୭ ମାସର ଝିଅକୁ ତଣ୍ଟି ଚିପି ମାରି ଦେଲା ମା’, କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 1, 2018

୭ ମାସର ଝିଅକୁ ତଣ୍ଟି ଚିପି ମାରି ଦେଲା ମା’, କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

baby

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ମହିଳା ତାଙ୍କର ୭ ମାସର ଝିଅକୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ଅଗଷ୍ଟ ୨୦ ତାରିଖରେ ଏହି ଘଟଣା ଘଟିଥିବା ପୁଲିସ୍ କହିଛି।

ଅଭିଯୁକ୍ତ ମହିଳା ଜଣଙ୍କୁ ପୁଲିସ୍ ଗତକାଲି ଗିରଫ କରିଛି। ତାଙ୍କ ନାଁ ଅଦିବା (୨୭)। ଝିଅର ମୃତ୍ୟୁକୁ ସେ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲେ ବୋଲି ପୁଲିସ୍ କହିଛି।

ଗିରଫ ହେବା ପରେ ସେ ଦୋଷ ସ୍ୱୀକାର କରିଥିବା ଜଣାପଡ଼ିଛି। ସେ ଯେଉଁ କାରଣ ପାଇଁ ଝିଅକୁ ମାରିଛନ୍ତି ବୋଲି କହିଛନ୍ତି, ତାହା ଜାଣିଲା ପରେ ଆପଣ ବି ତାଜୁବ୍ ହୋଇଯିବେ।

ସେ କହିଛନ୍ତି, ଝିଅ ଜନ୍ମ ହେଲା ପରଠାରୁ ତାଙ୍କ ଘର ଉପରେ ଅଶୁଭ ସମୟ ମାଡ଼ି ବସିଛି। ଘରେ ସମସ୍ତଙ୍କ ଦେହ ଖରାପ ହେଉଛି। ଆର୍ଥିକ ସମସ୍ୟା ବି ଦେଖାଯାଉଛି। ଏ ସମସ୍ୟାରୁ ମୁକୁଳିବା ପାଇଁ ସେ ଝିଅକୁ ମାରି ଦେବାକୁ ନିଷ୍ପତ୍ତି ନେଇଥିଲେ ବୋଲି ପୁଲିସ୍‌କୁ କହିଛନ୍ତି। ସେ ଝିଅକୁ ମାରିବା ବେଳେ ପରିବାରର ଅନ୍ୟ କୌଣସି ସଦସ୍ୟ ଘରେ ନଥିଲେ। ଝିଅକୁ ମାରି ସାରିବା ପରେ ସେ ପାଖରେ ଥିବା ତାଙ୍କ ସ୍ୱାମୀଙ୍କ ଦୋକାନକୁ ଯାଇଥିଲେ ଓ ଘଟଣା ସଂପର୍କରେ କହିଥିଲେ।

ଝିଅକୁ ମାରି ଦେବା ପରେ ଏହି ମହିଳା ଓ ତାଙ୍କ ସ୍ୱାମୀ ତାକୁ ମୂଲଚାନ୍ଦ ହସ୍‌ପିଟାଲ୍‌କୁ ନେଇ ଯାଇଥିଲେ। ଝିଅ ପାଣି ବାଲ୍‌ଟିରେ ବୁଡ଼ି ଯାଇଥିଲା ବୋଲି ସେମାନେ କହିଥିଲେ।ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ପୁଲିସ୍‌କୁ ସୂଚନା ଦେଇଥିଲେ।

ତେବେ ଯାଞ୍ଚ ବେଳେ ପୁଲିସ୍ ଝିଅଟିରେ ବେକରେ ଦାଗ ଦେଖିବାକୁ ପାଇଥିଲା। ତା’ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଜଣାପଡ଼ିଲା ଯେ ଝିଅଟିକୁ ତଣ୍ଟି ଚିପି ହତ୍ୟା କରାଯାଇଥିଲା। ତା’ଶରୀରରେ ପାଣି ନଥିଲା।

ଏକ ‘ଦୁପଟ୍ଟା’ରେ ତାର ତଣ୍ଟିକୁ ଚିପି ହତ୍ୟା କରାଯାଇଥିଲା। ପୁଲିସ୍ ସେଇଟିକୁ ଜବତ କରିଛି।

 



from Odisha Reporter https://ift.tt/2wKpxDZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages