
ପ୍ରିଟୋରିଆ (ଓଡ଼ିଶା ରିପୋର୍ଟର)- ଟେଷ୍ଟ୍ ଟ୍ୟୁବ୍ ବେବି ଜନ୍ମ ନେବା ବର୍ତ୍ତମାନ ଆଉ ଅସାଧାରଣ ବିଷୟ ହୋଇ ରହିନାହିଁ। ବରଂ ପ୍ରାୟ ସମସ୍ତ ବଡ଼ ବଡ଼ ସହରରେ ଏହି ବ୍ୟବସ୍ଥା ବର୍ତ୍ତମାନ ଶହ ଶହ ନିଃସନ୍ତାନଙ୍କ ସ୍ୱପ୍ନ ପୂରଣ କରୁଛି। କିନ୍ତୁ ଏହା ପୂର୍ବରୁ କେବଳ ମଣିଷଙ୍କ କ୍ଷେତ୍ରରେ ହେଉଥିଲାବେଳେ ବର୍ତ୍ତମାନ ପଶୁମାନଙ୍କ କ୍ଷେତ୍ରରେ ମଧ୍ୟ ସମ୍ଭବ ହୋଇପାରୁଛି।
ଏହିଭଳି ସୌଭାଗ୍ୟ ଜୁଟିଛି ଦକ୍ଷିଣ ଆଫ୍ରିକାର ରାଜଧାନୀ ପ୍ରିଟୋରିଆରେ ଥିବା ଏକ ଅଭୟାରଣ୍ୟର ଗୋଟିଏ ସିଂହ ଦମ୍ପତି ପାଇଁ। କୃତ୍ରିମ ଉପାୟରେ ଏହି ସିଂହ ଦମ୍ପତି ଏକାଥରକେ ଦୁଇଟି ଶାବକଙ୍କ ପିତାମାତା ହୋଇପାରିଛନ୍ତି। ସିଂହ ପ୍ରଜନନ ବାବଦରେ ଗବେଷଣାରତ ପ୍ରିଟୋରିଆ ବିଶ୍ୱବିଦ୍ୟାଳୟର ଜଣେ ବୈଜ୍ଞାନିକ ଆଇବିଏଫ୍ ଟେକ୍ନୋଲୋଜି ଜରିଆରେ ଏହା ସମ୍ଭବ କରି ପାରିଛନ୍ତି।
from Odisha Reporter https://ift.tt/2y02XaL
No comments:
Post a Comment