ଚା’ ବିକୁଛନ୍ତି ଏସିଆନ୍ସ ଗେମ୍ସର ପଦକ ବିଜେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 8, 2018

ଚା’ ବିକୁଛନ୍ତି ଏସିଆନ୍ସ ଗେମ୍ସର ପଦକ ବିଜେତା

harish

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର୍‌): ଇଣ୍ଡୋନେସିଆର ଜାକାର୍ତ୍ତାରେ ଅନୁଷ୍ଠିତ ଏସିଆନ୍ସ ଗେମ୍ସର ଚଳିତ ସଂସ୍କରଣରେ ଭାରତ ବେଶ୍ ଭଲ ପ୍ରଦର୍ଶନ କରିଛି। ଦେଶ ପାଇଁ ପଦକ ଜିତିଥିବା ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ସେମାନଙ୍କ ରାଜ୍ୟର ସରକାରମାନେ ମୋଟା ଅଙ୍କର ପ୍ରୋତ୍ସାହନ ରାଶି ମଧ୍ୟ ଘୋଷଣା କରିଛନ୍ତି। ତେବେ ସିପକ୍‌ଟାକ୍ରରେ ଭାରତ ପାଇଁ କାଂସ୍ୟ ପଦକ ଜିତିଥିବା ଦିଲ୍ଲୀର ହରିଶ୍‌ କୁମାର୍‌ ଓ ତାଙ୍କ ପରିବାରର ଭାଗ୍ୟରେ ଏସିଆନ୍‌ ଗେମ୍ସର ପଦକ ବିଜୟ କିଛି ବି ପରିବର୍ତ୍ତନ ଆଣିନାହିଁ।

ଏସିଆନ୍‌ ଗେମ୍ସରେ ଭାଗ ନେବା ପାଇଁ ଭାରତୀୟ ଦଳ ସହ ଜାକର୍ତ୍ତା ଯିବା ପୂର୍ବରୁ ହରିଶ୍‌ ଉତ୍ତର ଦିଲ୍ଲୀର ମଜୁନ୍‌ କା ଟୀଲାରେ ଥିବା ନିଜ ବାପାଙ୍କ ଚା’ ଦୋକାନରେ ଚା’ ବିକୁଥିଲେ। ଏବେ ପଦକ ଜିତି ଫେରିବା ପରେ ମଧ୍ୟ ସେହି ଏକା କାମ କରୁଛନ୍ତି।

ହରିଶ କହିଛନ୍ତି,“ ମୁଁ ଦୋକାନରେ ବାପାଙ୍କୁ ସାହାଯ୍ୟ କରେ। ଏହା ସହ ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ଯାଏ, ଚାରି ଘଣ୍ଟା ଖେଳ ଅଭ୍ୟାସ କରିଥାଏ। ମୋ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଏବେ ବି ମୁଁ ଭଲ ଚାକିରି ସନ୍ଧାନରେ ଅଛି। ତେବେ ମୋତେ ସବୁଠାରୁ ଦୁଃଖ ଲାଗିଥିଲା, ଯେତେବେଳେ ମୁଁ ଦେଶ ପାଇଁ ପଦକ ଜିତି ଫେରିବା ପରେ ବି କେହି ଜଣେ ସ୍ୱାଗତ କରି ନଥିଲେ।”

ହରିଶଙ୍କ ମା’ କହିଛନ୍ତି,“ ବହୁ କଷ୍ଟରେ ଆମେ ପିଲାମାନଙ୍କୁ ବଡ଼ କରିଛୁ। ହରିଶଙ୍କ ବାପା ଅଟୋ ଚଳାନ୍ତି। ଏହାସହ ଆମର ଏକ ଚା’ ଦୋକାନ ମଧ୍ୟ ରହିଛି। ହରିଶ ଚା’ ଦୋକାନରେ ବାପାଙ୍କ ସହ ମିଶି କାମ କରେ।”

ହରିଶ୍‌ କୁମାର୍‌ଙ୍କୁ ପ୍ରଥମେ ତାଙ୍କ କୋଚ୍‌ ହେମରାଜ୍‌ ଚିହ୍ନଟ କରି ଭାରତୀୟ ସ୍ପୋର୍ଟସ୍‌ ପ୍ରାଧିକରଣ(ସାଇ)କେନ୍ଦ୍ରକୁ ନେଇ ସେଠାରେ ରୀତିମତ ତାଲିମ୍ ଦେଇଥିଲେ। ଏହା ପରେ ନିଜସ୍ୱ ପ୍ରତିଭା ଓ ଅଧ୍ୟବସାୟ ବଳରେ ହରିଶ୍ ଭାରତୀୟ ସିପକ୍‌ଟାକ୍ର ଟିମ୍‌ରେ ସ୍ଥାନ ପାଇଥିଲେ।

ତେବେ ‘ସାଇ’ ସେଣ୍ଟର୍‌ରେ ତାଲିମ୍ ନେଉଥିବାବେଳେ ପାଖ ପଡୋଶୀ ଓ ସାଙ୍ଗସାଥିମାନେ ତାଙ୍କୁ ଉପହାସ କରୁଥିଲେ ବୋଲି ହରିଶ୍ କହିଛନ୍ତି। ଏପରିକି ଅତୀତକୁ ମନେ ପକାଇ ହରିଶ୍ କହିଛନ୍ତି ଯେ କିଛି ଲୋକ ମଧ୍ୟ କୋଚ୍‌ ତାଙ୍କଠାରୁ ଅଯଥାରେ ଟଙ୍କା ଠକି ନେଇଯାଉଥିବା କଥା କହିଥିଲେ।



from Odisha Reporter https://ift.tt/2MZHIA8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages