ଲଗାଣ ବର୍ଷା ନେଇ ତତ୍ପର ହେଲା ବିଏମ୍‌ସି: ଖୋଲିଲା କଣ୍ଟ୍ରୋଲ ରୁମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 6, 2018

ଲଗାଣ ବର୍ଷା ନେଇ ତତ୍ପର ହେଲା ବିଏମ୍‌ସି: ଖୋଲିଲା କଣ୍ଟ୍ରୋଲ ରୁମ୍‌

Bmc-opens-control-room-as-Heavy-widespread-rains-pound-odisha
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷାକୁ ନେଇ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେଶନ୍‌ (ବିଏମ୍‌ସି) ତତ୍ପର ହୋଇଛି। ସ୍ଥିତିର ଅନୁଧ୍ୟାନ ପାଇଁ ୬୭ଟି ଓ୍ୱାର୍ଡରେ ବିଏମ୍‌ସିର ୧୩ଟି ଟିମ୍ ନିୟୋଜିତ ହୋଇଛି। ୪୦ ଇଞ୍ଜନିୟରଙ୍କୁ ହାଇଆଲର୍ଟ ରହିବାକୁ ପରାମର୍ଶ ଦିଆଯାଇଛି। 
ଏଥିପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସହ ସ୍ୱତନ୍ତ୍ର ଅପରେସନ ସେଣ୍ଟର ମଧ୍ୟ ଖୋଲାଯାଇଛି। ବିଏମ୍‌ସିର କଣ୍ଟ୍ରୋଲ୍ ରୁମ୍ ନମ୍ବର ହେଉଛି- ୦୬୭୪ ୨୪୩୨୨୮୧। 
ସେହିପରି ବିଏମ୍‌ସି ଅପରେସନ ସେଣ୍ଟର ନମ୍ବର ହେଉଛି ୧୮୦୦ ୩୪୫୦୦୬
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ବଳୟ ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟବର୍ତ୍ତୀ ଅଞ୍ଚଳ ଦୀଘା ନିକଟରେ ରହିଛି। ଫଳରେ ଉତ୍ତର ଓଡ଼ିଶା ସମେତ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ତଳିଆ ଅଞ୍ଚଳରେ ପାଣି ଜମି ରହିଛି।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୪ଟି ସ୍ଥାନରେ ସର୍ବାଧିକ ବର୍ଷା ରେକର୍ଡ କରାଯାଛି। ପାରାଦୀପରେ ସର୍ବାଧିକ ୪୧୨, କେନ୍ଦ୍ରାପଡ଼ାରେ ୩୭୧.୭, ଜଗତସିଂହପୁରରେ ୨୩୬ ଓ ଯାଜପୁରରେ ୧୩୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ଏପଟେ ରାଜ୍ୟରେ ସ୍ୱାଭାବିକଠାରୁ ୧୫.୬ ପ୍ରତିଶତ ଅଧିକ ବର୍ଷା ହୋଇଛି। କଳାହାଣ୍ଡି ଜିଲ୍ଲାର ସର୍ବାଧିକ ୭୪.୯ ପ୍ରତିଶତ ଅଧିକ ବର୍ଷା ହୋଇଛି। ଜୁନ୍ ମାସ ଅଧାରୁ ଏଯାଏ ବର୍ଷା ଜାରି ରହିଛି, ଯାହା ଚାଷୀଙ୍କ ପାଇଁ ଅନୁକୂଳ ବୋଲି କୁହାଯାଇଛି।


from Odisha Reporter https://ift.tt/2PFlu3m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages