ଏସିଆନ୍ ଗେମ୍ସର ସ୍ୱର୍ଣ୍ଣ ବିଜେତା ସୌରଭ ହେଲେ ୱାର୍ଲ୍ଡ ଚାମ୍ପିଅନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 6, 2018

ଏସିଆନ୍ ଗେମ୍ସର ସ୍ୱର୍ଣ୍ଣ ବିଜେତା ସୌରଭ ହେଲେ ୱାର୍ଲ୍ଡ ଚାମ୍ପିଅନ୍

saurabh

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଚାଙ୍ଗଓନ୍‌ରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ୱାର୍ଲ୍ଡ ଚାମ୍ପିଅନ୍‌ସିପ୍‌ରେ ସୌରଭ ଚୌଧରୀ ଜୁନିଅର ୱାର୍ଲ୍ଡ ଚାମ୍ପିଅନ୍‌ ହେବାର ଗୌରବ ଅର୍ଜନ କରିଛନ୍ତି।

୧୫ ବର୍ଷୀୟ ସୌରଭ ଆଜି ୧୦ ମିଟର ଏୟାର୍ ପିସ୍ତଲର ଜୁନିଅର ପୁରୁଷ ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।  ୨୪୫.୫ ସ୍କୋର କରି ଚାମ୍ପିଅନ୍ ହେବା ସହ ସେ ତାଙ୍କ ନାଁରେ ଥିବା ଜୁନିଅର ୱାର୍ଲ୍ଡ ରେକର୍ଡ ବି ଭାଙ୍ଗିଛନ୍ତି। ତାଙ୍କର ପୂର୍ବ ରେକର୍ଡ ଥିଲା ୨୪୩.୭।

ପୂର୍ବରୁ ତାଙ୍କର ଏହି ସ୍କୋର୍ ସିନିଅର ରେକର୍ଡ ଠାରୁ ୦.୧ ଅଧିକ ଥିଲା।  ତେବେ ଏବେ ତାଙ୍କର ଏହି ସ୍କୋର୍ ସିନିଅର ବର୍ଗର ରେକର୍ଡଠାରୁ ୨.୪ ଅଧିକ ରହିଛି।

ସୂଚନାଯୋଗ୍ୟ, ନିକଟରେ ଶେଷ ହୋଇଥିବା ଏସିଆନ୍‌ ଗେମ୍ସରେ ମଧ୍ୟ ୧୦ ମିଟର ଏୟାର୍ ପିସ୍ତଲ ବର୍ଗରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ।



from Odisha Reporter https://ift.tt/2Nob8aw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages