
ମାଲକାନଗିରି (ଜିତେନ୍ଦ୍ର ବେଉରା): ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାର ସ୍ଥିତି ବେହାଲ ହୋଇପଡ଼ିଛି। ଜିଲ୍ଲାରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।
ମାଲକାନଗିରି ସଦର ମହକୁମାରୁ ବାଲିମେଳା ଯିବା ରାସ୍ତାରେ ଏମ୍ଭି ୧୧, କୋରକୋଣ୍ଡା ଓ ଏମ୍ଭି ୩୭ ନଦୀରେ ପାଣି ବଢ଼ି ଯୋଗଯୋଗ ବିଛିନ୍ନ ହୋଇଛି।
ସେହିପରି କାଲିମେଳା ମୁଖ୍ୟ ରାସ୍ତାର କାଙ୍କରାକୋଣ୍ଡା ଓ ପୋଟେରୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପଡ଼ିଆ ରାସ୍ତାର କନ୍ୟାଆଶ୍ରମ ପୋଲ ଉପରେ ପାଣି ପ୍ରବାହିତ ହେଉଛି । ଚଳନଗୁଡ଼ା ପୋଲ ଉପରେ ମଧ୍ୟ ପାଣି ପ୍ରବାହିତ ହେବାରୁ ଛତିଶଗଡ଼କୁ ଯୋଗଯୋଗ ବିଚ୍ଛିନ୍ନ ହୋଇଛି।
ଏବେ ବି ବର୍ଷା ଜାରି ରହିଛି। ବର୍ଷା ଯୋଗୁ ଅନେକ ଘର ଭିତରକୁ ପାଣି ପଶି ଯାଇଛି। କିଛି ସ୍ଥାନରେ ଘର ଭାଙ୍ଗି ଯାଇଛି। ଅନେକ ଚାଷ ଜମିରେ ପାଣି ମାଡ଼ି ଯିବାରୁ ଫସଲ ନଷ୍ଟ ହୋଇଛି।
ବର୍ଷାକୁ ଦୃଷ୍ଟିରେ ରଖି ଓଡ୍ରାଫ୍ର ଏକ ୧୧ ଜଣିଆ ଟିମ୍ ମାଲକାନଗିରିରେ ଆସି ପହଞ୍ଚିଛନ୍ତି ।ଏଥିସହ ପ୍ରଶାସନ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ମଧ୍ୟ ଖୋଲା ଯାଇଛି।
from Odisha Reporter https://ift.tt/2NxaAQU
No comments:
Post a Comment