ଆର୍ମ ଚେୟାର୍‌ରେ ବସୁଥିଲେ କମିଯିବ ଆୟୂଷ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 6, 2018

ଆର୍ମ ଚେୟାର୍‌ରେ ବସୁଥିଲେ କମିଯିବ ଆୟୂଷ!

car

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ବସିବାର ଶୈଳୀ ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଯଦି ଠିକ୍‌ ଭାବେ ଆମେ ନ ବସିବା, ତେବେ ଏହା ଆମ ଶରୀର ପାଇଁ କ୍ଷତିକାରକ ହେବା ସହ ଆୟୂଷ ହ୍ରାସର ବି କାରଣ ହୋଇପାରେ। ତେଣୁ ଯେତେବେଳେ, ଯେଉଁଠି ବି ବସୁଛନ୍ତି, ମେରୁଦଣ୍ଡକୁ ସିଧା କରି ବସନ୍ତୁ। ଦୀର୍ଘ ସମୟ ଏପରି ବସିବା, ପ୍ରଥମେ କଷ୍ଟଦାୟକ ହୋଇପାରେ। କିନ୍ତୁ ଏହା ଆମ ଶରୀର ପାଇଁ ନିହାତି ଆବଶ୍ୟକ।

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଅଫିସ୍‌ ହେଉ କି ବ୍ୟବସାୟ ସ୍ଥାନ, ଅନେକ ଲୋକଙ୍କୁ ପ୍ରତିଦିନ ଦୀର୍ଘ ସମୟ ଯାଏ କାମ କରିବାକୁ ପଡ଼ିଥାଏ। ଯେତେବେଳେ ଟିକିଏ ସମୟ ମିଳେ, ଦୀର୍ଘ ସମୟ ପରିଶ୍ରମ କରୁଥିବା ଲୋକେ ଆରାମ୍‌ରେ ବସିଯିବାକୁ ଚାହାନ୍ତି। କିଛି ଲୋକ ଆରାମ୍‌ଦାୟକ ଆର୍ମ ଚେୟାର୍‌ରେ ବସି ବିଶ୍ରାମ ନିଅନ୍ତି।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ବସିବାର ଶୈଳୀ ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଯଦି ଠିକ୍‌ ଭାବେ ଆମେ ନ ବସିବା, ତେବେ ଏହା ଆମ ଶରୀର ପାଇଁ କ୍ଷତିକାରକ ହେବା ସହ ଆୟୂଷ ହ୍ରାସର ବି କାରଣ ହୋଇପାରେ। ସ୍ୱାସ୍ଥ୍ୟ ବିଜ୍ଞାନ ଅନୁସାରେ, ଯେତେବେଳେ, ଯେଉଁଠି ବି ବସୁଛନ୍ତି, ମେରୁଦଣ୍ଡକୁ ସିଧା କରି ବସନ୍ତୁ। ଦୀର୍ଘ ସମୟ ଏପରି ବସିବା, ପ୍ରଥମେ ପ୍ରଥମେ କଷ୍ଟଦାୟକ ହୋଇପାରେ। କିନ୍ତୁ ଏହା ଆମ ଶରୀର ପାଇଁ ନିହାତି ଆବଶ୍ୟକ। ଏହାଦ୍ୱାରା ଆମ ଶରୀର ମଧ୍ୟରେ ଥିବା ଅଙ୍ଗସବୁ ଠିକ୍‌ ଭାବେ କାର୍ଯ୍ୟ କରିପାରିବେ ଏବଂ ଆମେ ସୁସ୍ଥ ରହିପାରିବା।

ସୂଚନାଯୋଗ୍ୟ, ଆମ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗସବୁ ଆମ ଛାତି ଓ ପେଟରେ ରହିଛି। ଏହିସବୁ ଅଙ୍ଗ ବହୁତ କୋମଳ ଏବଂ ଏହାସବୁ ଏକ ଜାଲି ପରି ଅଂଶ ଭିତରେ ଝୁଲି ରହିଛନ୍ତି। ଆମେ ପିଠି ସିଧା କରି ବସିଲେ ଯାଇ ଏହିସବୁ ଅଙ୍ଗଙ୍କୁ ଅଧିକ ଆରାମ୍‌ ମିଳିଥାଏ ଓ ଏସବୁ ଠିକ୍‌ରେ କାମ କରିପାରନ୍ତି।
car1ଆର୍ମ ଚେୟାରରେ ପିଠି ଲଗାଇ ବସିଗଲେ ଶାରୀରିକ ପୀଡ଼ାରୁ ସାମୟିକ ଆରାମ୍‌ ମିଳିଯିବ ସତ, କିନ୍ତୁ ପିଠି ସିଧା କରି ନ ବସିଲେ ଶରୀର ଭିତରର ଅଙ୍ଗଗୁଡ଼ିକୁ ପ୍ରକୃତ ଆରାମ୍‌ ମିଳିବ ନାହିଁ। ଏପରି ବସିବା ଦ୍ୱାରା ଭିତିରର ଅଙ୍ଗ ଠିକ୍‌ରେ କାମ କରି ପାରିବନାହିଁ।

ଦୀର୍ଘ ସମୟ ଗାଡ଼ିରେ ବସି ଦୂର ସ୍ଥାନକୁ ଯାତ୍ରା କରୁଥିବା ଲୋକଙ୍କ ପାଇଁ ତ ଏହା ଏକ ସତର୍କ ଘଣ୍ଟି। ଆଜିକାଲି ଗାଡ଼ିରେ ଆରାମ୍‌ଦାୟକ ସିଟ୍‌ ଲଗାଯାଉଛି। କିଛି ଲୋକ ତ ଏହିପରି ଆରାମ୍‌ଦାୟକ ସିଟ୍‌ରେ ବସି ହଜାର ହଜାର କିଲୋମିଟର ଡ୍ରାଇଭ୍‌ରେ ଯାଉଛନ୍ତି। ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏପରି ଆରାମ୍‌ଦାୟକ ସିଟ୍‌ରେ ବସି ଯାତ୍ରା କରିବା ଦ୍ୱାରା ଅତି କମ୍‌ରେ ଜୀବନରୁ ୩ରୁ ୫ ମାସର ଆୟୁଷ କମି ଯାଇଥାଏ।

ଏହାର କାରଣ, ଆରାମ୍‌ଦାୟକ ସିଟ୍‌ରେ ବସି ଏପରି ଦୀର୍ଘ ଯାତ୍ରା କରିବା ଦ୍ୱାରା ଆମ ଶରୀରର ଅଙ୍ଗଗୁଡ଼ିକ ଠିକ୍ କାମ କରିପାରି ନଥା’ନ୍ତି। ଏପରିକି ଏମାନଙ୍କ କାମ କରିବାର କ୍ଷମତା ମଧ୍ୟ ହ୍ରାସ ପାଇଥାଏ, ଯାହା ଆମ ଆୟୂଷ ଉପରେ ପ୍ରଭାବ ପକାଇଥାଏ।

ଶରୀର ଭିତରର ଅଙ୍ଗଗୁଡ଼ିକୁ ଆରାମ୍‌ ଦେବା ଓ ଏମାନଙ୍କୁ ଠିକ୍‌ ଭାବେ କାର୍ଯ୍ୟକ୍ଷମ କରିବା ପାଇଁ ପିଠି ସିଧା କରି ବସିବା ହିଁ ସବୁଠାରୁ ଭଲ ଉପାୟ। ଏଥିପାଇଁ ଜରୁରୀ ହେଉଛି, ଶରୀରକୁ ଏପରି ପ୍ରସ୍ତୁତ କରନ୍ତୁ, ଯାହା ମେରୁଦଣ୍ଡକୁ ସିଧା ରଖିବା ସହ ଶାରୀରିକ ଢାଞ୍ଚା ଓ ସ୍ନାୟୁତନ୍ତ୍ରକୁ ଆରାମ୍‌ଦାୟକ ସ୍ଥିତିରେ ରଖିପାରିବ।



from Odisha Reporter https://ift.tt/2oO38C0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages