
ନୂଆଦିଲ୍ଲୀ: ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ତାଙ୍କ ଉତ୍ତରାଧିକାରୀ ଭାବେ ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନାଁକୁ ସୁପାରିସ୍ କରିଛନ୍ତି।
ଜଷ୍ଟିସ୍ ରଞ୍ଜନ ଗୋଗୋଇ ବର୍ତ୍ତମାନ ସର୍ବୋଚ୍ଚ ଅଦାଲତର ଦ୍ୱିତୀୟ ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ତେଣୁ ସେ ହିଁ ସର୍ବୋଚ୍ଚ ଅଦାଲତର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ବୋଲି ଜଷ୍ଟିସ୍ ଦୀପକ ମିଶ୍ର ଆଜି କେନ୍ଦ୍ର ସରକାରଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି।
କେନ୍ଦ୍ର ସରକାର ଏହି ଚିଠି ଉପରେ ମୋହର ମାରି ରାଷ୍ଟ୍ରପତିଙ୍କୁ ପଠାଇଛନ୍ତି
ଜଷ୍ଟିସ୍ ଗୋଗୋଇ ଆସନ୍ତା ଅକ୍ଟୋବର ୩ରେ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ। ପ୍ରଧାନ ବିଚାରପତି ଜଷ୍ଟିସ୍ ମିଶ୍ରଙ୍କ କାର୍ଯ୍ୟକାଳ ଅକ୍ଟୋବର ୨ରେ ଶେଷ ହେବ।
ଜାନୁଆରୀ ମାସରେ ସୁପ୍ରିମକୋର୍ଟର ଯେଉଁ ୪ ଜଣ ବରିଷ୍ଠ ବିଚାରପତି ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନ ବିଚାରପତିଙ୍କ ବିରୋଧରେ ବିଷୋଦଗାର କରିଥିଲେ। ଏମାନଙ୍କ ମଧ୍ୟରେ ରଞ୍ଜନ
ଗୋଗୋଇ ଥିଲେ ଅନ୍ୟତମ। ଏହା ସତ୍ତ୍ୱେ ଜଷ୍ଟିସ୍ ଦୀପକ ମିଶ୍ର ପୂର୍ବ ଅନୁସୃତ ପରମ୍ପରା ଅନୁଯାୟୀ ତାଙ୍କ ଉତ୍ତରାଧିକାରୀ ଭାବେ ଦ୍ଵିତୀୟ ବରିଷ୍ଠତମ ବିଚାରପତି ଜଷ୍ଟିସ୍
ଗୋଗୋଇଙ୍କ ନାଁକୁ ହିଁ ସୁପାରିସ୍ କରିଛନ୍ତି।
ଜଷ୍ଟିସ୍ ଗୋଗୋଇ ଆସନ୍ତା ବର୍ଷ ନଭେମ୍ବର ୧୭ ଯାଏ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିବେ। ସେ ୨୦୧୨ ମସିହାରେ ପଦୋନ୍ନତି ପାଇ ସୁପ୍ରିମକୋର୍ଟ ବିଚାରପତି ହୋଇଥିଲେ।
from Odisha Reporter https://ift.tt/2wDQE4c
No comments:
Post a Comment