
ତେଲକୋଇ (ଓଡ଼ିଶା ରିପୋର୍ଟର): ରଙ୍ଗ ନମ୍ୱରରୁ ପ୍ରେମ। ଆଉ ତା’ପରେ ପ୍ରେମରେ ଅନ୍ଧ ହୋଇ ଘର ଛାଡ଼ିଲା। ଭାବିଥିଲା ପ୍ରେମିକଙ୍କ ସହିତ ସଂସାର ଗଢ଼ିବ। ହେଲେ ସେହି ପ୍ରେମିକ ସାଜିଲା ଧୋକାବାଜ୍। ଶେଷରେ ତାକୁ ମଧ୍ୟପ୍ରଦେଶରେ ୬୦ ହଜାର ଟଙ୍କାରେ ବିକି ଦେଲା ପ୍ରେମିକା।
ଏପରି ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି।
ପୂରା ଘଟଣା ଏମିତି। ତେଲକୋଇ ଅଞ୍ଚଳର ଜଣେ ନାବାଳିକାଙ୍କ ପାଖକୁ ରଙ୍ଗ ନମ୍ୱରରୁ ଏକ ଫୋନ୍ କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ଜଣକ ଅନୁଗୋଳ ଜିଲ୍ଲା ଅଞ୍ଚଳର ବୋଲି ଜଣାପଡ଼ିଛି। ପରେ ଉଭୟଙ୍କ ମଧ୍ୟରେ ହୋଇଥିଲା କଥାବାର୍ତ୍ତା। ତେବେ କଥାବାର୍ତ୍ତା କେତେବେଳେ ପ୍ରେମରେ ପରିଣତ ହୋଇଗଲା, କେହି ଜାଣିପାରିଲେ ନାହିଁ। ଦିନେ ହଠାତ୍ ଘର ଛାଡ଼ି ନାବାଳିକା ପ୍ରେମିକା ତାଙ୍କ ପ୍ରେମିକଙ୍କ ପାଖକୁ ପଳାଇଗଲେ।
ଝିଅ ନିଖୋଜ ହୋଇଥିବା ନେଇ ପରିବାର ଲୋକେ ଜୁନ୍ ୬ ତାରିଖରେ ତେଲକୋଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ହେଲେ ନାବାଳିକାଙ୍କ ସମ୍ପର୍କରେ କିଛି ତଥ୍ୟ ପାଇନଥିଲା।
ଅନ୍ୟପକ୍ଷରେ ଧୋକାବାଜ୍ ପ୍ରେମିକ ନାବାଳିକା ପ୍ରେମିକାକୁ ନେଇ ଉତ୍ତରପ୍ରଦେଶର ଅରବିନ୍ଦ ଯାଦବଙ୍କ ମାଧ୍ୟମରେ ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲା ବାମନୋର ଥାନା ଅଞ୍ଚଳର ବାହାଦୂର ସିଂହ ନାମକ ଯୁବକକୁ ୬୦ ହଜାର ଟଙ୍କାରେ ବିକ୍ରି କରିଦେଇଥିଲା। ତେବେ ଘଟଣା ଘଟିବାର ୪ ମାସ ପରେ ଝିଅ ଘରକୁ ଫୋନ୍ କରି ସେ ମଧ୍ୟପ୍ରଦେଶରେ ଥିବା ଜଣାଇଥିଲା।
ତେଲକୋଇ ପୁଲିସ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ନାବାଳିକାଙ୍କୁ ଉଦ୍ଧାର କରିଛି। ଏବେ ମଧ୍ୟ ଘଟଣା ଉପରେ ତଦନ୍ତ ଚାଲିଛି।
from Odisha Reporter https://ift.tt/2QGOr06
No comments:
Post a Comment