
ଦୁବାଇ: ଦେଶଦ୍ରୋହ ମାମଲାରେ ଫସିଥିବା ପୂର୍ବତନ ପାକିସ୍ତାନ ରାଷ୍ଟ୍ରପତି ପରଭେଜ୍ ମୁଶାରଫ୍ ଏବେ ଦୁବାଇରେ ଅଛନ୍ତି। ଦୁବାଇ ପଡ଼ିଆରେ ଚାଲିଥିବା ଭାରତ-ପାକିସ୍ତାନ ମ୍ୟାଚ୍କୁ ସେ ଷ୍ଟାଡିୟମରେ ବସି ଉପଭୋଗ କରୁଥିବା ବେଳର ଏକ ଫଟୋ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଫଟୋଟି ୨୩ ତାରିଖର ବୋଲି ଜଣାପଡ଼ିଛି।
ଏହି ଫଟୋରେ ମୁଶାରଫ୍ ଷ୍ଟାଡିୟମ୍ରେ ବସି ସିଗାର୍ ଟାଣୁଥିବା ଦେଖିବାକୁ ମିଳିଛି। ସମ୍ବିଧାନକୁ ବେଖାତିର କରି ମୁଶାରଫ ୨୦୦୭ରେ ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିବାରୁ ତାଙ୍କ ନାଁରେ ରାଜଦ୍ରୋହ ମାମଲା ରହିଛି। ମୁଶାରଫ୍ଙ୍କ ପାଖରେ ଇଣ୍ଡିଆନ୍ ପ୍ରିମିୟମ୍ ଲିଗ୍ର ଚେୟାରମ୍ୟାନ୍ ରାଜୀବ ଶୁକ୍ଳା ଓ ଅନ୍ୟ ନେତୃବୃନ୍ଦ ବସିଥିବା ଦେଖିବାକୁ ମିଳୁଛି।
ସେବେଠାରୁ ୭୫ ବର୍ଷୀୟ ମୁଶାରଫ ଫେରାର୍ ଅଛନ୍ତି। ତାଙ୍କୁ ପାକିସ୍ତାନ ସୁପ୍ରିମକୋର୍ଟ ବାରମ୍ବାର ସ୍ୱଦେଶ ଫେରିବାକୁ କହିଥିଲେ ହେଁ ସେ ବିଭିନ୍ନ ଆଳ ଦେଖାଇ ଏହାକୁ ଟାଳି ଚାଲିଛନ୍ତି।
from Odisha Reporter https://ift.tt/2xQsZNG
No comments:
Post a Comment