
ଜୟପୁର: ଗୁରୁତ୍ୱପୂର୍ଣ୍ଣ ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଜୋରଦାର ଝଟ୍କା ଲାଗିଛି। ବରିଷ୍ଠ ବିଜେପି ନେତା ଯଶବନ୍ତ ସିଂହଙ୍କ ପୁଅ ମାନବେନ୍ଦ୍ର ସିଂହ ଆଜି ଦଳକୁ ବାଏବାଏ କହିଛନ୍ତି। ରାଜସ୍ଥାନର ବାରମେର୍ଠାରେ ଆୟୋଜିତ ସ୍ୱାଭିମାନ ଶୋଭାଯାତ୍ରା କରି ମାନବେନ୍ଦ୍ର ପାର୍ଟି ଛାଡ଼ିଥିବା କଥା ଘୋଷଣା କରିଛନ୍ତି। ବିଜେପିରେ ତାଙ୍କର ମିଶିବା ଭୁଲ ଥିଲା ଏବଂ ସେ ଏବେ ଲୋକଙ୍କ ପାଇଁ ଲଢ଼େଇ କରିବେ ବୋଲି କହିଛନ୍ତି।
ବିଜେପିରେ ଥାଇ ସୁଦ୍ଧା ମାନବେନ୍ଦ୍ର ସିଂହ ଗତମାସରେ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ବାରମେର୍ଠାରେ ଆୟୋଜିତ ଗୌରବ ଶୋଭାଯାତ୍ରାକୁ ବୟକଟ୍ କରିଥିଲେ। ସେବେଠାରୁ ମାନବେନ୍ଦ୍ର ଓ ବିଜେପି ମଧ୍ୟ ଟକରା ଟକରି ଆରମ୍ଭ ହୋଇଥିଲା। ୨୦୧୪ରେ ବିଜେପି ତାଙ୍କ ବାପା ଯଶବନ୍ତ ସିଂହଙ୍କୁ ଟିକେଟ୍ ନ ଦେବା ଦିନଠାରୁ ଦଳ ସହ ମାନବେନ୍ଦ୍ରଙ୍କ ମତ ପାର୍ଥକ୍ୟ ଲାଗି ରହିଥିଲା।
ମାନବେନ୍ଦ୍ର ସିଂହଙ୍କ ପତ୍ନୀ ଚିତ୍ରା ସିଂହ କହିଛନ୍ତି, “ଲୋକମାନେ ଏବେ ବିଜେପି ଉପରେ ଅସନ୍ତୁଷ୍ଟ ଅଛନ୍ତି। କୃଷକମାନେ ନ୍ୟାୟ ପାଉନାହାନ୍ତି। ତେଣୁ ଲୋକଙ୍କ ପାଇଁ ଲଢ଼େଇ ଆରମ୍ଭ କରିବାକୁ ଆମେ ଏଭଳି ନିଷ୍ପତ୍ତି ନେଇଛୁ।”
from Odisha Reporter https://ift.tt/2puRkoH
No comments:
Post a Comment