ତୈଳଦର ଉପରୁ ୪% ଭ୍ୟାଟ୍‌ ହ୍ରାସ କଲେ ରାଜସ୍ଥାନ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 10, 2018

ତୈଳଦର ଉପରୁ ୪% ଭ୍ୟାଟ୍‌ ହ୍ରାସ କଲେ ରାଜସ୍ଥାନ ସରକାର

ଜୟପୁର: ରାଜସ୍ଥାନର କ୍ଷମତାସୀନ ବସୁନ୍ଧରା ରାଜେ ସରକାର ଏବେ ତୈଳଦର ହ୍ରାସ କରିବାକୁ ଅଣ୍ଟା ଭଡ଼ିଛନ୍ତି। ବର୍ଦ୍ଧିତ ତୈଳଦର ଯୋଗୁ ଜନଅସନ୍ତୋଷ ବଢ଼ୁଥିବାରୁ ଆଜି ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ପେଟ୍ରୋଲ ଓ ଡିଜେଲ ଉପରୁ ୪% ଭ୍ୟାଟ୍‌ ହ୍ରାସ କରିଛନ୍ତି। 
 
ଏହି ଘୋଷଣା ପରେ ରାଜସ୍ଥାନରେ ଏଣିକି ପେଟ୍ରୋଲ ଓ ଡିଜେଲ୍‌ର ଲିଟର୍‌ ପିଛା ଦର ୨.୫ ଟଙ୍କା ହ୍ରାସ ପାଇଛି। ପୂର୍ବରୁ ରାଜସ୍ଥାନ ସରକାର ପେଟ୍ରୋଲ ଉପରେ ୩୦% ଭ୍ୟାଟ୍‌ ଆଦାୟ କରୁଥିବା ବେଳେ ଡିଜେଲ୍‌ ଉପରେ ୨୨% ଭ୍ୟାଟ୍‌ ଆଦାୟ କରୁଥିଲେ। 
କିନ୍ତୁ ଏବେ ପେଟ୍ରୋଲ ଉପରେ ୨୬% ଓ ଡିଜେଲ୍‌ ଉପରେ ୧୮% ଭ୍ୟାଟ୍‌ ଆଦାୟ ହେବ ବୋଲି ଶ୍ରୀମତୀ ରାଜେ ଘୋଷଣା କରିଛନ୍ତି। ଏଭଳି ଭ୍ୟାଟ୍‌ ହ୍ରାସ ଯୋଗୁ ରାଜ୍ୟ ସରକାରଙ୍କ ଉପରେ ୨ ହଜାର କୋଟିର ଆର୍ଥିକ ବୋଝ ପଡ଼ିବ। 


from Odisha Reporter https://ift.tt/2MfQlBu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages