ସମବାୟ ବ୍ୟାଙ୍କ ଦୁର୍ନୀତିର ତଦନ୍ତ ‘ଗଡଫାଦର୍’ଙ୍କ ପାଇଁ ହୋଇପାରିନି, କହିଲେ ଦାମ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 8, 2018

ସମବାୟ ବ୍ୟାଙ୍କ ଦୁର୍ନୀତିର ତଦନ୍ତ ‘ଗଡଫାଦର୍’ଙ୍କ ପାଇଁ ହୋଇପାରିନି, କହିଲେ ଦାମ 

dr-damodar-rout-alleges-huge-corruption-in-coop-bank-blames-godfather-for-suppressing-it 
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ରାଜ୍ୟରେ ସମବାୟ ବ୍ୟାଙ୍କରେ ହୋଇଥିବା ଦୁର୍ନୀତିର ତଦନ୍ତ ପାଇଁ ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦେଇଥିଲି। ହେଲେ ଏହାକୁ ପାଳନ କରାଗଲା ନାହିଁ । ଗଡଫାଦରଙ୍କ ନିର୍ଦ୍ଦେଶରେ ଏ ନିର୍ଦ୍ଦେଶ ପାଳନ କରାଯାଇନଥିଲା। ହେଲେ ସେହି ଗଡଫାଦର୍ କିଏ ?” 
ଚାରା ଓ ଓମ୍‌ଫେଡ୍‌ ଦୁର୍ନୀତି ପ୍ରସଙ୍ଗ ଉଠାଇବା ପରେ ଆଜି ଏପରି ବାଣ ମାରିଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ସମବାୟ ମନ୍ତ୍ରୀ ଡା ଦାମୋଦର ରାଉତ। ଯାହା ରାଜ୍ୟ ସରକାର ଓ ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି।
ଡା. ରାଉତ କହିଛନ୍ତି, “ସମବାୟମନ୍ତ୍ରୀ ହେବା ଆଗରୁ ସମବାୟରେ ହୋଇଥିବା ଦୁର୍ନୀତିର ତଦନ୍ତ କ୍ରାଇମବ୍ରାଞ୍ଚ କରିଥିଲା। ଏହି ଘଟଣାରେ ସମବାୟ ବ୍ୟାଙ୍କ ସଭାପତି ଯଜ୍ଞେଶ୍ଵର ବାବୁ ଜେଲ୍‌ ଯାଇଥିଲେ। ଅନେକ କର୍ମଚାରୀ ଡିସ୍‌ମିସ୍‌ ହୋଇଥିଲେ। କେତେକ କର୍ମଚାରୀ ସସ୍‌ପେଣ୍ଡ ହେଲେ। ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ପାଇଁ ସେତେବେଳର ସମବାୟ ବ୍ୟାଙ୍କ ଏମ୍‌ଡି ତୁଷାରକାନ୍ତି ପଣ୍ଡା ହାଇକୋର୍ଟ ଅର୍ଡର ଆଣିଥିଲେ। ଯେଉଁଥିପାଇଁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ।
“କିନ୍ତୁ ସେ ଅଭିଯୋଗମୁକ୍ତ ହୋଇନଥିଲେ। ଏହାଛଡ଼ା ଅନ୍ୟକିଛି ଅଭିଯୁକ୍ତ କର୍ମଚାରୀଙ୍କୁ ମହଲତ ଦିଆଯାଇଥିଲା। ଏ ସମ୍ପର୍କରେ ମୋ ଅଜାଣତରେ ଦସ୍ତଖତ ନିଆଯାଇଥିଲା।
“ଯେତେବେଳେ ଘଟଣା ସମ୍ପର୍କରେ ମୁଁ ଜାଣିଲି, ସେତେବେଳେ ଆପତ୍ତି ଉଠାଇଥିଲି। ଯେଉଁମାନେ ଦୋଷୀ ଅଛନ୍ତି, ସେମାନଙ୍କୁ ମହଲତ କେମିତି ଦିଆଯିବ ବୋଲି ପ୍ରଶ୍ନ କରିଥିଲି। ତେଣୁ ସମବାୟର ୬୫ ଆକ୍ଟରେ ଘଟଣାର ତଦନ୍ତ କରିବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି। ଯାହାକୁ ସେତେବେଳର ସମବାୟ ବ୍ୟାଙ୍କ ରେଜିଷ୍ଟ୍ରାର ପାଳନ କଲେ ନାହିଁ। ସେତେବେଳେ ମନ୍ତ୍ରୀଙ୍କ କଥା ନଶୁଣିବା ପାଇଁ ଗଡଫାଦର୍ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ମୁଁ ବହୁବାର କହିଛି ମନ୍ତ୍ରୀଙ୍କ କଥା ଅଫିସରମାନେ ମାନୁ ନାହାନ୍ତି।”
ସେ ଆହୁରି କହିଛନ୍ତି-“ସମବାୟର ସଂସ୍କାର ଆଣିବା ପାଇଁ ୭ ପୃଷ୍ଠାର ଏକ ଚିଠି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇଥିଲି। ଅଢ଼େଇ ମାସ ବିତିଯାଇଥିଲେ ମଧ୍ୟ ସେହି ଫାଇଲ୍  ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚି ପାରିଲା ନାହିଁ। ରାଜ୍ୟ ସମବାୟ ବ୍ୟାଙ୍କର ଆର୍ଥିକ ହେରଫେର୍‌ ୭୦୦ରୁ ୮୦୦ କୋଟି ଟଙ୍କା ହୋଇଛି। ସମବାୟର ୬୫ ଆକ୍ଟରେ ତଦନ୍ତ କରାଗଲେ ଘଟଣା ଉପରୁ ପର୍ଦ୍ଦା ହଟି ପାରନ୍ତା। ବର୍ତ୍ତମାନ ଯେତେ ଋଣ ଦିଆଯାଉଛି, ତାହାର ୬୦% ଅଣ ଚାଷରେ ଖର୍ଚ୍ଚ ହେଉଛି। ପରବର୍ତ୍ତୀ ସମୟରେ ସେହି ଅର୍ଥ ପେପର ଟ୍ରାଞ୍ଜାକ୍‌ସନ୍‌ରେ ଦେଖାଯାଉଛି।”
 କମ୍ପ୍ୟୁଟର କିଣାରେ ହୋଇଛି ଦୁର୍ନୀତି
“ରାଜ୍ୟର ସବୁ ସୋସାଇଟିକୁ କମ୍ପ୍ୟୁଟରାଇଜ୍‌ କରିବା ପାଇଁ ଓଡ଼ିଶା ସରକାର ୩୭ କୋଟି ଟଙ୍କା ଦେଇଥିଲେ। ୭୦୦ ସୋସାଇଟିରେ ଘର ନାହିଁ କି ବିଦ୍ୟୁତ ନାହିଁ। ଏପରିସ୍ଥିତିରେ ୬ କୋଟି ଟଙ୍କାରେ କମ୍ପ୍ୟୁଟର କିଣାଗଲା। ସେହି କମ୍ପ୍ୟୁଟର କିଣା ପ୍ରକ୍ରିୟା ମଧ୍ୟ ଠିକଣା ଭାବେ ହେଲା ନାହିଁ। ସେଥିରେ ଅନେକ ଦୁର୍ନୀତି ହୋଇଥିଲା। ପୁଣି ସେଗୁଡ଼ିକୁ ସଫ୍ଟୱେୟାର ଡେଭେଲପ୍ କରିବାକୁ ଦେଇଦେଉଥିଲେ। ସେତେବେଳେ ଦାୟିତ୍ୱ ନେବା ପରେ ଆଇଆଇଟି ଖଡଗପୁରକୁ କନ୍‌ସଲ୍‌ଟାଣ୍ଟ୍‌ ଭାବେ ନିଯୁକ୍ତି ଦେଇଥିଲି। ବର୍ତ୍ତମାନ ତାହା ବିଧିବଦ୍ଧ ଭାବେ ଚାଲିଛି” ବୋଲି ଡା.ରାଉତ କହିଛନ୍ତି।


from Odisha Reporter https://ift.tt/2wUc8ZQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages