
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର(ଏଏସଓ) ପଦବୀ ନେଇ ନେଇ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ୫୦୦ଟି ପଦ ପାଇଁ ଏହି ନିଯୁକ୍ତି ପ୍ରକାଶ ପାଇଛି। ଗ୍ରୁପ୍ ବି ପାଇଁ ପ୍ରକାଶ ପାଇଥିବା ଏହି ପଦବୀ ପାଇଁ ଓଡିଶା ସରକାରଙ୍କ ଗୃହ ମନ୍ତ୍ରଣାଳୟ ବିଭାଗର ଓଡ଼ିଶା ସେକ୍ରେଟେରିଏଟ୍ରେ ସର୍ଭିସ୍ରେ ନିଯୁକ୍ତି ହେବ।
ଏଥିରେ ପେ’ ସ୍କେଲ୍ ୩୫, ୪୦୦ ଟଙ୍କା ରହିଛି। ବୟସ ସୀମା ୨୧ ରୁ ୩୨ ରହିଥିବା ବେଳେ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏସନ୍ ରହିଛି। ଏଥିରେ ଜେନେରାଲ ସାଓଧାରଣ ବର୍ଗ ପାଇଁ ୨୬୬। ସେଥିରୁ ୮୮ଟି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିଛି।
ଏସ୍ଇବିସି ୮୭(୨୯ ମହିଳା), ଏସ୍ସି ୭୫(୨୫ ମହିଳା), ଏସ୍ଟି ପାଇଁ ୭୨(୨୪ ମହିଳା)ଟି ସଂରକ୍ଷିତ ରହିଛି। ତେବେ ଏହି ନିଯୁକ୍ତି ବିଷୟରେ ସବିଶେଷ ତଥ୍ୟ ଓପିଏସ୍ସି ୱେବ୍ସାଇଟ୍ରେ ପ୍ରକାଶ ପାଇଛି। ଆବେଦନକାରୀ opsc.gov.in ଲଗ୍ଇନ୍ କରି ଅନ୍ଲାଇନ୍ରେ ଆବେଦନ କରିପାରିବେ। ଅକ୍ଟୋବର ୧୦ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଆବେଦନର ଶେଷ ତାରିଖ ୨୦୧୮ ନଭେମ୍ବର ୯ ତାରିଖ ରହିଛି ।
from Odisha Reporter https://ift.tt/2I5BCJ5
No comments:
Post a Comment