
ନୂଆଦିଲ୍ଲୀ: ଭାରତ ଓ ଫ୍ରାନ୍ସ ମଧ୍ୟରେ ହୋଇଥିବା ରାଫେଲ୍ ଯୁଦ୍ଧ ବିମାନ୍ କିଣା ଡିଲ୍ ଉପରେ ରୋକ୍ ଲଗାଇବା ପାଇଁ ହୋଇଥିବା ଆବେଦନର ଶୁଣାଣିକୁ ସୁପ୍ରିମକୋର୍ଟ ଅକ୍ଟୋବର ୧୦ ଯାଏ ଘୁଞ୍ଚାଇ ଦେଇଛନ୍ତି।
ଆବେଦନକାରୀ ଓକିଲ ଏମ୍ଏଲ୍ଜ ଶର୍ମା ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ, ଜଷ୍ଟିସ୍ ନବୀନ ସିହ୍ନା ଓ ଜଷ୍ଟିସ୍ କେଏମ୍ ଯୋଜେଫ୍ଙ୍କ ଖଣ୍ଡପୀଠ ଆଗରେ ନିଜର ପକ୍ଷ ରଖିଥିଲେ। ସେ କହିଥିଲେ, ଡିଲ୍ ସଂକ୍ରାନ୍ତରେ ଆଉ କିଛି ତଥ୍ୟ ଦେବାର ଅଛି, ତେଣୁ ଏହାର ଶୁଣାଣିକୁ ଘୁଞ୍ଚାଯିବା ଦରକାର।
ଏହ ଶୁଣିବା ପରେ ଖଣ୍ଡପୀଠ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଖଣ୍ଡପୀଠ କହିଥିଲେ, “ଆପଣ ପୂର୍ବରୁ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ମାମଲାର ଶୁଣାଣି ଘୁଞ୍ଚାଇଥିଲେ। ଏବେ ପୁଣି ଅଧିକ ତଥ୍ୟ ଉପସ୍ଥାପନ କରିବେ ବୋଲି କହି ଶୁଣାଣିର ତାରିଖ ଘୁଞ୍ଚାଇବାକୁ ଚାହୁଁଛନ୍ତି। ଆମେ ଆପଣଙ୍କ କଥାରେ ଏକମତ ହେଉଛୁ ସତ, କିନ୍ତୁ ଅକ୍ଟୋବର ୧୦ ତାରିଖରେ ହିଁ ଏହି ମାମଲାର ଶୁଣାଣି ହେବ। ଆପଣ ତା’ ପୂର୍ବରୁ ଡିଲ୍ ସମ୍ପର୍କରେ ସଂପୂର୍ଣ୍ଣ ତଥ୍ୟ ଦାଖଲ କରିବେ।”
ରାଫେଲ୍ ଡିଲ୍ରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଏହାକୁ ରଦ୍ଦ କରିବାକୁ ଏହି ଆବେଦନ କରାଯାଇଛି।
from Odisha Reporter https://ift.tt/2MIveIv
No comments:
Post a Comment