ଖସୁଛି ନବୀନଙ୍କ ଭାବମୂର୍ତ୍ତି: ଚିନ୍ତାରେ ବିଜେଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 8, 2018

ଖସୁଛି ନବୀନଙ୍କ ଭାବମୂର୍ତ୍ତି: ଚିନ୍ତାରେ ବିଜେଡି

ରାଜନୀତିକ ବିଶ୍ଲେଷକଙ୍କ ମତରେ, ଡାକ୍ତର ରାଉତ ଗତ ସପ୍ତାହକ ମଧ୍ୟରେ ବିଜେଡି ସରକାରରେ ହୋଇଥିବା ୮୦୦ କୋଟି ଟଙ୍କାର ସମବାୟ ଋଣ ଦୁର୍ନୀତି, ୧୦୦ କୋଟି ଟଙ୍କାର ଚାରା ଦୁର୍ନୀତି, ୩୫ କୋଟି ଟଙ୍କାର କମ୍ପ୍ୟୁଟର ଦୁର୍ନୀତି, ୪୦ କୋଟି ଟଙ୍କାର ଓମ୍‌ଫେଡ୍‌ ଦୁର୍ନୀତି ଆଦିକୁ ଉଠାଇଥିବାବେଳେ ପୂର୍ବରୁ ନବୀନ ପଟ୍ଟନାୟକ ସରକାର ବିରୋଧରେ ୬୦୦କୋଟି ଟଙ୍କାର ଡାଲି ଦୁର୍ନୀତି, ୧୦୦ କୋଟି ଟଙ୍କାର ଛତୁଆ ଦୁର୍ନୀତି, ସରକାରୀ ଜମି ଓ ପ୍ଲଟ୍‌ ଆବଣ୍ଟନ କେଳେଙ୍କାରୀ, ଖଣି ଦୁର୍ନୀତି, କୋଇଲା ଦୁର୍ନୀତି, ଶିଳ୍ପକୁ ଜମି ଆବଣ୍ଟନ ଦୁର୍ନୀତି, ଓକେସିଏଲ୍ ଦୁର୍ନୀତି, ଉଚ୍ଚଶିକ୍ଷା ଋଣ ଯୋଗାଣ ଦୁର୍ନୀତି ଓ ବିଭିନ୍ନ ଠିକା କାର୍ଯ୍ୟରେ ନିମ୍ନମାନର କାମ ଯୋଗୁ କୋଟିକୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ସତ୍ୱେ ନବୀନଙ୍କ ଲୋକପ୍ରିୟତା ହ୍ରାସ ପାଇନଥିଲା। ନବୀନଙ୍କ ଦେହରେ ଦୁର୍ନୀତିର ଛିଟା ମଧ୍ୟ ପଡ଼ି ପାରିନଥିଲା।

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁର୍ନୀତିର ଗନ୍ଧ ବାରି ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ନେବାର କାର୍ଯ୍ୟଶୈଳୀ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଧାରଣ ଲୋକଙ୍କ ପାଖରେ ‘ସ୍ୱଚ୍ଛ ଭାବମୂର୍ତ୍ତି ସମ୍ପନ୍ନ’ କରି ଗଢ଼ି ତୋଳିଥିଲା। ସେହି ସ୍ୱଚ୍ଛ ଭାବମୂର୍ତ୍ତିକୁ ଆଧାର କରି ନବୀନ ରାଜ୍ୟରେ ଅତୀତରେ ପ୍ରାୟ ପ୍ରତ୍ୟେକ ନିର୍ବାଚନ ଜିତିବାର ଶ୍ରେୟ ସାଉଁଟିଥିଲେ। ମାତ୍ର ତାହା ଏବେ ତାଙ୍କ ପାଇଁ ଆଗାମୀ ନିର୍ବାଚନରେ ମୁଖ୍ୟ ଚ୍ୟାଲେଞ୍ଜ ହେବାକୁ ଯାଉଛି।

କାରଣ, ନବୀନଙ୍କର ଏହି ‘ସ୍ୱଚ୍ଛ ଭାବମୂର୍ତ୍ତି’ ବ୍ରାଣ୍ଡ୍‌ରେ ଏବେ ପୁଳାପୁଳା ଦୁର୍ନୀତିର ଛିଟା ଲାଗିସାରିଛି। ବିରୋଧୀ ଦଳ ପକ୍ଷରୁ ଦୁର୍ନୀତି ଅଭିଯୋଗକୁ ରାଜନୀତିକ ଉଦ୍ଦେଶ୍ୟପ୍ରଣୋଦିତ କହି ଏଡ଼ାଇ ଯାଉଥିବା ବିଜେଡି ଏବେ ନିଜ ଦଳର ବରିଷ୍ଠ ନେତା ତଥା ସରକାରର ଦୀର୍ଘଦିନର ସହଯୋଗୀ ଡାକ୍ତର ଦାମୋଦର ରାଉତଙ୍କ ଅଭିଯୋଗଗୁଡ଼ିକ ଉପରେ ପ୍ରତିକ୍ରିୟା ରଖିବାକୁ ବି ସାହସ ସଞ୍ଚୟ କରିପାରୁନି।

ସାଧାରଣ ନିର୍ବାଚନ ପୂର୍ବରୁ ସରକାର ବିରୋଧରେ ଦାମଙ୍କ ସିରିଜ୍ ଦୁର୍ନୀତି ଅଭିଯୋଗ ଉପରେ ସରକାର ଓ ଦଳ ଉଭୟ ନିରବ ରହି ପରୋକ୍ଷରେ ଏସବୁ ଦୁର୍ନୀତି ହୋଇଥିବାକୁ ସ୍ୱୀକାର କରିଛନ୍ତି। ଦାମ ସରକାରରେ ମନ୍ତ୍ରୀ ଥିବାବେଳେ ଜାଣିଥିବା ଦୁର୍ନୀତି ମାମଲାଗୁଡ଼ିକୁ ଏବେ ଗୋଟିଏ ପରେ ଗୋଟିଏ ଉଜାଗର କରି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଦ୍ୱିତୀୟ କ୍ଷମତାକେନ୍ଦ୍ର ବୋଲାଉଥିବା ପ୍ରଶାସନିକ ଅଧିକାରୀଙ୍କୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି।

ଦାମଙ୍କ ଏଭଳି ବୟାନ ମଧ୍ୟ ପରୋକ୍ଷରେ ନବୀନଙ୍କୁ ସବୁ ଦୁର୍ନୀତିର ପ୍ରୋତ୍ସାହନଦାତା ଭାବେ ଛିଡ଼ା କରାଇଛି। ତେବେ ଦାମଙ୍କ ପୁଳାପୁଳା ଦୁର୍ନୀତି ଅଭିଯୋଗ ଯୋଗୁ ସାଧାରଣ ଭୋଟରଙ୍କ ପାଖରେ ରହିଥିବା ନବୀନଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ଏବେ ଫିକା ପଡ଼ିବାରେ ଲାଗିଛି। ଦଳ ଆଗାମୀ ନିର୍ବାଚନରେ ନବୀନଙ୍କର ଏହି ଭାବମୂର୍ତ୍ତିକୁ ଭରସା କରି ସାଧାରଣ ଭୋଟରଙ୍କ ପାଖକୁ ଯିବ ନା ଅନ୍ୟ କିଛି ରଣକୌଶଳ ପ୍ରସ୍ତୁତ କରିବ, ତାକୁ ନେଇ ଚର୍ଚ୍ଚା।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ଡାକ୍ତର ରାଉତ ଗତ ସପ୍ତାହକ ମଧ୍ୟରେ ବିଜେଡି ସରକାରରେ ହୋଇଥିବା ୮୦୦ କୋଟି ଟଙ୍କାର ସମବାୟ ଋଣ ଦୁର୍ନୀତି, ୧୦୦ କୋଟି ଟଙ୍କାର ଚାରା ଦୁର୍ନୀତି, ୩୫ କୋଟି ଟଙ୍କାର କମ୍ପ୍ୟୁଟର ଦୁର୍ନୀତି, ୪୦ କୋଟି ଟଙ୍କାର ଓମ୍‌ଫେଡ୍ ଦୁର୍ନୀତି ଆଦିକୁ ଉଠାଇଥିବାବେଳେ ପୂର୍ବରୁ ନବୀନ ପଟ୍ଟନାୟକ ସରକାର ବିରୋଧରେ ୬୦୦କୋଟି ଟଙ୍କାର ଡାଲି ଦୁର୍ନୀତି, ୧୦୦ କୋଟି ଟଙ୍କାର ଛତୁଆ ଦୁର୍ନୀତି, ସରକାରୀ ଜମି ଓ ପ୍ଲଟ୍‌ ଆବଣ୍ଟନ କେଳେଙ୍କାରୀ, ଖଣି ଦୁର୍ନୀତି, କୋଇଲା ଦୁର୍ନୀତି, ଶିଳ୍ପକୁ ଜମି ଆବଣ୍ଟନ ଦୁର୍ନୀତି, ଓକେସିଏଲ୍ ଦୁର୍ନୀତି, ଉଚ୍ଚଶିକ୍ଷା ଋଣ ଯୋଗାଣ ଦୁର୍ନୀତି ଓ ବିଭିନ୍ନ ଠିକା କାର୍ଯ୍ୟରେ ନିମ୍ନମାନର କାମ ଯୋଗୁ କୋଟିକୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ସତ୍ୱେ ନବୀନଙ୍କ ଲୋକପ୍ରିୟତା ହ୍ରାସ ପାଇନଥିଲା। ନବୀନଙ୍କ ଦେହରେ ଦୁର୍ନୀତିର ଛିଟା ମଧ୍ୟ ପଡ଼ି ପାରିନଥିଲା।

କିନ୍ତୁ ପ୍ରଥମଥର ପାଇଁ ଡାକ୍ତର ରାଉତ ଯେଉଁ ଆକ୍ରମଣାତ୍ମକ ଢଙ୍ଗରେ ଦୁର୍ନୀତି ପ୍ରସଙ୍ଗରେ ତୃତୀୟ ମହଲାର କ୍ଷମତାକେନ୍ଦ୍ରକୁ ଟାର୍ଗେଟ୍ କରୁଛନ୍ତି ତାହା ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ ପ୍ରଭାବିତ କରିବାରେ ଲାଗିଛି।

ଦୁଇ ପ୍ରମୁଖ ବିରୋଧୀ ଦଳର ପ୍ରତିକ୍ରିୟା 

ତେବେ ଡାକ୍ତର ରାଉତଙ୍କ ଏଭଳି ଦୁର୍ନୀତି ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ନବୀନ ପଟ୍ଟନାୟକ ଜଣେ ଦୁର୍ନୀତିଗ୍ରସ୍ତ ନେତା ଓ ତାଙ୍କ ସରକାର ଦୁର୍ନୀତିରେ ଉବୁଟୁବୁ ହେଉଛି ବୋଲି ବିଜେପି ଦୀର୍ଘ ୪ବର୍ଷ ଧରି କହି ଆସୁଛି। ଡାକ୍ତର ରାଉତ ସରକାରରେ ମନ୍ତ୍ରୀ ଥିବାବେଳେ ଚୁପ୍ ବସିଥିଲେ ଓ ଏବେ ବିଭିନ୍ନ ଦୁର୍ନୀତି ଅଭିଯୋଗ ଆଣୁଛନ୍ତି। ହୁଏତ ପରବର୍ତ୍ତୀ ସମୟରେ ସିଏ ଏସବୁ ବୟାନରୁ ଓହରି ଯାଇପାରନ୍ତି। ଏସବୁ ଅଭିଯୋଗ ଆଣିବା ପଛରେ ତାଙ୍କର ହୁଏତ କ’ଣ ବ୍ୟକ୍ତିଗତ ସ୍ୱାର୍ଥ ଥାଇପାରେ। ଅବଶ୍ୟ ଏହା ସତ ଯେ ଦାମବାବୁ ମନ୍ତ୍ରୀ ଭାବେ କାର୍ଯ୍ୟ କରି ସାରିଥିବାରୁ ସରକାର ଅନେକ ଗୁମର ସେ ଜାଣିଥିବେ। ଦୁର୍ନୀତିକୁ ଲୁଚାଇବା ଓ ମ୍ୟାନେଜ କରିବା ପାଇଁ ନବୀନ ପଟ୍ଟନାୟକ ଯେତେ ଚେଷ୍ଟା କଲେ ବି ତାହା ଲୋକଙ୍କ ପାଖରେ ପହଞ୍ଚି ସାରିଲାଣି ଓ ତାଙ୍କର ଆଉ ସେ ନିର୍ମଳ ଭାବମୂର୍ତ୍ତି ନାହିଁ ବୋଲି ସେ ନିଜେ ମଧ୍ୟ ଜାଣିସାରିବେଣି।

ସେହିପରି ପିସିସି ମିଡିଆ କମିଟି ମୁଖ୍ୟ ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ, ବିଜେଡିର ଜଣେ ବରିଷ୍ଠ ନେତା ତଥା ସହଯୋଗୀ ଡାକ୍ତର ରାଉତ ସିଧାସଳଖ ଦୁର୍ନୀତି ଅଭିଯୋଗ ଆଣିଛନ୍ତି। ଏହାର ଅର୍ଥ, ସରକାରରେ ଦୁର୍ନୀତି ସୀମା ବାହାରକୁ ପଳାଇଲାଣି। ଡାକ୍ତର ରାଉତଙ୍କ କୌଣସି ବୟାନକୁ ଏପର୍ଯ୍ୟନ୍ତ ବିଜେଡି କିମ୍ବା ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇନି। ଡାକ୍ତର ରାଉତ ଆଣିଥିବା ଅଭିଯୋଗକୁ ଶୁଣି ଓଲଟା ମୁଖ୍ୟମନ୍ତ୍ରୀ ଚୁପ୍ ରହୁଛନ୍ତି। ଯଦି ଡାକ୍ତର ରାଉତ ମିଛ କହୁଛନ୍ତି ତା’ହେଲେ ଦଳର ସଭାପତି ଭାବେ ମୁଖ୍ୟମନ୍ତ୍ରୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଏସବୁ ଅଭିଯୋଗର ତଦନ୍ତ ହେଉ।

ଏ ସଙ୍କ୍ରାନ୍ତରେ ବିଜେଡି ପକ୍ଷରୁ କେହି ପ୍ରତିକ୍ରିୟା ଦେବାକୁ ରାଜି ହୋଇନଥିବାବେଳେ ଦଳର ମୁଖପାତ୍ର ସସ୍ମିତ ପାତ୍ରଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ ।



from Odisha Reporter https://ift.tt/2MX7i9h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages