କେଉଁ ଦେଶର ଲୋକେ ବିଶ୍ଵର ସବୁଠୁ ଅଳସୁଆ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 8, 2018

କେଉଁ ଦେଶର ଲୋକେ ବିଶ୍ଵର ସବୁଠୁ ଅଳସୁଆ?

ଲଣ୍ଡନ୍‌: ବିଶ୍ୱର ଅଳସୁଆ ରାଷ୍ଟ୍ରଙ୍କ ତାଲିକା ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ପ୍ରକାଶ କରାଯାଇଛି। ୧୬୮ଟି ଦେଶକୁ ନେଇ କରାଯାଇଥିବା ସର୍ଭେ ପରେ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ଏଭଳି ରିପୋର୍ଟ ପ୍ରକାଶ କରାଯାଇଛି। ଆଶ୍ଚର୍ଯ୍ୟଜନକ ଭାବେ ଏହି ତାଲିକାରେ ଭାରତ ମଧ୍ୟ ସ୍ଥାନ ପାଇଛି।

ବିଶ୍ୱର ସବୁଠାରୁ ଅଳସୁଆ ରାଷ୍ଟ୍ର ହେଉଛି କ୍ୟୁଏତ୍‌। ଏଠାକାର ୬୭% ଲୋକ କୌଣସି କାମ ନ କରି ଅଳସୁଆ ହୋଇ ରହିଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି।

ସେହିପରି କ୍ୟୁଏତ୍‌, ଆମେରିକାନ୍‌ ସାମୋଆ, ସାଉଦି ଆରବ ଓ ଇରାକ୍‌ର ଅର୍ଦ୍ଧାଧିକ ପ୍ରାପ୍ତବୟସ୍କ ବ୍ୟକ୍ତି ବ୍ୟାୟାମ୍‌ କରିବାକୁ ବା କାମ କରିବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ ବୋଲି ରିପୋର୍ଟରେ କୁହାଯାଇଛି।

୧୬୮ଟି ଦେଶ ମଧ୍ୟରୁ ୫୫ଟି ଦେଶର ଏକ ତୃତୀୟାଂଶ ଲୋକ ଫିଜିକାଲି ଆକ୍ଟିଭ୍‌ ନୁହନ୍ତି କିମ୍ବା ଶ୍ରମକାତର ପର୍ଯ୍ୟାୟଭୁକ୍ତ ବୋଲି ରିପୋର୍ଟରେ କୁହାଯାଇଛି।

ଅଳସୁଆ ରାଷ୍ଟ୍ରଙ୍କ ତାଲିକାରେ ଭାରତ ସ୍ଥାନ ୧୧୭ରେ ରହିଛି।  ରିପୋର୍ଟ ଅନୁଯାୟୀ, ଭାରତର ୩୪% ଲୋକ କୌଣସି ବ୍ୟାୟାମ୍‌ କିମ୍ବା ଶାରୀରିକ ଶ୍ରମ କରିବାକୁ ପସନ୍ଦ କରନ୍ତି ନାହିଁ। ଏମାନେ ସର୍ବଦା ଅନ୍ୟ ଉପରେ ନିର୍ଭର କରିବା ସହ ଅଧିକାଂଶ ସମୟ ଶୋଇ ରହି ଜୀବନକ ଅତିବାହିତ କରିବାକୁ ଚାହାନ୍ତି। ବାକି ୬୬% ଲୋକ ନିୟମିତ କାର୍ଯ୍ୟ କରିବା ସହ ବ୍ୟାୟାମ୍‌ କରି ନିଜର ଅଳସୁଆ ପଣକୁ ଦୂରେଇ ରଖନ୍ତି ବୋଲି ରିପୋର୍ଟରେ କୁହାଯାଇଛି।

ବିଶ୍ୱର ସବୁଠାରୁ ଅଧିକ ପରିଶ୍ରମୀ ରାଷ୍ଟ୍ର ହେଉଛି ଉଗାଣ୍ଡା। ଏଠାରେ ମାତ୍ର ୫.୫% ଲୋକ ଅଳସୁଆ ତାଲିକାରେ ରହିଛନ୍ତି।

ଡବ୍ଲ୍ୟୁଏଚ୍‌ଓ କହିଛି, ବିଶ୍ୱର ପ୍ରତି ୪ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଆବଶ୍ୟକତାଠାରୁ ବହୁତ କମ୍‌ ବ୍ୟାୟାମ୍‌ କିମ୍ବା ଶାରୀରିକ ପରିଶ୍ରମ କରିଥାନ୍ତି।



from Odisha Reporter https://ift.tt/2CAYNfg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages