ଟିଟୋ ଲିଙ୍କ୍‌ ଅଭିଯୋଗ: ଯୁବ ବ୍ୟବସାୟୀ ଅଟକ, ଘରେ ଏସ୍‌ଟିଏଫ୍‌ର ଚଢ଼ଉ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 9, 2018

ଟିଟୋ ଲିଙ୍କ୍‌ ଅଭିଯୋଗ: ଯୁବ ବ୍ୟବସାୟୀ ଅଟକ, ଘରେ ଏସ୍‌ଟିଏଫ୍‌ର ଚଢ଼ଉ

car

ଜଗତସିଂହପୁର (): ଗ୍ୟାଙ୍ଗଷ୍ଟର୍‌ ଟିଟୋ ଲିଙ୍କ୍ ଅଭିଯୋଗରେ ଜଗତସିଂହପୁରର ଯୁବ ବ୍ୟବସାୟୀ ଦୀପ୍ତି ଦାସଙ୍କ ଘରେ ଏସ୍‌ଟିଏଫ୍‌ ଚଢ଼ଉ କରାଯାଇଛି। ମୁକୁନ୍ଦପୁରସ୍ଥିତ ଘର ସହ ଜଗତସିଂହପୁର ସହରରେ ଥିବା ବୃନ୍ଦାବନ ଗେଷ୍ଟ ହାଉସ୍‌, ନିର୍ମଳା ରେସିଡେଣ୍ଟସି ଗ୍ଲାସ୍‌ ଆଣ୍ଡ ପ୍ଲାଏ ଦୋକାନ ଉପରେ ଏକ ସାଙ୍ଗରେ ଚଢ଼ଉ କରାଯାଇଛି।
ଏହାସହ ଭୁବନେଶ୍ୱର ପଟିଆରେ ଥିବା ତାଙ୍କର ଏକ ଫ୍ଲାଟ୍‌ ଉପରେ ବି ଚଢ଼ଉ କରାଯାଇଛି। ଏଠାରୁ ଏକ କାର ଜବତ କରିଛି ଏସ୍‌ଟିଏଫ୍‌।
ଦୀପ୍ତି ନାମରେ ଥିବା ଏକ ଅଡି କାର, ଲାଇସେନ୍ସ ବନ୍ଧୁକ, ୧୨ଟି ଗୁଳି, ୬୪ ହଜାର ଟଙ୍କା, ଏକାଧିକ ବ୍ୟାଙ୍କ ଆକାଉଣ୍ଟ, ଜମି ପଟ୍ଟା ଜବତ କରାଯାଇଥିବା ଜଣାପଡ଼ିଛି।
ଦୀପ୍ତିଙ୍କୁ ଅଟକ ରଖି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ପଚରାଉଚରା କରୁଛି। ଟିଟୋ ସହିତ ଦୀପ୍ତିର କ’ଣ ସଂପର୍କ ରହିଛି, ତଦନ୍ତ ପରେ ତାହା ସ୍ପଷ୍ଟ ହେବ ବୋଲି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଡିଏସ୍‌ପି ରାମଚନ୍ଦ୍ର ଥମ୍ବ କହିଛନ୍ତି।



from Odisha Reporter https://ift.tt/2MdYwhy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages