ଏଣିକି ଜନଧନ ଆକାଉଣ୍ଟରେ ଦଶ ହଜାର ଯାଏ କରିହେବ ଓଭରଡ୍ରାଫ୍ଟ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 6, 2018

ଏଣିକି ଜନଧନ ଆକାଉଣ୍ଟରେ ଦଶ ହଜାର ଯାଏ କରିହେବ ଓଭରଡ୍ରାଫ୍ଟ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ପ୍ରତି ଲୋକଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ କେନ୍ଦ୍ର ସରକାର ଓଭରଡ୍ରାଫ୍ଟ ସୀମାକୁ ୫ହଜାରରୁ ୧୦ ହଜାରକୁ ବୃଦ୍ଧି କରିଛନ୍ତି।

ପୂର୍ବରୁ ଏହି ଯୋଜନାରେ ପ୍ରତି ପରିବାରର ବ୍ୟାଙ୍କ ଆକାଉଣ୍ଟ୍‌ ରହିବ ବୋଲି ନିଷ୍ପତ୍ତି ହୋଇଥିବା ବେଳେ ଏବେ ପ୍ରତ୍ୟେକ ବ୍ୟକ୍ତିଙ୍କ ନାଁରେ ଯେମିତି ବ୍ୟାଙ୍କ ଆକାଉଣ୍ଟ୍‌ ରହିବ, ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ।

ଏହି ଓଭରଡ୍ରାଫ୍ଟ ବ୍ୟବସ୍ଥାର ସୁବିଧା ପାଇବା ବ୍ୟକ୍ତିଙ୍କ ବୟସ ମଧ୍ୟ ୬୦ରୁ ୬୫କୁ ବୃଦ୍ଧି କରାଯାଇଛି। ଏଭଳି ନିଷ୍ପତ୍ତିକୁ କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ ଦେଇଛି।

ଦେଶର ପ୍ରତ୍ୟେକ ପରିବାର/ପ୍ରାପ୍ତବୟସ୍କଙ୍କ ନିକଟରେ ଗୋଟିଏ ସର୍ବନିମ୍ନ ବ୍ୟାଙ୍କ ଜମା ରହିବ। ଫଳରେ ସେମାନେ ଅନ୍ୟ ଆର୍ଥିକ ସେବା, ସାମାଜିକ ନିରାପତ୍ତା ଯୋଜନା ଏବଂ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ସୁବିଧା ପାଇପାରିବେ।

ବର୍ତ୍ତମାନ ସୁଦ୍ଧା ପାଖାପାଖି ୩୨.୪୧ କୋଟି ଜନ ଧନ ଜମା ଖାତା ଖୋଲାଯାଇଛି। ଏହି ଖାତାଗୁଡ଼ିକରେ ୮୧,୨୦୦ କୋଟି ଜମା ରହିଛି। ୫୩% ମହିଳା ଜନଧନ ଖାତାଧାରୀ ରହିଥିବା ବେଳେ ୫୯% ଜନଧନ ଖାତା ଗ୍ରାମାଞ୍ଚଳ ଓ ଉପ ସହରାଞ୍ଚଳରେ ରହିଛି। କାର୍ଯ୍ୟକ୍ଷମ ଥିବା ୭.୫ କୋଟିରୁ ଅଧିକ ଜନ ଧନ ଆକାଉଣ୍ଟକୁ ଡିବିଟି ଜରିଆରେ ସବ୍‌ସିଡି ନଗଦ ଆକାରରେ ଦିଆଯାଇଛି।



from Odisha Reporter https://ift.tt/2wIl6t8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages