ପରଶୁ ଦୋକାନରେ ବୈଜୟନ୍ତଙ୍କ ଚା ଖଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

ପରଶୁ ଦୋକାନରେ ବୈଜୟନ୍ତଙ୍କ ଚା ଖଟି

baijayanta

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ସହରରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ‘ହେଇଯାଉ’ କାର୍ଯ୍ୟକ୍ରମ ହୋଇଯାଇଛି। ଗଣେଶ ବଜାର ସ୍ଥିତ ପରଶୁ ଚା ଦୋକାନରେ ବୈଜୟନ୍ତଙ୍କ ଏହି ଚା ଖଟି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ସ୍ଥାନୀୟ ଲୋକ ସାମିଲ ହୋଇଥିଲେ।
ଏହା ପୂର୍ବରୁ ବୈଜୟନ୍ତଙ୍କୁ ଏକ ବାଇକ ରାଲି କରି ସ୍ୱାଗତ କରାଯାଇଥିଲା। ବିଜୁ ଭବନଠାରୁ ଗଣେଶ ବଜାର ପର୍ଯ୍ୟନ୍ତ ପ୍ରାୟ ୫ କିଲୋମିଟର ରାଲି କରାଯାଇଥିଲା। ଏଥିରେ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ବି ସାମିଲ ହୋଇଥିଲେ।
କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ଯୋଗ ଦେଇ ସ୍ନେହଶ୍ରଦ୍ଧା ଦେଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ବୈଜୟନ୍ତ।
ଏହି ଅବସରରେ ହେଲିକପ୍ଟର ଉଡ଼ାଣ ବିବାଦ ପ୍ରସଙ୍ଗରେ ମତ ରଖିଛନ୍ତି ବୈଜୟନ୍ତ। ସେ କହିଛନ୍ତି, “୫ ଥର ଏଫ୍‌ଆଇଆର ବଦଳାଯାଇଛି। ଗୋଟିଏ ବିରୋଧରେ ଅଭିଯୋଗ ହୋଇଛି, ହେଲେ ୩ଟି ସିଜ୍ କରାଯାଇଛି। ଅନ୍ୟମାନେ ଚିଲିକାରେ ହେଲିକପ୍ଟର ଉଡ଼ାଇଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଇନି। ମୋତେ ରୋକିବା ପାଇଁ ଯେତେ ଚେଷ୍ଟା କଲେ ବି ରୋକି ପାରିବେ ନାହିଁ। ଏହା ଅନ୍ୟାୟ, ଲୋକେ ଏହାର ଜବାବ ଦେବେ।”
ଚା ଖଟିଲେ ଅପରାଧ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ ବୈଜୟନ୍ତ। କହିଥିଲେ, “ଗତ ୪ରୁ ୫ ବର୍ଷରେ ଦେଶରେ ୧୯ ପ୍ରତିଶତ ଅପରାଧ ବଢ଼ିଛି। ଏନ୍‌ସିଆରବି ରିପୋର୍ଟରେ ଓଡ଼ିଶାରେ ୫୦ ପ୍ରତିଶତ ଅପରାଧ ବଢ଼ିଛି।”
ସେହିପରି ଅଭିଜିତ ଆୟାରଙ୍କ ବିବାଦୀୟ ଭିଡିଓ ନେଇ ମତ ରଖିଥିଲେ ବୈଜୟନ୍ତ। କହିଥିଲେ- ଆୟାର ମୋ ମିତ୍ର ନୁହଁନ୍ତି। ତାଙ୍କ କାର୍ଯ୍ୟାକୁ ନିନ୍ଦା ଓ ନାପସନ୍ଦ କରିସାରିଛି। ଓଡ଼ିଶାକୁ ପ୍ରମୋଟ୍ କରିବା ପାଇଁ ସାମ୍ବାଦିକଙ୍କୁ ବୁଲାଇ ଦେଖାଇଥାଏ। ଏହାପରେ ଯଦି ସମ୍ପୃକ୍ତ ବ୍ୟକ୍ତି ଆଉ କେଉଁଠି କ’ଣ କୁହନ୍ତି, ସେ ଦଣ୍ଡିତ ହେବେ।”



from Odisha Reporter https://ift.tt/2RcENCQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages