ମାତିଛନ୍ତି ଫେସ୍‌ବୁକ୍‌ ହ୍ୟାକର୍‌: ବନ୍ଧୁଙ୍କଠୁ ଲୁଟୁଛନ୍ତି ଟଙ୍କା, ପଢ଼ନ୍ତୁ ସତର୍କ ରହିବାକୁ କିଛି ଟିପ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 6, 2018

ମାତିଛନ୍ତି ଫେସ୍‌ବୁକ୍‌ ହ୍ୟାକର୍‌: ବନ୍ଧୁଙ୍କଠୁ ଲୁଟୁଛନ୍ତି ଟଙ୍କା, ପଢ଼ନ୍ତୁ ସତର୍କ ରହିବାକୁ କିଛି ଟିପ୍ସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୋଶାଲ ମିଡିଆ ମାନିଆ ଏବେ ଆମ ସମସ୍ତଙ୍କୁ ଘାରିଛି। ମୋବାଇଲ୍‌, ଫେସ୍‌ବୁକ୍‌, ହ୍ୱାଟସ୍‌ଆପ୍‌, ଟୁଇଟର୍‌ ଭଳି ଶବ୍ଦ ଏବେ ଯେମିତି ଆମ ସହ ପୁରା ଖାପ ଖାଇ ଗଲାଣି। ତ୍ୱରିତ ଯୋଗାଯୋଗର ମାଧ୍ୟମ ପାଲଟିଥିବା ଏହିସବୁ ସାମାଜିକ ଗଣମାଧ୍ୟମଗୁଡ଼ିକ ଆମ କାମକୁ ସହଜ କରି ଦେଇଛନ୍ତି ସତ, ହେଲେ ଏହାକୁ ବ୍ୟବହାର କରିବା ବେଳେ ଆମକୁ ଅତ୍ୟଧିକ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ନ ହେଲେ ଆମେ ଅସୁବିଧାରେ ପଡ଼ିଯିବା। ଏପରିକି ଆପଣ ଲୁଟ୍ ବି ହୋଇପାରନ୍ତି।

ଏ କଥାଟି କହିବାର କାରଣ ହେଉଛି, ଏବେ ଆମ ରାଜ୍ୟରେ ଫେସ୍‌ବୁକ୍‌ ହ୍ୟାକର ମାତିଛନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି। ସେମାନେ କୁଆଡ଼େ ଆପଣଙ୍କ ଆକାଉଣ୍ଟ ହ୍ୟାକ୍‌ କରି, ଆପଣଙ୍କ ଫ୍ରେଣ୍ଡ ଲିଷ୍ଟରେ ଥିବା ବନ୍ଧୁମାନଙ୍କଠାରୁ ଟଙ୍କା ଲୁଟି ନେଉଛନ୍ତି। ଏଣୁ ଏଥିପ୍ରତି ସାବଧାନ ନ ହେଲେ ଆପଣ ବି ଅସୁବିଧାରେ ପଡ଼ିପାରନ୍ତି।

ଜଣାପଡିଛି ଯେ, ଫେସବୁକ୍‌ ହ୍ୟାକରମାନେ କୌଣସି ମତେ ଫେସ୍‌ବୁକ୍‌ ପାସ୍‌ୱାର୍ଡ ହ୍ୟାକ୍‌ କରିବା ପରେ GMAIL ପାସ୍‌ୱାର୍ଡ ମଧ୍ୟ ହ୍ୟାକ୍‌ କରୁଛନ୍ତି। ତା ପରେ ଆପଣଙ୍କ ନାଁ ଆଉ ପ୍ରୋଫାଇଲ୍‌ ବ୍ୟବହାର କରି ଆପଣଙ୍କ ଫ୍ରେଣ୍ଡ ଲିଷ୍ଟରେ ଥିବା ବନ୍ଧୁମାନଙ୍କୁ ସାହାଯ୍ୟ ଆଳରେ ଅର୍ଥ ମାଗୁଛନ୍ତି। ଆଉ ଏ ସମସ୍ତ ଅନ୍‌ଲାଇନ୍‌ ଆଧାରରେ କରାଯାଉଛି। ଅନ୍‌ଲାଇନ୍‌ ବ୍ୟାକିଂ ଟ୍ରାନ୍‌ଜାକ୍ସନ୍‌ ଓ ଇ-ବ୍ୟାକିଂ ଆପ୍‌ସ୍‌ ଜରିଆରେ ଟଙ୍କା ହଡ଼ପ କରି ନେଉଛନ୍ତି। ବାରିପଦା ଓ କଟକରୁ ଏଭଳି କିଛି ଅଭିଯୋଗ ଶୁଣିବାକୁ ମିଳୁଛି। ଏଣୁ ସତର୍କ ରହି ଅନ୍‌ଲାଇନ୍‌ ଠକେଇରୁ ବର୍ତ୍ତିବା ପାଇଁ ଆମେ ଆଜି ଆପଣଙ୍କୁ କେତୋଟି ଟିପ୍ସ ଦେଉଛୁ। ପଢନ୍ତୁ।

କେମିତି ରହିବେ ସତର୍କ, ପଢ଼ନ୍ତୁ କିଛି ଟିପ୍ସ

  • ଆପଣଙ୍କ ଫେସ୍‌ବୁକ୍‌ର ପାସ୍‌ୱାର୍ଡ ନିୟମିତ ବ୍ୟବଧାନରେ ପରିବର୍ତ୍ତନ କରନ୍ତୁ
  • ଯେଉଁଠି ବି ଫେସ୍‌ବୁକ୍ ଖୋଲୁଛନ୍ତି, ଦୟାକରି ଏହାକୁ ଲଗ୍‌ଆଉଟ୍‌ କରିବାକୁ ଭୁଲନ୍ତୁନି। ଏପରିକି ଆପଣଙ୍କ ମୋବାଇଲ୍‌ରେ ମଧ୍ୟ।
  • ସେହିପରି ନିୟମିତ ବ୍ୟବଧାନରେ ଆପଣଙ୍କ ମେଲ୍‌ ଆଇଡି (ଯେଉଁଥିରେ ଫେସ୍‌ବୁକ୍ ଆକାଉଣ୍ଟ ଖୋଲିଛନ୍ତି)ର ପାସ୍‌ୱାର୍ଡ ପରିବର୍ତ୍ତନ କରନ୍ତୁ
  • ଫେସ୍‌ବୁକ୍‌ରେ ସବୁବେଳେ ଟୁ-ଷ୍ଟେପ୍ ଭେରିଫିକେସନ୍ ଅପ୍‌ସନ୍‌ ଅନ୍ କରି ରଖନ୍ତୁ
  • ଫେସ୍‌ବୁକ୍‌ରେ ସବୁବେଳେ ଆପଣଙ୍କ ବର୍ତ୍ତମାନର ଫୋନ୍‌ ନମ୍ବର, ଯାହାକୁ କି ଆପଣ ଏବେ ବ୍ୟବହାର କରୁଛନ୍ତି, ସେଇଟି ହିଁ ଦିଅନ୍ତୁ। ଯାହା ଫଳରେ ହ୍ୟାକର୍ ଆପଣଙ୍କ ଆକାଉଣ୍ଟ ହ୍ୟାକ୍‌ କଲେ ବି ସେହି ମୋବାଇଲ୍ ନମ୍ବର ମାଧ୍ୟମରେ ଆପଣ ପୁଣି ନିଜ ଆକାଉଣ୍ଟ ଫେରେଇ ଆଣି ପାରିବେ
  • ଫେସ୍‌ବୁକ୍‌ ଚାଟିଂ କିମ୍ବା ଫୋନ୍‌ରେ କାହାକୁ ବି ଆପଣ ବ୍ୟାଙ୍କ୍ ଡିଟେଲ୍ସ ଦିଅନ୍ତୁ ନାହିଁ, ବିଶେଷକରି ଓଟିପି ନମ୍ବର
  • ଯଦି କାହାକୁ ଦେବାର ଅଛି ତେବେ ତାଙ୍କୁ ଆପଣ ଜାଣିଥିବା ଦରକାର। ତାଙ୍କ ସହ ଫୋନ୍‌ରେ କଥା ହେଇ ଦିଅନ୍ତୁ
  • ଫେସ୍‌ବୁକ୍‌ରେ ଆପଣ ଜାଣିନଥିବା କୌଣସି ବ୍ୟକ୍ତିଙ୍କୁ ବନ୍ଧୁ ଭାବରେ ଆଡ୍ କରନ୍ତୁ ନାହିଁ


from Odisha Reporter https://ift.tt/2NTx7mU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages