ଉଚ୍ଚଶିକ୍ଷାର ବିଚିତ୍ର ଚିତ୍ର: ଅଟୋନମସ୍ ମାନ୍ୟତା ହରାଇ ଥିବା ସତ୍ତ୍ୱେ ଦିଆଯାଉଛି ସାର୍ଟିଫିକେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 8, 2018

ଉଚ୍ଚଶିକ୍ଷାର ବିଚିତ୍ର ଚିତ୍ର: ଅଟୋନମସ୍ ମାନ୍ୟତା ହରାଇ ଥିବା ସତ୍ତ୍ୱେ ଦିଆଯାଉଛି ସାର୍ଟିଫିକେଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଉଚ୍ଚଶିକ୍ଷାର ବିଚିତ୍ର ଚିତ୍ର । ସ୍ୱୟଂ ଶାସନ ମାନ୍ୟତା କଟିବା ସତ୍ତ୍ୱେ ଅଟୋନମସ୍ କଲେଜ୍ ନାଁରେ ବେଧଡକ୍ ଚାଲିଛି ଆଡମିଶନ୍ ଓ ପାଠପଢ଼ା। ସୂଚନା ଅନୁସାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଆସୁଥିବା ୮ଟି କଲେଜ୍ ଅଟୋନମସ୍ ମାନ୍ୟତା ହରାଇ ସାରିଛନ୍ତି। ତଥାପି ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ସ୍ୱୟଂଶାସିତ କଲେଜ୍ ନାଁରେ ସାର୍ଟିଫିକେଟ୍।  ଖବର ଜଣାପଡ଼ିବା ପରେ ବିଭିନ୍ନ କଲେଜ୍‌ରେ ଦେଖାଦେଇଛି ଛାତ୍ର ଅଶାନ୍ତି । ହେଲେ ଏ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ କିନ୍ତୁ ଚୁପ୍।

ଯାଜପୁର ଏନ.ସି. କଲେଜରେ ଦେଖାଦେଇଛି ଛାତ୍ର ଅଶାନ୍ତି । ପିଲାଙ୍କ ପ୍ରଶ୍ନ ୫ ବର୍ଷ ହେଲା ଅଟୋନମସ୍ ମାନ୍ୟତା କଟିଥିଲେ ବି କାହିଁକି ସେମାନଙ୍କୁ  ଅନ୍ଧାର ଭିତରେ ରଖାଯାଇଥିଲା? ସମାନ ଅଭିଯୋଗ ପୁରୀ ଏସ୍‌ସିଏସ୍‌ କଲେଜରୁ ଆସିଛି। ୨୦୧୨ରୁ ଏହି କଲେଜ୍ ହରାଇସାରିଛି ଅଟୋନମସ ମାନ୍ୟତା।

କିନ୍ତୁ ଯୁକ୍ତ ୩ ଠାରୁ ଆରମ୍ଭ କରି ସେଲ୍ଫ ଫାଇନାସିଂ କୋର୍ସରେ ଅଟୋନମସ ନାଁରେ ହିଁ ଚାଲିଛି ଆଡମିଶନ୍ । ସଠିକ୍ ତଥ୍ୟ ଜଣା ପଡ଼ିବା ପରେ ଛାତ୍ର ଅସନ୍ତୋଷ ତେଜିବାରେ ଲାଗିଛି। ୟୁଜିଜି ତଥ୍ୟ କହୁଛି ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୮ଟି  କଲେଜ  ସ୍ୱୟଂଶାସିତ ମାନ୍ୟତା ହରାଇଛନ୍ତି । ଏହା ସତ୍ତ୍ୱେ ଏସବୁ କଲେଜ୍ କାଗଜ କଲମରେ ପିଲାଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି ।

ପ୍ରକାଶ ଯେ, କଲେଜକୁ ସ୍ୱୟଂଶାସିତ ମାନ୍ୟତା ମିଳିବା ଏକ ତ୍ରିସ୍ତରୀୟ ବ୍ୟବସ୍ଥା। ପ୍ରଥମେ ନ୍ୟାକ୍ ର A ଗ୍ରେଡ୍ ମିଳିବା ପରେ ବିଶ୍ୱବିଦ୍ୟାଳୟ ଜରିଆରେ ୟୁଜିସିକୁ ଆବେଦନ କରିବାକୁ ହୁଏ ।

ୟୁଜିସି କର୍ତ୍ତୃପକ୍ଷ କଲେଜରେ ଶୈକ୍ଷିକ ମାନଦଣ୍ଡ ପରଖି ସାର୍ଟିଫିକେଟ୍ ଦିଅନ୍ତି । ଏହାପରେ ସରକାର ସଂପୃକ୍ତ କଲେଜ୍‌କୁ ଅଟୋନମସ ଘୋଷଣା କରିଥାନ୍ତି। ଏଠି ପ୍ରଶ୍ନ ଉଠୁଛି କେଉଁ ସ୍ତରରେ ରହିଯାଉଛି ଅବହେଳା? ସ୍ୱୟଂ ଶାସନ ମାନ୍ୟତା ନବୀକରଣ ନହେବା ସତ୍ତ୍ୱେ କିଭଳି ସେହି ନାଁରେ ହେଉଛି ଆଡମିଶନ୍?

ଏଣେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହୁଛନ୍ତି କଲେଜଗୁଡ଼ିକୁ ଚିଠି ମାଧ୍ୟମରେ ଏ ସଂପର୍କରେ ଅବଗତ କରାଯାଇଛି। କିନ୍ତୁ ସେମାନଙ୍କଠାରୁ କୌଣସି ଉତ୍ତର ମିଳୁ ନାହିଁ । ସେପଟେ ଉଚ୍ଚଶିକ୍ଷା ମନ୍ତ୍ରୀ ବି ଏ ନେଇ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। ଏପଟେ ସବୁ ଶିକ୍ଷାନୁଷ୍ଠାନମାନଙ୍କର ଅଧିସ୍ୱୀକୃତି ପାଇଁ  ନୂଆ ସଂସ୍ଥା ଗଠନ କରିବାକୁ ସରକାର ବିଚାର କରୁଥିବା କହିଛନ୍ତି। କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଏଥିପାଇଁ ଏନବିଏ, ନାକ୍ ସହ ଆଇଆଇଟି, ଆଇଆଇଏମର ମତାମତ ନିଆଯାଉଥିବା ସେ ସୂଚନା ଦେଇଛନ୍ତି।

 



from Odisha Reporter https://ift.tt/2M7IPbW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages