ପଡ଼ିଆ ମଝିରେ ନାଚିଲେ ଧୱନ୍‌, ସମ୍ଭାଳି ପାରିଲେନି ଭଜି ଓ ଡେଭିଡ୍ ଲୟେଡ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 8, 2018

ପଡ଼ିଆ ମଝିରେ ନାଚିଲେ ଧୱନ୍‌, ସମ୍ଭାଳି ପାରିଲେନି ଭଜି ଓ ଡେଭିଡ୍ ଲୟେଡ୍

ଓଭାଲ୍‌: ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ସିରିଜ୍‌କୁ ହାତଛଡ଼ା କରିଥିବା ଟିମ୍‌ ଇଣ୍ଡିଆ ଆତ୍ମସମ୍ମାନ ରକ୍ଷା କରିବାକୁ ଓଭାଲ୍‌ ପଡ଼ିଆକୁ ଓହ୍ଲାଇଛି। ପ୍ରଥମ ଦିନରେ ଇଂଲଣ୍ଡ ବ୍ୟାଟିଂ କରୁଥିବା ବେଳେ ପଡ଼ିଆରେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା।  
ମ୍ୟାଚ୍‌ର ଶେଷ ଅଧିବେଶନରେ ଭାରତୀୟ ବୋଲର୍‌ ଜବରଦସ୍ତ କମ୍‌ବ୍ୟାକ୍‌ କରି ୬ଟି ୱିକେଟ୍‌ ନେବା ପରେ ଟିମ ଇଣ୍ଡିଆ ଫ୍ୟାନ୍‌ଙ୍କ ମୁହଁରେ ଖୁସି ପରିଲକ୍ଷିତ ହୋଇଥିଲା। ତେବେ ସବୁଠାରୁ ଅଧିକ ଖୁସି ଅନୁଭବ କରିଥିଲେ ଟିମ୍‌ ଇଣ୍ଡିଆର ଓପନର୍‌ ଶିଖର ଧୱନ୍‌।
ଧୱନ୍‌ ବାଉଣ୍ଡରୀ ପାଖରେ ଫିଲ୍ଡିଂ କରୁଥିବା ବେଳେ ହଠାତ୍‌ ଫ୍ୟାନ୍‌ମାନଙ୍କ ଆଡ଼କୁ ମୁହଁ କରି ନାଚିବା ଆରମ୍ଭ କରିଦେଇଥିଲେ। ଧୱନ୍‌ଙ୍କ ଭାଙ୍ଗଡ଼ା ନୃତ୍ୟ ଦେଖି ଷ୍ଟାଡିୟମ୍‌ରେ ଥିବା ଦର୍ଶକମାନେ ମଧ୍ୟ ନାଚିବା ଆରମ୍ଭ କରିଦେଇଥିଲେ। ବେଶ କିଛି ସମୟ ଧୱନ୍‌ ଏଭଳି ଭାଙ୍ଗଡ଼ା ନୃତ୍ୟ କରି ଦର୍ଶକଙ୍କୁ ମତୁଆଲା କରିଥିଲେ।

ଧୱନ୍‌ଙ୍କ ଏହି ଭାଙ୍ଗଡ଼ା ନୃତ୍ୟ କେବଳ ଦର୍ଶକଙ୍କ ମଧ୍ୟରେ ସୀମିତ ନଥିଲା। ଏହାର ପ୍ରଭାବ କମେଣ୍ଟ୍ରୀ ବକ୍ସରେ ମଧ୍ୟ ପଡ଼ିଥିଲା। କମେଣ୍ଟ୍ରୀ ବକ୍ସରେ ଥିବା ହରଭଜନ୍‌ ସିଂହ ଓ ଡେ଼ଭିଡ୍‌ ଲୟେଡ୍ ମଧ୍ୟ ଭାଙ୍ଗଡ଼ା ନୃତ୍ୟ କରିଥିଲେ।  ଧୱନ୍‌ଙ୍କ ନୃତ୍ୟ ପରେ ପ୍ରଥମେ ଭଜି ଭାଙ୍ଗଡ଼ା ନାଚିଥିଲେ। ଏହାକୁ ଡେ଼ଭିଡ୍‌ ନକଲ୍‌ କରି ଭଜିଙ୍କ ସହ ତାଳ ମିଶାଇଥିଲେ। ଏହି ଘଟଣାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।



from Odisha Reporter https://ift.tt/2CxJYtH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages