ଘରେ ଏହି ୫ଟି ଜିନିଷ ଥିଲେ, ପାଖ ମାଡ଼ିବନି ଅଭାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 6, 2018

ଘରେ ଏହି ୫ଟି ଜିନିଷ ଥିଲେ, ପାଖ ମାଡ଼ିବନି ଅଭାବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯେତେ ପାଇସା ରୋଜଗାର କଲେ ବି ଅଣ୍ଟୁନାହିଁ। ପେଟ ପୂରି ଯାଉଛି, କିନ୍ତୁ ପକେଟ୍‌ରେ ଟଙ୍କାଟିଏ ବି ବଞ୍ଚୁନାହିଁ। ସାଧାଣତଃ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରର ଲୋକଙ୍କ ମୁହଁରୁ ଏମିତି କଥା ବାରମ୍ବାର ଶୁଣିବାକୁ ମିଳେ। ହୁଏତ, ଆପଣ ବି ଏମିତି ସମସ୍ୟାରେ ପଡ଼ିଥାଇ ପାରନ୍ତି।

ତେବେ କ’ଣ କଲେ ଏପରି ଦୁଃସ୍ଥିତିରୁ ଆପଣଙ୍କୁ ମୁକ୍ତି ମିଳିବ? ଅଭାବ ବା ଆର୍ଥିକ ଅନଟନ ଦୂର ହୋଇ ମା’ ଲକ୍ଷ୍ମୀ ଆପଣଙ୍କ ଘରେ ନିବାସ କରିବେ, ଆସନ୍ତୁ ଜାଣିବା।

ଶ୍ରୀଗଣେଶଙ୍କ ଫଟୋ ବା ପ୍ରତିମା: ଶ୍ରୀଗଣେଶ ହେଉଛନ୍ତି ସିଦ୍ଧି ପ୍ରଦାୟକ। ପୁରଣା ଅନୁସାରେ, ବିଘ୍ନ ବିନାଶକ ହେଉଛନ୍ତି ଦେବତାଙ୍କ ମଧ୍ୟରେ ଅଗ୍ରପୂଜ୍ୟ । ତାଙ୍କ ଉପସ୍ଥିତିକୁ ସର୍ବୋତ୍ତମ ବା ଶ୍ରେଷ୍ଠ ବୋଲି ଗ୍ରହଣ କରାଯାଇଛି। ଏଣୁ ଆପଣଙ୍କ ଘରର ଦୁଆର ମୁହଁରେ ବା କବାଟର ସର୍ବୋଚ୍ଚ ସ୍ଥାନରେ ଭଗବାନ ଶ୍ରୀଗଣେଶଙ୍କ ଫଟୋଟିଏ ବା ମୂର୍ତ୍ତିଟିଏ ରଖନ୍ତୁ। କିଛି ନ ହେଲେ ମଧ୍ୟ ସବୁଦିନ ସକାଳେ ତାଙ୍କୁ ମୁଣ୍ଡିଆଟିଏ ମାରନ୍ତୁ। ଆଉ ପାରୁଛନ୍ତି ଯଦି ଦୁବ କେରାଏ ଓ ଟୋପେ ସିନ୍ଦୁର ତାଙ୍କୁ ଲାଗି କରନ୍ତୁ । ଦେଖିବେ, ଆପଣଙ୍କ ଘର ଧନଧାନ୍ୟରେ ପୂରି ଉଠିବ।

ରୂପା ବଂଶୀ: ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରିୟ ହେଉଛି ବଂଶୀ। ଏହି ବଂଶୀ ହିଁ ଆପଣଙ୍କୁ ସମୃଦ୍ଧି ଆଡ଼କୁ ବାଟ କଢ଼ାଇ ନେବ। କାରଣ ବଂଶୀ ଶ୍ରୀକୃଷ୍ଣଙ୍କର ସବୁଠାରୁ ପ୍ରିୟ ହୋଇଥିବାରୁ ପ୍ରକାରାନ୍ତରେ ଏହାକୁ ମା’ ଲକ୍ଷ୍ମୀଙ୍କର ଅଂଶ ବୋଲି କୁହାଯାଏ। ଧାତୁ ବିଶେଷରେ ରୁପାକୁ ଶୁଭ୍ର  ଓ ଶ୍ରେଷ୍ଠ ବୋଲି ଶାସ୍ତ୍ର କହିଛି। ଏଣୁ ରୁପାର ବଂଶୀଟିଏ ଘରେ ରଖିଲେ, ମା’ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ରହିବ ବୋଲି ବାସ୍ତୁ ଶାସ୍ତ୍ର କୁହେ।

ଦକ୍ଷିଣାବର୍ତ୍ତୀ ଶଙ୍ଖ: “ନମସ୍ତେ ତୁ ମାହାମାୟୀ, ଶ୍ରୀ ପୀଠେ ସୁର ପୂଜିତେ, ଶଂଙ୍ଖ ଚକ୍ର ଗଦା ହସ୍ତେ ମହାଲକ୍ଷ୍ମୀ ନମସ୍ତୁତେ।” ମା’ ମହାଲକ୍ଷ୍ମୀଙ୍କ ଏହି ସ୍ତୁତିରେ ସେ ଶଂଙ୍ଖ ଧାରଣ କରିଥିବା କଥା ସ୍ପଷ୍ଟ ହୋଇଛି। ଏଣୁ ଘରେ ଦକ୍ଷିଣାବର୍ତ୍ତୀ ଶଂଙ୍ଖଟିଏ ରଖନ୍ତୁ। ସକାଳେ ଠାକୁର ପୂଜା କରିବା ବେଳେ ଶଂଙ୍ଖ ନାଦ କରନ୍ତୁ। ଏହାର ପବିତ୍ର ଶବ୍ଦରେ ଆପଣ ଘରୁ ରିଷ୍ଟ ଖଣ୍ଡନ ହୋଇଯିବ ଓ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ଆପଣଙ୍କ ପରିବାର ଉପରେ ପଡ଼ିବ।

କୁବେର-ଲକ୍ଷ୍ମୀ- ଶ୍ରୀଗଣେଶ: କୁବେର ହେଉଛନ୍ତି ଧନର ଦେବତା। ଏଣୁ ତାଙ୍କ ସହ ମା’ ଲକ୍ଷ୍ମୀ ଓ ଶ୍ରୀଗଣେଶଙ୍କ ଚିତ୍ର ପଟ୍ଟ ଆପଣଙ୍କ ଘରେ ରଖନ୍ତୁ । ମନେ ରଖନ୍ତୁ, କୁବେର ଉତ୍ତର ଦିଗର ଅଧିପତି ହୋଇଥିବାରୁ ଏହି ୩ ଦେବଦେବୀଙ୍କ ଚିତ୍ର ପ୍ରତିମା ବା ମୂର୍ତ୍ତି ଉତ୍ତରମୁଖା କରି ରଖିଲେ ଆପଣଙ୍କ ଘରେ ଐଶ୍ୱର୍ଯ୍ୟ ବୃଦ୍ଧି ପାଇବ।

କର୍ପୂର: ଘରେ ପ୍ରତିଦିନ ଗୃହ ଦେବତାଙ୍କୁ କର୍ପୂର ଆଳତି କରନ୍ତୁ। ପୂଜା ପରେ ଠାକୁରଙ୍କ ପାଖରେ କର୍ପୂର ଆଳତି କରିବା ପରେ ଏହାକୁ ଘରର ଠିକ୍‌ ମଝି ସ୍ଥାନରେ କିଛି ସମୟ ରଖି ଦିଅନ୍ତୁ। ଦେଖିବେ, ସବୁ ନକାରାତ୍ମକ ପ୍ରଭାବ ଆପଣଙ୍କ ଘରୁ ଉଭେଇ ଯିବ।



from Odisha Reporter https://ift.tt/2wLpEyU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages