ହାଇଦ୍ରାବାଦ୍‌ ଟୁଇନ୍‌ ବୋମା ବିସ୍ଫୋରଣ ଘଟଣା: ୧୧ ବର୍ଷ ପରେ ୨ ଜଣ ଦୋଷୀ ସାବ୍ୟସ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 4, 2018

ହାଇଦ୍ରାବାଦ୍‌ ଟୁଇନ୍‌ ବୋମା ବିସ୍ଫୋରଣ ଘଟଣା: ୧୧ ବର୍ଷ ପରେ ୨ ଜଣ ଦୋଷୀ ସାବ୍ୟସ୍ତ

ହାଇଦ୍ରାବାଦ: ଦେଶକୁ ଥରାଇ ଦେଇଥିବା ହାଇଦ୍ରାବାଦ୍‌ ଟୁଇନ୍‌ ବିସ୍ଫୋରଣ ଘଟଣାର ୧୧ ବର୍ଷ ପରେ ଆଜି ରାୟ ପ୍ରକାଶ ପାଇଛି। ଏହି ଘଟଣାରେ ହାଇଦ୍ରାବାଦ୍‌ ମେଟ୍ରୋପଲିଟାନ୍ ସେସନ୍ସ କୋର୍ଟ ଇଣ୍ଡିଆନ୍‌ ମୁଜାହିଦ୍ଦିନ୍‌ର ୨ ଜଣ ଆତଙ୍କବାଦୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେହିପରି ଅନ୍ୟ ୨ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ତେବେ କୋର୍ଟ ଆସନ୍ତା ସୋମବାର ଦିନ ଏହି ଘଟଣାରେ ଦଣ୍ଡବିଧାନ କରିବେ।

୨୦୦୭ ମସିହା ଅଗଷ୍ଟ ୨୫ରେ ହାଇଦ୍ରାବାଦ୍‌ର ଲୁମ୍ବିନୀ ପାର୍କ ଓ ଗୋକୁଲ ଚାଟ୍‌ରେ ବିସ୍ଫୋରଣ ହୋଇଥିଲା। ଏଥିରେ ୪୪ ଜଣଙ୍କ ଜୀବନ ଯାଇଥିବା ବେଳେ ୬୮ ଜଣ ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ପଛରେ କୁଖ୍ୟାତ ଆତଙ୍କୀ ସଂଗଠନ ଇଣ୍ଡିଆନ୍‌ ମୁଜାହିଦ୍ଦିନ୍‌ର ହାତ ଥିବା ଜଣାପଡ଼ିଥିଲା।

ଏହାପରେ ତେଲେଙ୍ଗାନା ପୁଲିସ୍‌ର ଗୁଇନ୍ଦା ସଂସ୍ଥା ଘଟଣାର ତଦନ୍ତ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।  ଆଜି କୋର୍ଟ ଏମାନଙ୍କ ମଧ୍ୟରୁ ମହମ୍ମଦ ଆକବର ଇସ୍ମାଇଲ୍‌ ଚୌଧୁରୀ ଓ ଅନିକ୍‌ ସଫିକ୍‌ ସୟିକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ପ୍ରମାଣ ଅଭାବରୁ ଫାରୁକ୍‌ ଶରଫୁଦ୍ଦିନ ତାରକଶ ଓ ମହମ୍ମଦ ସାଦ୍ଦିକ ଇସ୍ରାର ଶେଖ୍‌କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ଗୁଇନ୍ଦା ସଂସ୍ଥା ଇଣ୍ଡିଆନ୍‌ ମୁଜାହିଦ୍ଦିନର ୭ ଜଣ ସଦସ୍ୟଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଥିଲା। କିନ୍ତୁ ଇଣ୍ଡିଆନ୍‌ ମୁଜାହିଦ୍ଦିନର ପ୍ରତିଷ୍ଠାତା ସଦସ୍ୟ ରିୟାଜ ଭଟ୍ଟକଲ୍‌, ଇକ୍‌ବାଲ୍‌ ଭଟ୍ଟକଲ୍‌ ଓ ଅମୀର ରେଜା ଖାନ୍‌ ଏବେ ବି ଫେରାର ଅଛନ୍ତି।

ଲୁମ୍ବିନୀ ପାର୍କରେ ବୋମା ଅନିକ୍‌ ଲଗାଇଥିବା ବେଳେ ଗୋକୁଲ ଚାଟ୍‌ ବିସ୍ଫୋରଣ ପାଇଁ ରିୟାଜ୍‌ ଭଟ୍ଟକଲ୍‌ ସମସ୍ତ ପ୍ରକାରର ଯୋଜନା କରିଥିଲା। କିନ୍ତୁ ଇସ୍ମାଇଲ୍‌ ଚୌଧୁରୀ ଖଞ୍ଜିଥିବା ବୋମାଟି କୌଣସି କାରଣରୁ ବିସ୍ଫୋରଣ ହୋଇ ନଥିଲା।



from Odisha Reporter https://ift.tt/2CfGNql

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages