କୋର୍ଟରେ ହସିଲେ ଦୁଷ୍କର୍ମ ଅଭିଯୁକ୍ତ ବିଶପ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 22, 2018

କୋର୍ଟରେ ହସିଲେ ଦୁଷ୍କର୍ମ ଅଭିଯୁକ୍ତ ବିଶପ୍‌

କୋଚି: ନନ୍‌ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ଜଲନ୍ଧର କ୍ୟାଥଲିକ୍‌ ଚର୍ଚ୍ଚର ପୂର୍ବତନ ବିଶପ୍‌ ଫ୍ରାଙ୍କୋ ମୁଲାକ୍କାଲ୍‌ଙ୍କୁ ଅଧିକ ପଚରାଉଚରା କରିବା ପାଇଁ ପୁଲିସ୍‌ ଦୁଇ ଦିନିଆ ରିମାଣ୍ଡରେ ନେଇଛି। ଏନେଇ ଆଜି ଫ୍ରାଙ୍କୋଙ୍କୁ କୋର୍ଟରେ ହାଜର କରାଯାଇଥିଲା।

ନିଜ କୃତକର୍ମ ପାଇଁ ଅନୁତାପ କରିବା ପରିବର୍ତ୍ତେ ଫ୍ରାଙ୍କୋ କୋର୍ଟରେ ହସୁଥିବା ଦେଖିବାକୁ ମିଳିଥିଲା। ଏ ହସର କାରଣ କ’ଣ ଥିଲା ତାହା ସ୍ପଷ୍ଟ ହୋଇନାହିଁ। ତେବେ ସେ ଜାମିନ୍‌ ପାଇବେ ବୋଲି ଆଶା କରିଥିଲେ ହେଁ କୋର୍ଟ ତାଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। ତଥାପି ଫ୍ରାଙ୍କୋଙ୍କ ମୁହଁରେ ହସ ଲାଗି ରହିଥିଲା। ଗାଡ଼ିରେ ବସିଥିବା ବେଳେ ମଧ୍ୟ ସେ ହସୁଥିଲେ।

ପୁଲିସ୍‌ ତାଙ୍କୁ ରିମାଣ୍ଡରେ ନେବ ବୋଲି ସବୁ ପ୍ରକାରର ଦସ୍ତାବିଜ୍‌ ଦାଖଲ କରିଥିଲା। ଏହି ଦସ୍ତାବିଜ୍‌କୁ ଅନୁଯାୟୀ, ୨୦୧୪ ମେ’୫ରେ ଫ୍ରାଙ୍କୋ କେରଳ ଆସିଥିବା ବେଳେ ଜଣେ ନନ୍‌ଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ପ୍ରମାଣ ମିଳିଛି। ଏହାପରେ କୋର୍ଟ ତାଙ୍କୁ ସେପ୍ଟେମ୍ବର ୨୪ ଯାଏ ରିମାଣ୍ଡରେ ନେବାକୁ ପୁଲିସ୍‌କୁ ଅନୁମତି ଦେଇଥିଲେ।

କୋର୍ଟରେ ଉପସ୍ଥିତ ଥିବା ଫ୍ରାଙ୍କୋଙ୍କ ଓକିଲ କହିଥିଲେ, ପୁଲିସ୍‌ ତାଙ୍କ କ୍ଲାଏଣ୍ଟଙ୍କ ରକ୍ତ ନମୂନା ଓ ସାଲାଇଭା ସାମ୍ପଲ୍ ନେବାକୁ ବାଧ୍ୟ କରୁଛି। କିନ୍ତୁ କୋର୍ଟ ଏପରି ଜବରଦସ୍ତ କାର୍ଯ୍ୟ ଉପରେ ରୋକ ଲଗାଇବା ଦରକାର। କାରଣ ପୁଲିସ୍‌ ଏହାକୁ ଅପବ୍ୟବହାର କରିବାର ଆଶଙ୍କା ରହିଛି। ତେବେ କୋର୍ଟ ଏହା ଉପରେ କୌଣସି ରୁଲିଂ ଦେଇନାହାନ୍ତି।



from Odisha Reporter https://ift.tt/2QRALje

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages