
ମୁମ୍ବାଇ: ବେଲଗାମ ତେଲ ଦର। ହୁ ହୁ ହୋଇ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲର ଦର। ଏହା ଉପରେ ଲାଗିପାରୁନି ଅଂକୁଶ। ମୁମ୍ବାଇରେ ଦେଶର ସବୁଠୁ ମହଙ୍ଗା ପେଟ୍ରୋଲ ଏବଂ ଡିଜେଲ ବିକ୍ରି ହେଉଛି। ଆଜି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ଲିଟର ପ୍ରତି ପ୍ରାୟ ୯୧ ଟଙ୍କାକୁ ଛୁଇଁଛି।
ମୁମ୍ବାଇରେ ଆଜି ପେଟ୍ରୋଲ ଲିଟର ୯୦.୯୪ ଟଙ୍କା ହୋଇଛି । ଗତକାଲି ଏହା ୯୦.୭୫ ଟଙ୍କା ଥିଲା। ସେହିପରି ଦିଲ୍ଲୀ, କୋଲକତା ଓ ଚେନ୍ନାଇରେ ଯଥାକ୍ରମେ 83.49, Rs 85.30 ଏବଂ 86.80 ଟଙ୍କା ଛୁଇଁଛି।
ପୂର୍ବ ଦିନ ଏହା ଯଥାକ୍ରମେ 83.40, 85.21 ଏବଂ 86.70 ଟଙ୍କା ଥିଲା। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି ୮୨.୧୯ ଟଙ୍କାରେ ପହଞ୍ଚିଛି।
ବଢ଼ୁଥିବା ତୈଳ ଦରକୁ ନେଇ ଗ୍ରାହକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କ୍ରମାଗତ ତେଲଦର ବଢୁଥିବାରୁ ଏହାର ପ୍ରଭାବ ବିଭିନ୍ନ ସାମଗ୍ରୀ ଉପରେ ପଡିଛି।
from Odisha Reporter https://ift.tt/2y1qSGN
No comments:
Post a Comment