
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଗଷ୍ଟ ଶେଷ ସୁଦ୍ଧା ସାଧାରଣ ନିର୍ବାଚନ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଘୋଷଣା କରିବାରେ ବିଫଳ ହୋଇଥିବା ରାଜ୍ୟ କଂଗ୍ରେସ ଗୁରୁବାର ପ୍ରଦେଶ ନିର୍ବାଚନ କମିଟି(ପିଇସି)ରେ ଆଉ ୪ଜଣ ବରିଷ୍ଠ ନେତାଙ୍କୁ ସାମିଲ କରିଛି।
କଂଗ୍ରେସ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବରିଷ୍ଠ ନେତା କାହ୍ନୁଚରଣ ଲେଙ୍କା,ଶ୍ରୀକାନ୍ତ ଜେନା,ଶରତ ରାଉତ ଓ ଜୟଦେବ ଜେନାଙ୍କୁ ପିଇସିରେ ସାମିଲ କରାଯାଇଛି।
ଅକ୍ଟୋବର ୧ ତାରିଖରେ ପିଇସି ବୈଠକ ବସିବାକୁ ଥିବାବେଳେ ଏହା ପୂର୍ବରୁ କମିଟିରେ ୪ଜଣ ବରିଷ୍ଠ ସଦସ୍ୟଙ୍କୁ ସାମିଲ କରାଯିବା ଘଟଣାକୁ ବେଶ୍ ଗୁରୁତ୍ୱ ଦିଆଯାଉଛି।
ସୂଚନାଯୋଗ୍ୟ ଅଗଷ୍ଟ ୧୫ତାରିଖରେ ୨୧ଜଣିଆ ପ୍ରଦେଶ ନିର୍ବାଚନ କମିଟି ଘୋଷଣା ହୋଇଥିଲା। ଏଥିରେ ଓଡ଼ିଶାର ସମସ୍ତ ଏଆଇସିସି ସମ୍ପାଦକ, ସଂଗଠନ ମୁଖ୍ୟଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରଖାଯାଇଥିଲା।
ଏମାନଙ୍କ ବ୍ୟତୀତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ରାମଚନ୍ଦ୍ର ଖୁଣ୍ଟିଆ, ପ୍ରଦୀପ ମାଝୀ, ନବ ଦାସ, ହେମାନନ୍ଦ ବିଶ୍ୱାଳ, ଜଗନ୍ନାଥ ପଟ୍ଟନାୟକ, ଭକ୍ତଚରଣ ଦାସ, ସୁଶୀଳା ତିରିଆ, ରଞ୍ଜିବ ବିଶ୍ୱାଳ, ଶରତ ପଟ୍ଟନାୟକ, ବିଶ୍ୱରଞ୍ଜନ ମହାନ୍ତି, ବିଜୟଲକ୍ଷ୍ମୀ ସାହୁ, କିଶୋର ପଟେଲ, ତାରାପ୍ରସାଦ ବାହିନୀପତି, ଭାଗବତ ପ୍ରସାଦ ମହାନ୍ତି, ମହମ୍ମଦ ଶାହନୱାଜ ଓ ଦେବାଶିଷ ପଟ୍ଟନାୟକ ସଦସ୍ୟ ଥିଲେ।
from Odisha Reporter https://ift.tt/2Ogmz4Q
No comments:
Post a Comment