଲେ। ନିକଟରେ ସେ ଫିଲ୍ମ ଦୁନିଆରେ ପାଦ ଦେଇଥିଲେ।

ତାଙ୍କର ଗୋଟିଏ ପୁଅ ଅଛି। ନିକଟରେ ସ୍ବାମୀଙ୍କ ସହ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା। ଏଥିପାଇଁ ସେ ଵିଷାଦରେ ରହୁଥିଲେ ବୋଲି ଶୁଣିବାକୁ ମିଳୁଛି।



from Odisha Reporter https://ift.tt/2wPW8sx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages