ଏହି କାରଣ ପାଇଁ ଅମିତାଭ୍‌ଙ୍କ ସହ କାମ କରନ୍ତି ନାହିଁ ରାକେଶ ରୋଶନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 6, 2018

ଏହି କାରଣ ପାଇଁ ଅମିତାଭ୍‌ଙ୍କ ସହ କାମ କରନ୍ତି ନାହିଁ ରାକେଶ ରୋଶନ୍‌

ମୁମ୍ବାଇ(ଓଡ଼ିଶା ରିପୋର୍ଟର୍‌):ବଲିଉଡ୍‌ର ସୁନାମଧନ୍ୟ ଅଭିନେତା ଓ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ରାକେଶ ରୋଶନ୍‌ଙ୍କର ଆଜି ଜନ୍ମଦିନ। ୧୯୪୯ ମସିହା ସେପ୍ଟେମ୍ବର ୬ରେ ମୁମ୍ବାଇରେ ତାଙ୍କର ଜନ୍ମ ହୋଇଥିଲା।

ବଲିଉଡ୍‌ରେ ‘ସୁପର୍‌ ହିରୋ’ ଫିଲ୍ମ ବନାଇବାର ଟ୍ରେଣ୍ଡ୍‌ ରାକେଶ ରୋଶନ୍‌ ହିଁ ଆରମ୍ଭ କରିଥିଲେ। ତେବେ ଜଣେ ଅଭିନେତା ଭାବେ ସେ ୧୯୭୦ ମସିହାରେ ଫିଲ୍ମ ‘ଘର ଘର କି କାହାନୀ’ରୁ କ୍ୟାରିୟର୍‌ ଆରମ୍ଭ କରିଥିଲେ। ଅଭିନୟରେ ଏତେ ସଫଳ ହୋଇପାରି ନଥିଲେ ହେଁ ବଲିଉଡର ଜଣେ ସଫଳ ଫିଲ୍ମ ନିର୍ଦ୍ଦେଶକ ଓ ନିର୍ମାତାଭାବେ ତାଙ୍କର ବେଶ୍ ଖ୍ୟାତି ରହିଛି। ଆଜି ଏହି ଚର୍ଚ୍ଚିତ ବ୍ୟକ୍ତିଙ୍କ ଜନ୍ମଦିନରେ ଅମିତାଭ୍‌ ବଚ୍ଚନ୍‌ଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଏକ କଥା ଆସନ୍ତୁ ଜାଣିବା।

ଚର୍ଚ୍ଚା ହୁଏ, ରାକେଶ ରୋଶନ୍‌ କେବେ ହେଲେ ‘ବିଗ୍‌ ବି’ଙ୍କ ସହ କାମ କରନ୍ତି ନାହିଁ। ତେବେ ଏମିତି ନୁହେଁ ଯେ ଦୁହିଁଙ୍କ ଭିତରେ କୌଣସି ପ୍ରକାରର ମନାନ୍ତର ରହିଛି। ବାସ୍ତବରେ ଘଟଣାଟି ହେଉଛି, ରାକେଶ ରୋଶନ୍‌ ଅମିତାଭ୍‌ ବଚ୍ଚନଙ୍କୁ ନଜରରେ ରଖି ଫିଲ୍ମ ‘କିଙ୍ଗ୍ ଅଙ୍କଲ୍’ ନିର୍ମାଣ କରିବା ପାଇଁ ଏହାର ସ୍କ୍ରିପ୍ଟ୍‌ ପ୍ରସ୍ତୁତ କରିଥିଲେ। ହେଲେ,ଅମିତାଭ୍‌ ଶେଷ ମୂହୁର୍ତରେ ଫିଲ୍ମରେ ଅଭିନୟ କରିବା ପାଇଁ ନିଜ ପୂର୍ବ ପ୍ରତିଶ୍ରୁତିରୁ ଓହରି ଯାଇଥିଲେ। ଶେଷ ମୁହୁର୍ତରେ ଅମିତାଭଙ୍କର ଏହି ‘ନା’ ରାକେଶଙ୍କୁ ପସନ୍ଦ ଆସିଲା ନାହିଁ। ବାସ୍‌ ସେବେଠାରୁ ହିଁ ସେ ଆଉ କେବେ ଅମିତାଙ୍କ ସହ କୌଣସି ଫିଲ୍ମ କରିନାହାନ୍ତି।

ରାକେଶ୍‌ ନିଜ କ୍ୟାରିୟର୍‌ରେ ସର୍ବମୋଟ ୮୪ଟି ପିଲ୍ମରେ କାମ କରିଛନ୍ତି। ଅଭିନୟରେ ସଫଳତା ନମିଳିବାରୁ ସେ ୧୯୮୦ରେ ନିଜର ପ୍ରଡକ୍ସନ୍‌ କମ୍ପାନୀ ଖୋଲିଥିଲେ। ପ୍ରଡକ୍ସନ୍‌ ପରେ ସେ ଫିଲ୍ମ ନିର୍ଦ୍ଦେଶନାରେ ମଧ୍ୟ ରୁଚି ଦେଖାଇଥିଲେ। ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମ ‘ଖୁଦ୍‌ଗର୍ଜ’ ବକ୍ସ ଅଫିସ୍‌ରେ ଧୁମ୍‌ ମଚାଇଥିଲା। ଏହାପରେ ସେ ‘କିଶନ୍‌ କହ୍ନୈୟା’, ‘କରଣ-ଅର୍ଜୁନ୍‌’ ପରି ସୁପରହିଟ୍‌ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ।

ରିତିକ୍‌ଙ୍କ କ୍ୟାରିୟରକୁ ସମ୍ଭାଳିଥିଲେ ରାକେଶ: 

ରାକେଶ ରୋଶନ୍‌ ତାଙ୍କ ପୁଅ ରିତିକ୍‌ଙ୍କୁ ନିଜ ଫିଲ୍ମ‘କହୋ ନା ପ୍ୟାର୍‌ ହୈ’ରେ ଲଞ୍ଚ୍ କରିଥିଲେ। ଫିଲ୍ମଟି ବକ୍ସ ଅଫିସ୍‌ରେ ସୁପର୍‌ ହିଟ୍‌ ହୋଇଥିଲା। ରିତିକ୍‌ ରାତାରାତି ଷ୍ଟାର୍‌ ପାଲଟିଗଲେ। ରାକେଶ ରୋଶନ୍‌ ପୁଅ ରିତିକ୍‌ଙ୍କ ପାଇଁ ୨୦୦୪ରେ ଆଉ ଏକ ଫିଲ୍ମ ‘କୋଇ ମିଲ୍‌ ଗୈୟା’ ବନାଇଥିଲେ, ଯାହା ପୁଣିଥରେ ରାକେଶଙ୍କ ପାଇଁ ଶ୍ରେଷ୍ଠ ଫିଲ୍ମ ଓ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ‘ଫିଲ୍ମ ଫେୟାର୍‌’ ସମ୍ମାନ ଆଣି ଦେଇଥିଲା। ଆଜି ବି ରିତିକ୍‌ଙ୍କ କ୍ୟାରିୟର୍‌ର ଡଙ୍ଗା ଟିକେ ଦୋହଲିଲେ, ପିତା ରାକେଶ ହିଁ ତାକୁ ସମ୍ଭାଳି ନିଅନ୍ତି।



from Odisha Reporter https://ift.tt/2oJWDA4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages