ଶାହିଦ୍‌ଙ୍କ ଘରକୁ ଆସିଲେ ଆଉ ଜଣେ କୁନି ସଦସ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 6, 2018

ଶାହିଦ୍‌ଙ୍କ ଘରକୁ ଆସିଲେ ଆଉ ଜଣେ କୁନି ସଦସ୍ୟ

ମୁମ୍ବାଇ(ଓଡ଼ିଶା ରିପୋର୍ଟର୍‌): ବଲିଉଡ୍‌ ଅଭିନେତା ଶାହିଦ୍ କପୁର୍‌ଙ୍କ ପରିବାରକୁ ୨ବର୍ଷ ପରେ ଆଉ ଜଣେ ନୂଆ ସଦସ୍ୟ ଆସିଛନ୍ତି। ଶାହିଦ୍‌ଙ୍କ ପତ୍ନୀ ମୀରା ରାଜପୁତ୍‌ ଗତକାଲି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଶାହିଦ୍ ଓ ମୀରାଙ୍କର ଝିଅ ମୀଶା ଦୁଇ ବର୍ଷ ପୂର୍ବେ ଜନ୍ମ ନେଇଥିଲେ।  ଶାହିଦ୍‌ ଓ ମୀରାଙ୍କ ବିବାହ ୨୦୧୫ରେ ହୋଇଥିଲା। ତିନି ବର୍ଷ ଭିତରେ ତାଙ୍କ ଘରକୁ ଦୁଇ ଦୁଇଟି ସନ୍ତାନ ଆସିଥିବାରୁ ଉଭୟ ବାପା ମା’ ଏହାକୁ ନେଇ ଖୁବ୍‌ ଖୁସି ଅଛନ୍ତି।

ଏଯାଏ ସାହିଦ୍‌ କିମ୍ବା ତାଙ୍କ ପରିବାରର କେହି ମଧ୍ୟ ନବଜାତ ଶିଶୁଟିର ପଟୋ ସୋଶାଲ୍‌ ମିଡିଆରେ ଶେୟାର୍‌ କରିନାହାନ୍ତି। କିନ୍ତୁ ସୋଶାଲ୍‌ ମିଡିଆରେ ବଲିଉଡ ଷ୍ଟାରମାନଙ୍କ ପକ୍ଷରୁ ଉଭୟ ସାହିଦ ଓ ମୀରାଙ୍କ ପାଇଁ ଶୁଭକାମନାର ସୁଅ ଛୁଟିଛି। ପ୍ରୀତି ଜିଣ୍ଟାଙ୍କଠାରୁ ନେଇ ଆଲିଆ ଭଟ୍ଟଙ୍କ ପର୍ଯ୍ୟନ୍ତ, ସମସ୍ତେ ଦ୍ୱିତାୟ ଥର ମାତାପିତା ହେବାର ସୌଭାଗ୍ୟ ପାଇଥିବା ଏହି ଦମ୍ପତିଙ୍କୁ ସୋଶାଲ୍‌ ମିଡିଆରେ ବଧାଇ ଜଣାଇଛନ୍ତି।

ଗତକାଲି ସନ୍ଧ୍ୟାରେ ମୀରା ଡାକ୍ତରଖାନାରେ ଭର୍ତି ହୋଇଥିଲେ। ବିଳମ୍ବିତ ରାତିରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଏଥିପାଇଁ ଡାକ୍ତରଖାନା ବାହାରେ ମୀରାଙ୍କ ମା’ ବେଲା ରାଜପୁତ୍‌ ଓ ସାହିଦ୍‌ଙ୍କ ମା’ ନୀଲିମା ଅଜିମ୍ ଓ ତାଙ୍କ ଭାଇ ଈଶାନ୍‌ ଖଟ୍ଟର୍‌ଙ୍କୁ ଦେଖିବାକୁ ମିଳିଥିଲା।



from Odisha Reporter https://ift.tt/2NUO7ZR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages