କୁକୁରକୁ ଦେଖି ଡରିଗଲା ଚିତା, ଦେଖନ୍ତୁ ଭାଇରାଲ୍‌ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 10, 2018

କୁକୁରକୁ ଦେଖି ଡରିଗଲା ଚିତା, ଦେଖନ୍ତୁ ଭାଇରାଲ୍‌ ଭିଡିଓ

1536401497-dog_pushes_leopard

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହୋଇଛି, ଯେଉଁଥିରେ ନିଜ ସାହସିକତା ପାଇଁ ଏକ କୁକୁର ଇଣ୍ଟରନେଟ୍‌ରେ ରାତାରାତି ଷ୍ଟାର୍‌ ପାଲଟି ଯାଇଛି।
ରାଜସ୍ଥାନର ଝଲାନା ଜଙ୍ଗଲର ଏକ ମନ୍ଦିର ନିକଟ ରାସ୍ତାରେ କୁକୁରଟି ଶୋଇଥିବାବେଳେ ଜଙ୍ଗଲ ଭିତରୁ ହଠାତ୍‌ ଏକ ଚିତାବାଘ ଆସି ତାକୁ ଆକ୍ରମଣ ପାଇଁ ଉଦ୍ୟମ କରିଛି। ତେବେ କୁକରଟି ଏଥିରେ ଡରି ନଯାଇ ବେଶ୍‌ ସାହସର ସହ ଚିତାବାଘର ସାମ୍ନା କରୁଛି। ଏପରିକି କୁକୁରଟି ଲଗାତର୍‌ ଭୁକି ଚିତାବାଘକୁ ପୁଣି ଜଙ୍ଗଲ ଭିତରକୁ ଫେରିଯିବାକୁ ବାଧ୍ୟ କରିଛି।

ଝଲାନା ଜଙ୍ଗଲର ୨ ନମ୍ୱର ଟ୍ରାକ୍‌ରେ ଗାଡ଼ିରେ ଯାଉଥିବା ପର୍ଯ୍ୟଟକମାନେ ଏହି ଆଶ୍ଚର୍ଯ୍ୟଜନକ ଦୃଶ୍ୟକୁ କ୍ୟାମେରାରେ କଏଦ୍‌ କରି ସୋଶାଲ୍‌ ମିଡିଆରେ ପୋଷ୍ଟ୍‌ କରିଛନ୍ତି। କୁକୁର ଓ ଚିତାବାଘର ଏହି ଲଢେଇ ଦୃଶ୍ୟ ଭାଇରାଲ୍‌ ହେବା ପରେ ୟୁଜର୍ସମାନେ ଯଥେଷ୍ଟ ସଂଖ୍ୟାରେ ଏହାକୁ ଲାଇକ୍‌ କରିଛନ୍ତି।

ସୂଚନାଯୋଗ୍ୟ, ରାଜସ୍ଥାନର ଝଲାନା ସଂରକ୍ଷିତ ଜଙ୍ଗଲରେ ବହୁସଂଖ୍ୟାରେ ଥିବା ଚିତାବାଘଙ୍କୁ ଦେଖିବା ପାଇଁ ପ୍ରତିଦିନ ଅନେକ ପର୍ଯ୍ୟଟକ ଆସିଥା’ନ୍ତି।



from Odisha Reporter https://ift.tt/2wXOADB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages