ଏହି ମହିଳା ଦିନିକିଆ କ୍ରିକେଟ୍‌ରେ ରଚିଥିଲେ ଇତିହାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 10, 2018

ଏହି ମହିଳା ଦିନିକିଆ କ୍ରିକେଟ୍‌ରେ ରଚିଥିଲେ ଇତିହାସ

ମେଲବର୍ଣ୍ଣ: ମହିଳା କ୍ରିକେଟ୍‌ରେ ଦ୍ୱିଶତକ ହାସଲ କରିବା ଏକ ବିରଳ ଘଟଣା। ତେବେ ମହିଳା କ୍ରିକେଟ୍‌ର ଇତିହାସରେ ପ୍ରଥମଥର ଦ୍ୱିଶତକ ହାସଲ କରିବାର ରେକର୍ଡ ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ବେଲିଣ୍ଡା କ୍ଲାର୍କଙ୍କ ନାଁରେ ରହିଛି। ଆଜି ଏହି ମହାନ୍‌ କ୍ରିକେଟର୍‌ ୪୮ ବର୍ଷରେ ପର୍ଦାପଣ କରିଛନ୍ତି। ସେ ବିଶ୍ୱର ଉଭୟ ପୁରୁଷ ଓ ମହିଳା କ୍ରିକେଟର୍‌ଙ୍କ ମଧ୍ୟରେ ପ୍ରଥମ ଖେଳାଳି ଯିଏ, ଦିନିକିଆ ମ୍ୟାଚ୍‌ରେ ଦ୍ୱିଶତକ ହାସଲ କରିଛନ୍ତି।

୧୯୯୭ରେ ଡେନମାର୍କ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ମ୍ୟାଚ୍‌ରେ  କ୍ଲାର୍କ  ଏହି ରେକର୍ଡ ହାସଲ କରିଥିଲେ।  କ୍ଲାର୍କ ମାତ୍ର ୧୫୫ଟି ବଲ୍‌ରେ ଅପରାଜିତ ୨୨୯ କରିଥିଲେ। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୩ ୱିକେଟ୍‌ ହରାଇ ୪୧୨ ରନ୍‌ କରିଥିଲା।

୫୦ ଓଭର ବିଶିଷ୍ଟ ମ୍ୟାଚ୍‌ରେ ୪୦୦ରୁ ଅଧିକ ରନ୍‌ କରିବା କ୍ରିକେଟ୍‌ ଇତିହାସରେ ଏହା ଦ୍ୱିତୀୟ ଘଟଣା।

ମହିଳା କ୍ରିକେଟ୍‌ରେ ଦ୍ୱିଶତକ ସ୍କୋର୍ କରିଥିବା ଦୁଇ ଜଣ ଖେଳାଳିଙ୍କ ମଧ୍ୟରୁ  କ୍ଲାର୍କ ହେଉଛନ୍ତି ଜଣେ। ସେ ୧୯୯୧ରୁ ୨୦୦୫ ଯାଏ ଅଷ୍ଟ୍ରେଲିଆର ପ୍ରତିନିଧିତ୍ୱ କରିଥିଲେ। କ୍ଲାର୍କଙ୍କ ପରେ ନ୍ୟୁଜିଲ୍ୟାଣ୍ଡର ୧୭ ବର୍ଷୀୟ ବ୍ୟାଟସ୍‌ମ୍ୟାନ୍‌ ଆମେଲିଆ କେର୍‌ ମହିଳା କ୍ରିକେଟର ଦିନିକିଆ ମ୍ୟାଚ୍‌ରେ ଅପରାଜିତ ୨୩୨ ରନ୍‌ କରିଥିଲେ। ସେ ମାତ୍ର ୧୪୫ଟି ବଲ୍‌ରେ କ୍ଲାର୍କଙ୍କ ରେକର୍ଡକୁ ଅତିକ୍ରମ କରିଥିଲେ।

 



from Odisha Reporter https://ift.tt/2CLaP5w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages